ରାଜନୀତି

ଯଦି ତାକତ ଅଛି ତ ବିଜେଡି ଖାଲି କରିକି ଦେଖାଅ; ଖୋଲା ଚ୍ୟାଲେଞ୍ଜ ଦେଲେ ବିଜେଡି ନେତା

ମାଜ ଡିଜିଟାଲ ଡେସ୍କ: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର। ତାକତ ଅଛି ତ ବିଜେଡିର ଭାଡି ପୁରା ଖାଲି କରିକି ଦେଖାଅ। ବିଜେଡି ଜନସମ୍ପର୍କ ପଦଯାତ୍ରା ବେଳେ ବିଧାୟକ ବଦ୍ରିନାରାୟଣ ପାତ୍ର ମନମୋହନଙ୍କୁ ଏହି ଚ୍ୟାଲେଞ୍ଜ ଦେଇଛନ୍ତି। ଖାଲି ବୟାନବାଜିରେ କିଛି ଲାଭ ନାହିଁ, କାହା ମୁହଁରେ ହାତ ଦେଇ ହେବନାହିଁ ବୋଲି ବଦ୍ରି କହିଛନ୍ତି।

ନିକଟରେ ଦୁଇ ରାଜ୍ୟସଭା ସାଂସଦ ବିଜେଡି ଛାଡି ବିଜେପିରେ ମିଶିବା ପରେ ବିଜେଡି ଦଳ ଧୀରେ ଧୀରେ ଭାଙ୍ଗିଯିବ ବୋଲି କହିଥିଲେ ମନମୋହନ। ଏହି ବୟାନକୁ ନେଇ ବଦ୍ରି କହିଛନ୍ତି ବହୁତ ଲୋକ ଅନେକ କିଛି କଥା କହିବେ, କିଏ କହିଲା ବେଳେ କାହା ମୁହଁ କଣ ବନ୍ଦ କରିହେବ। ଏସବୁ ନିରର୍ଥକ କଥା କହିବାରେ କିଛି ଲାଭ ନାହିଁ। ବିଜୁ ଜନତା ଦଳ ଏକ ଆଞ୍ଚଳିକ ଦଳ। ଏତେ ବଡ ଦଳକୁ ଶେଷ କରିବା କାହାର ତାକତ ଅଛି। ଯଦି ଅଛି କରି ଦେଖାନ୍ତୁ।
ସୂଚନା ଅନୁସାରେ ଅକ୍ଟୋବର ୧ରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହେବା ପରେ ଯାଜପୁରରେ ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ ମୋହନ ମାଝୀଙ୍କ ସରକାରକୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ। ସେ କହିଥିଲେ ଯାଜପୁରର ବିକାଶ କରି ଯଦି ମୁଁ ଭୁଲ କରିଛି ତା’ହେଲେ ସେଭଳି ଭୁଲ ବାରମ୍ବାର କରିବି। ଯଦି ଦୁର୍ନୀତି କରିଛି ବୋଲି କହୁଛ ତାହେଲେ ବାନ୍ଧୁନ କାହିଁକି। ଏହାସହିତ ଯାଜପୁରରେ ପୁଣି ଥରେ ନେତୃତ୍ୱ ନେବା ସହ ନିର୍ବାଚନ ଲଢିବେ ବୋଲି ପରୋକ୍ଷରେ ସଙ୍କେତ ଦେଇଛନ୍ତି ବବି ଦାସ।

Related Articles

Leave a Reply

Your email address will not be published. Required fields are marked *

Back to top button