IBN ଓଡ଼ିଶା ବ୍ୟୁରୋ

ଆପଣଙ୍କ ରାଶିରୁ ଜାଣନ୍ତୁ କେଉଁ କଥାକୁ ଡରନ୍ତି ଆପଣ?

ମନୁଷ୍ୟର ରାଶି ତା ସମ୍ପର୍କରେ ବହୁତ କଥା କହିଥାଏ। ଏହା ଆପଣଙ୍କ ଜୀବନ ସହ ଜଡିତ ଭଲ ମନ୍ଦ କଥା କହିଥାଏ। ରାଶିରୁ ଜଣେ ବ୍ୟକ୍ତିର ଚରିତ୍ର, ସ୍ଵଭାବ ବା ଗୁଣ ଆଦି ଜାଣି ହୁଏ। ତାର ମୋନୋଭାବ, ଚିନ୍ତାଧାରା, କେଉଁ ବସ୍ତୁକୁ ନେଇ ତାର ଭାବନା କଣ ଏ ସବୁ ଅତି ସହଜରେ ଜଣାପଡିଥାଏ। ମନୁଷ୍ୟ ତା ଜୀବନରେ କୌଣସି ଏକ ଜିନିଷକୁ ନେଇ ସର୍ବଦା ଡରିଥାଏ, ତେବେ କେଉଁ ରାଶିର ବ୍ୟକ୍ତିଙ୍କର କଣ ରହିଛି ଡର ଆଜି ଆମେ ସେହି ବିଷୟରେ ଆପଣଙ୍କୁ କହିବୁ।

କେଉଁ ରାଶିର ବ୍ୟକ୍ତିକୁ କେଉଁ ପ୍ରକାର ଡର ଲାଗିରୁହେ।

ମେଷ-

ମେଷ ରାଶିର ବ୍ୟକ୍ତିଙ୍କୁ ସର୍ବଦା ଚାଲିବା ବହୁତ ପସନ୍ଦ। ଏମାନେ ଗୋଟେ ଜାଗାରେ ବହୁତ ସମୟ ବସି ପାରନ୍ତି ନାହିଁ। ତେଣୁ ମେଷ ରାଶିର ବ୍ୟକ୍ତିଙ୍କୁ “କାଠୀସୋଫୋବିୟା” ଅର୍ଥାତ ଗୋଟେ ଜାଗାରେ ବସିରହିବାର ଡର ଲାଗିରୁହେ।

ବୃଷ-

ଏହି ରାଶିର ଲୋକ ନିଜ ସୁବିଧା କ୍ଷେତ୍ର ମଧ୍ୟରେ ରହିବାକୁ ପସନ୍ଦ କରନ୍ତି। ଏମାନଙ୍କୁ ଆଖପାଖରେ ଥିବା ବସ୍ତୁ ବା ପରିବେଶରେ ପରିବର୍ତ୍ତନ ପସନ୍ଦ ନୁହେଁ। ସେ ଯେମିତି ଯେଉଁଠି ଅଛନ୍ତି ସେମିତି ହିଁ ରହିବାକୁ ପସନ୍ଦ କରନ୍ତି। କୌଣସି ପ୍ରକାରର ପରିବର୍ତ୍ତନ ଏମାନଙ୍କୁ ପସନ୍ଦ ନୁହେଁ। ଏହି ରାଶିର ବ୍ୟକ୍ତି ମାନଙ୍କୁ “ଟ୍ରୋପୋଫୋବିୟା” ଅର୍ଥାତ ଆଖପାଖରେ କୌଣସି ପରିବର୍ତ୍ତନ କୁ ନେଇ ଡର ଲାଗି ରୁହେ।

ମିଥୁନ-

 

ମିଥୁନ ରାଶିର ବ୍ୟକ୍ତି ନିର୍ଣ୍ଣୟ ନେବାରେ ନର୍ଭସ ହୋଇଥାନ୍ତି। “ଡିସାଇଡୋଫୋବିୟା” ଅର୍ଥାତ ନିର୍ଣ୍ଣୟ ନେବାରେ ଡରନ୍ତି। ନିଜର ଏହି ଡର କାରଣରୁ ସେ କୌଣସି ବଡ ନିର୍ଣ୍ଣୟ ନିଅନ୍ତି ନାହିଁ।

କର୍କଟ-

ଏହି ରାଶିର ଲୋକଙ୍କୁ ଘରେ ରହିବା ପସନ୍ଦ। ଘରେ ଏମାନେ ନିଜକୁ ବହୁତ ସୁରକ୍ଷିତ ଅନୁଭବ କରନ୍ତି। ସାଙ୍ଗ ଏବଂ ପରିବାର ହିଁ ଏମାନଙ୍କ ସଂସାର। ଏମାନଙ୍କଠୁ ଦୂରେଇ ଯିବାର ଭାବନା ତାଙ୍କୁ ବିଚଳିତ କରିଦିଏ। ଏହି ରାଶିର ଲୋକଙ୍କୁ “ଐଗୋରାଫୋବିୟା” ଅର୍ଥାତ ଗୋଟେ ସୁରକ୍ଷିତ ଜାଗାକୁ ଛାଡିବାର ଡର ସର୍ବଦା ଲାଗି ରହେ।

ସିଂହ-

ସିଂହ ରାଶିର ବ୍ୟକ୍ତିଙ୍କୁ ଲୋକ ପ୍ରସିଦ୍ଧିରେ ରହିବା ବହୁତ ପସନ୍ଦ। ଆଖ ପାଖ ଲୋକମାନେ ତାଙ୍କ ପରିଶ୍ରମ ପାଇଁ ତାଙ୍କୁ ସାବାସୀ ଦେଲେ ଏମାନଙ୍କୁ ବହୁତ ଭଲ ଲାଗେ। କିନ୍ତୁ ଯଦି କେହି ସେମିତି ନକରନ୍ତି ତେବେ ଏମାନେ ଚିନ୍ତିତ ହୋଇପଡନ୍ତି। ଏମାନଙ୍କୁ “ଐଥାଜଗୋରୋଫୋବିୟା” ଅର୍ଥାତ ଅବହେଳିତ ହେବାର ଡର ଲାଗିରୁହେ।

କନ୍ୟା-

କନ୍ୟା ରାଶିର ବ୍ୟକ୍ତିଙ୍କୁ ସବୁ ବସ୍ତୁ ସଠିକ ଭାବରେ ରଖିବା ବା ଅରଗେନାଇଜ୍ଡ ରହିବା ବହୁତ ପସନ୍ଦ। ଏମାନଙ୍କୁ ଖେଳେଇ ହୋଇ ରହିଥିବା ବା ଏପଟ ସେପଟ କରି ରଖିବା ଜିନିଷ ପସନ୍ଦ ନୁହେଁ। ଏମାନକୁ “ଏଟୈକ୍ସୋଫୋବିୟା” ଅର୍ଥାତ ଜିନିଷ ଅରଗେନାଇଜ୍ଡ ନଥିଲେ ଏମାନେ ବ୍ୟସ୍ତ ହୋଇପଡନ୍ତି।

ତୁଳା-

 

ତୁଳା ରାଶିର ବ୍ୟକ୍ତି ମିଳିମିଶି ରହିବାକୁ ଭଲ ପାଆନ୍ତି। ଏମାନେ ବହୁତ ରୋମାଂଟିକ ହୋଇଥାନ୍ତି ଓ ସମ୍ପର୍କରେ ରହିବାକୁ ପସନ୍ଦ କରନ୍ତି। ଏମାନେ ଏକା ହବାକୁ ଡରନ୍ତି। ଏମାନେ “ଅଟୋଫୋବିୟା” ଅର୍ଥାତ, ଏକା ହୋଇଯିବାର ଡର ସର୍ବଦା ଲାଗି ରୁହେ।

ବିଛା-

ଏହି ରାଶିର ବ୍ୟକ୍ତି ଅନ୍ୟକୁ ଆଶ୍ଚର୍ଯ୍ୟ କରିବାର କୌଣସି ମଉକା ହାତଛଡା କରନ୍ତି ନାହିଁ। ଏମାନେ ବହୁତ ଇମୋଶନାଲ, ଅଭିମାନୀ, ସଚ୍ଚୋଟ ଓ ଗମ୍ଭୀର ଚିନ୍ତାରେ ରହୁଥିବା ବ୍ୟକ୍ତି ଅଟନ୍ତି। ଏମାନେ “ପ୍ରୋଡୋଟିଓଫୋବିୟା” ଅର୍ଥାତ ଭଲପାଇବାରେ ଧୋକା ପାଇବାକୁ ଡରନ୍ତି।

ଧନୁ-

ଏହି ରାଶିର ବ୍ୟକ୍ତି ନିୟମକୁ ମାନି ଚଳିବାକୁ ପସନ୍ଦ କରନ୍ତି ନାହିଁ। ଗୋଟେ କାମ ବାରମ୍ବାର କରିବା ଦ୍ଵାରା ଏମାନେ ବିରକ୍ତ ହୋଇଯାଆନ୍ତି। ଏମାନଙ୍କୁ “କ୍ଲସ୍ଟ୍ରୋଫୋବିୟା” ଅର୍ଥାତ ଗୋଟେ ଜାଗାରେ ବନ୍ଦ ହୋଇରହିବାର ଡର ଲାଗିରହେ।

ମକର-

ଏହି ରାଶିର ବ୍ୟକ୍ତି ସବୁ କ୍ଷେତ୍ରରେ ପର୍ଫେକ୍ଟ ହବାକୁ ଚାହାଁନ୍ତି। ଏତେ ସହଜରେ ଆପଣ ଏମାନଙ୍କ ଭୁଲ ବାହାର କରିପାରିବେ ନାହିଁ। ଏମାନଙ୍କୁ “ଅଟିକୀଫୋବିୟା” ଅର୍ଥାତ ଜୀବନରେ ମିଳିବା ଅସଫଳତାକୁ ନେଇ ଡର ଲାଗିରହେ।

କୁମ୍ଭ-

 

ଏହି ରାଶିର ଲୋକଙ୍କୁ ବନ୍ଧନରେ ବାନ୍ଧି ହୋଇ ରହିବାର ଡର ଲାଗିରୁହେ। ଏମାନକୁ ସ୍ଵତନ୍ତ୍ରତା ବହୁତ ପସନ୍ଦ। ଏମାନଙ୍କୁ କେହି କୌଣସି କାର୍ଯ୍ୟ ପାଇଁ ମାନ କରିଲେ ଏମାନେ ପସନ୍ଦ କରନ୍ତି ନାହିଁ। ଏମାନଙ୍କୁ “ମେରିଂତୋଫୋବିୟା” ଅର୍ଥାତ ସ୍ଵାଧୀନତା ହରାଇବାର ଡର ଲାଗିରୁହେ।

ମୀନ-

ମୀନ ରାଶିର ବ୍ୟକ୍ତି ସବୁଠୁ ଅଧିକ ସଂବେଦନଶୀଳ ଓ ଇମୋଶନାଲ ଅଟନ୍ତି। ନିଜର ଲୋକଙ୍କୁ ହିଁ ନେଇ ଏମାନଙ୍କ ସଂସାର। ସବୁ ସମୟରେ କୌଣସି ନିଜର ଲୋକଙ୍କୁ ହରାଇବାର ଡର ଏମାନଙ୍କୁ ଲାଗିରୁହେ। ଏମାନଙ୍କୁ “ଥୈଂଟୋଫୋବିୟା” ଅର୍ଥାତ ନିଜର ଲୋକଙ୍କୁ ହରାଇବାର ଡର ସର୍ବଦା ଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button