IBN ଓଡ଼ିଶା ବ୍ୟୁରୋ

ହେଲିକପ୍ଟର ଦୁର୍ଘଟଣା: ୩ ମୃତ, ପୁଲିସ ଓ ଡାକ୍ତରୀ ଟିମ୍ ଘଟଣାସ୍ଥଳରେ

ପୁଣେ: ମହାରାଷ୍ଟ୍ରର ପୁଣେରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ବାୱଧନ ବୁଦ୍ରୁକ ଗାଁ ନିକଟରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଗ୍ରାମବାସୀ ହିଞ୍ଜେବାଡ଼ି ପୁଲିସ କଣ୍ଟ୍ରୋଲ ରୁମକୁ ଖବର ଦେଇଥିଲେ। ପୁଲିସ ଓ ଡାକ୍ତରୀ ଟିମ୍ ପଠାଯାଇଛି। ଡିଜିସିଏ ଅନୁଯାୟୀ, ଭିଟି-ଇଭିଭି ରେଜିଷ୍ଟ୍ରେସନ୍ ଥିବା ହେରିଟେଜ୍ ଏଭିଏସନର ଅଗଷ୍ଟା ୧୦୯ ହେଲିକପ୍ଟର ପୁଣେର ଅକ୍ସଫୋର୍ଡ ହେଲିପ୍ୟାଡରୁ ପ୍ରାୟ ୨୦ କିଲୋମିଟର ଦୂରରେ ଦୁର୍ଘଟଣାଗ୍ରସ୍ତ ହୋଇଛି।

ହେଲିକପ୍ଟରରେ ଦୁଇ ଜଣ ପାଇଲଟ ଓ ଜଣେ ଏଏମଇ ଥିବା ବେଳେ କୌଣସି ଯାତ୍ରୀ ନଥିବା ଡିଜିସିଏ କହିଛି। ହେଲିକପ୍ଟରରେ ଥିବା ତିନି ଜଣ କ୍ରିଉ ମେମ୍ବରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପାଇଲଟ୍ ଥିଲେ କ୍ୟାପଟେନ୍ ପିଲ୍ଲାଇ ଓ କ୍ୟାପଟେନ୍ ପରମଜିତ୍। ସକାଳ ୭ଟାରେ ହେଲିକପ୍ଟର ଉଡ଼ାଣ ଭରିଥିଲା। ଏହି ଅଞ୍ଚଳରେ ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା ଘଟିଥିବା କୁହାଯାଉଛି। ଘଟଣାସ୍ଥଳରେ ଜରୁରୀକାଳୀନ ସେବା ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ହିଞ୍ଜେଓ୍ଵାଡି ଥାନା ଏବଂ ବିମାନ ଚଳାଚଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସୂଚନା ଅନୁଯାୟୀ, ହେଲିକପ୍ଟରର ରକ୍ଷଣାବେକ୍ଷଣ କାମ ଚାଲିଥିଲା।

ଏହା ପୂର୍ବରୁ ଅଗଷ୍ଟ ମାସରେ ପୁଣେରେ ହେଲିକପ୍ଟର ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ୪ ଜଣ ଆହତ ହୋଇଥିଲେ। ହେଲିକପ୍ଟରଟି ମୁମ୍ବାଇର ଜୁହୁରୁ ହାଇଦ୍ରାବାଦ ଅଭିମୁଖେ ଉଡ଼ାଣ ଭରିଥିଲା। ଏହି ସମୟରେ ପୁଣେର ପୌଡ ଅଞ୍ଚଳରେ ଖରାପ ପାଗ ଏବଂ ବୈଷୟିକ ତ୍ରୁଟି ଯୋଗୁଁ ହେଲିକପ୍ଟରଟି ଦୁର୍ଘଟଣାର ଶିକାର ହୋଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button