ରାଜନୀତି

କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ବିଜେଡ଼ିର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ବିଜେପି ଦ୍ବାରା ଆୟୋଜିତ ହେଉଥିବା ଯୋଜନା ଭିତ୍ତିକ କନିଷ୍ଠ ଶିକ୍ଷକ ନିଯୁକ୍ତି କାର୍ଯ୍ୟକ୍ରମକୁ ବିଜେଡ଼ି ବିରୋଧ କରିଛି। ଏହାକୁ ନେଇ ବିଜେଡ଼ି ପକ୍ଷରୁ ଶଙ୍ଖ ଭବନରେ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ବିଜେଡ଼ିର ମୁଖପାତ୍ର ଲେନିନ୍ ମହାନ୍ତି ଓ ରାଜ୍ୟ ସଭା ସଦସ୍ୟ ଶୁଭାଶିଷ ଖୁଣ୍ଟିଆ ଉପସ୍ଥିତ ଥିଲେ।

ଶୁଭାଶିଷ ବିଜେପି ସରକାରକୁ କଟାକ୍ଷ କରି କହିଛନ୍ତି, ମଲା ମିରିଗରେ ପାହାର ପକେଇ ବିଜେପି ଦଳ କହୁଛି ଶିକାର କରିଛି। ଯେଉଁ ଯୋଜନା ଆମ ପ୍ରିୟ ନେତା ନବୀନ ପଟ୍ଟନାୟକ କରିଛନ୍ତି, ସେ ଯୋଜନାକୁ ବିଜେପି ହଟେଇବାକୁ ଚେଷ୍ଟା କରୁଛି। ହେଲେ ୧୬ ହଜାର ଯୋଜନା ଭିତ୍ତିକ ଶିକ୍ଷକ ପଦବୀ ବିଜେପି ପୂରଣ କରୁଛି କହି ଡିଣ୍ଡିମ ପିଟୁଛି। ୨୦୨୩ ମସିହାରେ ଆମ ପ୍ରିୟ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ସହ ଚୟନ କରିଥିଲେ। ସେହି ସମୟରେ ବିଜେପି ଏହି ଯୋଜନାକୁ ବିରୋଧ କରିଥିଲା। ଶିକ୍ଷା ନୀତିରେ ନବୀନ ବାବୁ ଆଦର୍ଶ ସାଜିଛନ୍ତି। ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ପରେ ଏମାନେ ଏହାକୁ ଗ୍ରହଣ କରିବା ସହ ନିଯୁକ୍ତି ଦେଉଥିବା କହୁଛନ୍ତି। ଏମାନେ କେବଳ ରଙ୍ଗ ବଦଳାଇବା ଛଡା ଆଉ କିଛି ବି କରି ନାହାନ୍ତି। ଫାଇବ ଟି ମାଧ୍ୟମରେ ରାଜ୍ୟରେ ଶିକ୍ଷାର ଉନ୍ନତି କରି ସାରା ଭାରତରେ ନବୀନ ବାବୁ ଉଦାହରଣ ପାଳଟିଛନ୍ତି। ବର୍ତ୍ତମାନର ସରକାରକୁ ଶହେ ଦିନ ପୁରିଥିଲେ ମଧ୍ୟ ନିଜେ କିଛି କମ କରି ପାରୁନଥିବାରୁ ନବୀନ ବାବୁଙ୍କ ଯୋଜନାକୁ ନିଜ ନାମରେ କରିବାକୁ ଚେଷ୍ଟା କରୁଛନ୍ତି। ବିଜେପିର ଏହିଭଳି କାର୍ଯ୍ୟକୁ ଆମେ ନିନ୍ଦା କରୁଛୁ। ନିଯୁକ୍ତି ପାଇଥିବା ଶିକ୍ଷାକମାନେ ମଧ୍ୟ ଜାଣିଛନ୍ତି ସେମାନେ ନବୀନ ପଟ୍ଟନାୟକଙ୍କ ସରକରେ ନିଯୁକ୍ତି ପାଇଛନ୍ତି ।

ଶ୍ରମିକଙ୍କ ମଜୁରି ବଢାଇବା କଥା ହେଉ କି ମେକ ଇନ ଓଡ଼ିଶାକୁ ଉତ୍କର୍ଷ ଓଡ଼ିଶା କୁହନ୍ତୁ, ବିଜେପି ଏପର୍ଯ୍ୟନ୍ତ କୌଣସି ଉଚିତ ଯୋଜନା କରିନାହିଁ ବୋଲି ଲେନିନ୍ କହିଛନ୍ତି। ଆଗାମୀ ଦିନରେ ବିଜେପି କରୁଥିବ କାର୍ଯ୍ୟରେ କୌଣସି ତ୍ରୁଟି ଦେଖିଲେ ଗୋଟିଏ ଜାଗ୍ରତ ବିରୋଧୀ ଦଳ ହିସାବରେ ଆମେ ତାଗିଦ କରିବୁ ବୋଲି ସେ କହିଛନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button