ରାଜନୀତି

ରାଜ୍ୟରେ ଅପାରଗ ସରକାର, ମୁଖ୍ୟମନ୍ତ୍ରୀଙ୍କ ବଦଳରେ ସଚିବ ବୁଲୁଛନ୍ତି : ମନମୋହନ ସାମଲ – Ibnodisha

[ad_1]

ରାୟଗଡ଼ା: ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଫେଲ ମାରିଛି। କେନ୍ଦ୍ର ସରକାର ଦେଉଥିବା ଟଙ୍କା ଖର୍ଚ୍ଚ ହୋଇପାରୁ ନାହିଁ। ରାଜ୍ୟରେ ଅପାରଗ ସରକାର ରହିଛି। ମୁଖ୍ୟମନ୍ତ୍ରୀ ବଦଳରେ ସଚିବ ବୁଲୁଛନ୍ତି। ରାୟଗଡ଼ା ଗସ୍ତରେ ଯାଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହା କହିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି ଯେ, ରାଜ୍ୟରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକମାନେ ଅଦୃଶ୍ୟ ହୋଇଯାଇଛନ୍ତି। ଏଠାରେ ସଚିବଙ୍କର ରାଜ ଚାଲୁଛି। ଯେଉଁଠି ମୁଖ୍ୟମନ୍ତ୍ରୀ ବୁଲି ଲୋକଙ୍କୁ ଅଭିଯୋଗ ଶୁଣିବା କଥା ସେଠାରେ ସଚିବ ବୁଲି ବୁଲି ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି। ରାଜ୍ୟର ବିକାଶରେ କେନ୍ଦ୍ର ସରକାର କୌଣସି ପ୍ରକାର ହାତ ଛଡ଼ା କରିନାହାନ୍ତି। କିନ୍ତୁ ରାଜ୍ୟ ସରକାର କେନ୍ଦ୍ର ଦେଉଥିବା ଟଂକାକୁ ବିନିଯୋଗ କରିନପାରି ବାହାସ୍ପଟ ମାରୁଛନ୍ତି। ଲୋକେ ଏହା ଜାଣିସାରିଲେଣି।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଗୁରୁବାର ଗୁଣପୁର ଏବଂ ବିଷମକଟକ ନିର୍ବାଚନ ମଣ୍ଡଳୀରେ ବୈଠକ କରି କର୍ମୀଙ୍କୁ ଆଗାମୀ ନିର୍ବାଚନ ନେଇ ଗୁରୁମନ୍ତ୍ର ଦେଇଥିଲେ। ସେହିପରି ରାୟଗଡାରେ ପହଞ୍ଚି ରାୟଗଡା ନିର୍ବାଚନୀ ମଣ୍ଡଳର ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ଏକ ରୁଦ୍ଧଦ୍ବାର ବୈଠକ ମଧ୍ୟ କରିଥିଲେ। ଏଥିରେ ଜିଲ୍ଲା ସଭାପତି ଶିବ ପଟ୍ଟନାୟକଙ୍କ ସମେତ ବରିଷ୍ଠ ନେତୃବୃନ୍ଦ ଯୋଗଦେଇଥିଲେ।

ରାଜ୍ୟରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀଙ୍କର କଥା ଚଳୁନାହିଁ। ଏଠାରେ ସଚିବଙ୍କ କଥା ଚଳେ। ସଚିବ ୩୦ଟି ଜିଲ୍ଲା ବୁଲିବା ପାଇଁ କେତେ ଟଂକା ଖର୍ଚ୍ଚ କଲେ।? ସେସବୁ କାହାର ଟଂକା? ଲୋକଙ୍କ ଟଂକାରେ ସେ ବୁଲିଲେ। ମନ୍ତ୍ରୀମାନଙ୍କର ଦେଖା ମିଳୁନାହିଁ। ଲୋକେ କାହାକୁ ଗୁହାରି କରିବେ। ୨୩ ବର୍ଷର ସରକାର ଲୋକଙ୍କର ମୌଳିକ ସୁବିଧା କରିପାରିଲା ନାହିଁ। ଲୋକେ ଏହି ସରକାର ଉପରେ ଅତିଷ୍ଠ ହୋଇପଡିଲେଣି। ଏଥର ସରକାର ବଦଳିବ। ବିଜେପି ସାରା ରାଜ୍ୟରେ ଭଲ ପ୍ରଦର୍ଶନ କରିବ। ଓଡ଼ିଶାକୁ କେନ୍ଦ୍ର ସରକାର ୧୮ ଲକ୍ଷ କୋଟି ଟଂକା ଦେଇସାରିଲେଣି। କିନ୍ତୁ ଓଡ଼ିଶା ସରକାର ଏହାକୁ କେତେ ବିନିଯୋଗ କରିଛି, ତାହାର ହିସାବ ମଗାଯିବ। ସବୁ ସରକାରୀ ଯୋଜନାରେ ଦୁର୍ନୀତି ଭରି ରହିଛି। ଓଡ଼ିଶାର ବିକାଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ସହଯୋଗ କରୁଛନ୍ତି ଏବଂ କରିବେ। ତେଣୁ ବିଜେପି ସରକାର ଗଠନ କଲେ ରାଜ୍ୟର ଉନ୍ନତି ଓ ବିକାଶ ହୋଇପାରିବ ବୋଲି ସ୍ପଷ୍ଟ କରାଯାଇଥିଲା।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସଂପାଦକ କିଶୋର ପଣ୍ଡା, ଜାତୀୟ ଜନଜାତି ମୋର୍ଚ୍ଚାର ସାଧାରଣ ସଂପାଦକ କାଳୀରାମ ମାଝି, ବସନ୍ତ ଉଲାକା, ଉପସଭାପତି ପଦ୍ମନାଭ ଦାସ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟା ଅଶ୍ବିନୀ ଖଚଡା ପ୍ରମୁଖ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button