IBN ଓଡ଼ିଶା ବ୍ୟୁରୋ

କାର୍‌ କିଣିବେ କି? ଅକ୍ଟୋବରରେ ଏହି କମ୍ପାନୀ ଆଣିଛି ବମ୍ପର ରିହାତି, ଆକର୍ଷଣୀୟ ଅଫର୍‌, କାର୍‌ ପିଛା ଲକ୍ଷ ଲକ୍ଷ ଟଙ୍କା କମ୍‌..

ନୂଆଦିଲ୍ଲୀ : ଆପଣ କାର୍‌ କିଣିବାକୁ ଚାହୁଁଛନ୍ତି କି? ତେବେ କମ୍ପାନୀ ଆଣିଛି ଆକର୍ଷଣୀୟ ଅଫର୍‌ । ଦୀପାବଳି ପୂର୍ବରୁ କାର୍‌ କ୍ରେତାଙ୍କ ପାଇଁ ଅକ୍ଟୋବରରେ କାର୍‌ କମ୍ପାନୀ ଓ ଡିଲରସିପ୍‌ ବଡ ରିହାତି ସହ ଆଣିଛନ୍ତି ଆକର୍ଷଣୀୟ ଅଫର୍‌ । ଏହି ସମୟରେ କାର୍‌ କିଣିବାକୁ ଚାହିଁଲେ ଆପଣ ଲାଭବାନ୍‌ ହେବେ । ତେବେ ଜାଣନ୍ତୁ କେଉଁ କାର୍‌ କିଣିଲେ କିଣିଲେ କେତେ ରିହାତି ମିଳିବ..

ଦୀପାବଳି ପୂର୍ବରୁ ଅନେକ କାର୍‌ ନିର୍ମାତା କମ୍ପାନୀ ବମ୍ପର ରିହାତି ଓ ଅଫର୍‌ ଆଣିଛନ୍ତି । ଅକ୍ଟୋବର ୨୦୨୪ରେ ଏହି କାର୍‌ରେ ଆକର୍ଷଣୀୟ ଅଫର୍‌ ପାଇବେ..

ଟାଟା ସଫାରୀ-ଏହି ଏସୟୁଭିରେ ୧.୬୫ ଲକ୍ଷ ପର୍ଯ୍ୟନ୍ତ ରିହାତି ରହିଛି । ଏଥିରେ ମାଇ୨୦୨୩ ମଡେଲ୍‌ରେ ଅତିରିକ୍ତ ୨୫,୦୦୦ ଟଙ୍କା ରିହାତି ସାମିଲ୍‌ ରହିଛି ।

କିଆ ସେଲଟୋସ୍‌ – ଏହି କାର୍‌ରେ ୧.୩ ଲକ୍ଷ ପର୍ଯ୍ୟନ୍ତ ରିହାତି ମିଳୁଛି । ଏହାସହ ଏକ୍ସଚେଞ୍ଜ ବୋନସ୍‌ ଓ ଅନ୍ୟ ପ୍ୟାକେଜ୍‌ ମଧ୍ୟ ରହିଛି ।

ମାରୁତି ଗ୍ରାଣ୍ଡ୍‌ ଭିଟାରା-ଏହି ଏସୟୁଭିରେ ୧.୨୮ ଲକ୍ଷ ପର୍ଯ୍ୟନ୍ତ ରିହାତି ମିଳୁଛି ।

ଏମଜି ହେକ୍ଟର – ଏହି ଏସୟୁଭିରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଦିଆଯାଉଛି । ଯାହା ଉଭୟ ପେଟ୍ରୋଲ ଓ ଡିଜେଲ ପାଇଁ ଉପଲବ୍ଧ ଥିବା ଗାଡିରେ ଲାଗୁ ହୋଇଛି ।

ମହିନ୍ଦ୍ରା ଏକ୍ସୟୁଭି ୪୦୦-ଏହି ବୈଦ୍ୟୁତିକ ଏସୟୁଭିରେ ୩ ଲକ୍ଷ ପର୍ଯ୍ୟନ୍ତ ରିହାତି ମିଳୁଛି ।

ମାରୁତି ଜିମ୍‌ନୀ – ଏହି ୪*୪ ଏସୟୁଭିରେ ୨.୫ ଲକ୍ଷ ପର୍ଯ୍ୟନ୍ତ ରିହାତି ପାଇପାରିବେ ।

ଏହି ରିହାତି ପର୍ବପର୍ବାଣି ସମୟରେ ମିଳିଥାଏ । ଫଳରେ ଲୋକେ ନିଜ ପସନ୍ଦ ଅନୁଯାୟୀ କାର୍‌ କିଣି ପାରନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button