IBN ଓଡ଼ିଶା ବ୍ୟୁରୋ

ପୁଣି ବିବାଦରେ କଙ୍ଗନା, ଗାନ୍ଧୀ ଜୟନ୍ତୀ ଅବସରରେ କହିଲେ ଦେଶରେ ପିତା ନାହାନ୍ତି ବରଂ…

ପୁଣି ବିବାଦ ଘେରରେ ଅଭିନେତ୍ରୀ ତଥା ହିମାଚଳ ପ୍ରଦେଶ ମଣ୍ଡିର ସାଂସଦ କଙ୍ଗନା ରଣାଓ୍ୱତ। ଗାନ୍ଧୀ ଜୟନ୍ତୀ ଅବସରରେ ବିଜେପି ସାଂସଦ କଙ୍ଗନା ରାଣାୱତ ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ନେଇ ଏକ ଇନଷ୍ଟାଗ୍ରାମ ପୋଷ୍ଟ କରି ବିବାଦ ଘେରକୁ ଆସିଛନ୍ତି।

ନିକଟରେ କଙ୍ଗନା କୃଷକ ଆନ୍ଦୋଳନକୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ ସମାଲୋଚନାର ସମ୍ମୁଖୀନ ହୋଇଥିଲେ।

ଏବେ ଶାସ୍ତ୍ରୀଙ୍କ ୧୨୦ତମ ଜୟନ୍ତୀ ଅବସରରେ ଏକ ପୋଷ୍ଟ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି, ଯେଉଁଥିରେ ଗାନ୍ଧିଜୀଙ୍କୁ ଜାତିର ପିତା ଭାବରେ ମାନ୍ୟତାକୁ ଅଣଦେଖା କରିଛନ୍ତି।

ଦେଶର ପିତା ନାହାନ୍ତି, ବରଂ ଦେଶର ଲାଲ (ପୁଅ) ଅଛନ୍ତି। ଧନ୍ୟ ହୁଅନ୍ତୁ ଭାରତ ମାତାଙ୍କ ଲାଲ ବୋଲି ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି। ଦେଶରେ ଗାନ୍ଧିଜୀଙ୍କ ସ୍ୱଚ୍ଛତା ପରମ୍ପରାକୁ ଜାରି ରଖିଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button