କାଉ ଠାରୁ ମିଳୁଥିବା 14ଟି ଶୁଭ ସଂକେତ | କାଉ ସହ ଜଡିତ ଶୁଭ ଏବଂ ଅଶୁଭ ସଂକେତ..

ଯେବେ ବି କୌଣସି ଶୁଭ ଏବଂ ଅଶୁଭର କଥା ଆସେ ତ କାଉ କଥା ନିଶ୍ଚିନ୍ତ କୁହାଯାଏ, କାରଣ ଶୁଭ ଆଉ ଅଶୁଭ ଏହି ଜିନିଷ କାଉ ସହ ଅଧିକ ଜଡିତ ଅଛି | କାହିଁକି ନା କାଉ ହିଁ ଧନ ସହ ଜଡିତ ସୂଚନା ଆଗରୁ ହିଁ ଦେଇଥାଏ,ଏବଂ ଧନ ଲାଭ ଆପଣଙ୍କୁ ହୋଇ ମଧ୍ୟ ଥାଏ କିନ୍ତୁ କେମିତି? ଆମ ଶାସ୍ତ୍ରରେ କୁହାଯାଇଛି ସୂର୍ଯ୍ୟଦୟ ସମୟରେ ଯଦି ଆପଣଙ୍କ ଘର ସାମ୍ନା ରେ କାଉ ରାବେ ତେବେ ଭଲ ସଂକେତ ହୋଇଥାଏ ଏବଂ ଶକୁନ ଶାସ୍ତ୍ର ରେ ମଧ୍ୟ କୁହାଯାଇଛି ଅର୍ଥାତ ଆପଣଙ୍କ ମାନ ପ୍ରତିଷ୍ଠା ବଢିବ ଏବଂ ଧନ ଲାଭ ହେବ | ତେବେ ଆସନ୍ତୁ ଜାଣିବା ସେହି ବିଷୟ ରେ |
1.ତେବେ ଯଦି କାଉ ଥଣ୍ଟ ମାରୁଥିବାର ଦେଖାଯାଏ ତେବେ ଧନ ଲାଭ ହୋଇଥାଏ,କିନ୍ତୁ ଯଦି କୌଣସି ଯାତ୍ରା ସମୟରେ କାଉ ଆପଣଙ୍କୁ ଶୁଖିଲା ଗଛରେ ବସିଥବାର ଦେଖାଯାଏ ଏହା ଶୁଭ ହୋଇନଥାଏ |
2.ଯଦି କାଉ ଆପଣଙ୍କ ପଛରେ ରାବୁଛି ତେବେ ମଧ୍ୟ ବହୁତ ଶୁଭ ହୋଇଥାଏ | ଆପଣଙ୍କୁ ଧନ ଲାଭ ହେବାର ସମ୍ଭାବନା ରହିଥାଏ |
3.ଯଦି କୌଣସି କାଉ ମହିଳାଙ୍କ ମୁଣ୍ଡ ଉପରେ ବସେ ତେବେ ତାହାର ଅର୍ଥ ସେହି ମହିଳାଙ୍କ ସ୍ୱାମୀଙ୍କ ଉପରେ ବହୁତ ବଡ ବିପଦ ଆସିବାକୁ ଯାଉଛି |
4.ଏବଂ ଯଦି କାଉ କୁ ଆହାର ସଂଗ୍ରହ କରୁଥିବା ସମୟ ରେ ଦେଖୁଛନ୍ତି ତେବେ ମଧ୍ୟ ଏହା ବହୁତ ଶୁଭ ହୋଇଥାଏ | ଆଉ କୌଣସି ମୂଲ୍ୟବାନ ଜିନିଷ ମିଳିବାର ଆଶଙ୍କା ରହିଥାଏ |
5.ଯଦି କାଉ ମାନଙ୍କର ଝୁଣ୍ଡ ଆପଣଙ୍କ ଘର ପାଖରେ ରବୁଛନ୍ତି ତେବେ ଏହା ଖରାପ ସଂକେତ ହୋଇଥାଏ | ମାଲିକ ଉପରେ ସଙ୍କଟ ଆସିଥାଏ |
6.ଯଦି ଆପଣଙ୍କୁ ରାସ୍ତାରେ ପାଣି ପିଉଥିବାର କାଉ ଦେଖାଯାଏ ଏହା ଶୁଭ ହୋଇଥାଏ |
7.ଘର ଉପରେ ପୂର୍ବ ଉତ୍ତର ଦିଗରେ ଯଦି କାଉ ରାବେ ତାହେଲେ ମଧ୍ୟ ଶୁଭ ସଂକେତ ହୋଇଥାଏ |
8.ଯଦି କାଉ କୌଣସି ବାସନରୁ ପାଣି ପିଉଚି ତେବେ ଆପଣଙ୍କ ର ଧନ ଲାଭ ସହିତ, ଭବିଷ୍ୟ ମଧ୍ୟ ସୁନ୍ଦର ହେବ |
9. ଯଦି କାଉ ସବୁଜ ବୃକ୍ଷ ଉପରେ ବସି ତାର ବସା ବନାଉଛି ତେବେ ଏହା ଦେଖିଲେ ଆପଣଙ୍କର ଉନ୍ନତି ହେବ |