IBN ଓଡ଼ିଶା ବ୍ୟୁରୋ
ଭିଡିଓରେ ଦେଖନ୍ତୁ; କେମିତି ଚଳନ୍ତା ଟ୍ରେନ୍ରେ ଝରକା କଡରୁ ପିଲାଟି ହାତରୁ ଚୋରି ହେଲା ମୋବାଇଲ୍..

ନୂଆଦିଲ୍ଲୀ : ଟ୍ରେନ୍ରେ ଯାତ୍ରା କରିବା ସମୟରେ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଝରକା ନିକଟ ସିଟ୍ରେ ବସିବାକୁ ପସନ୍ଦ କରନ୍ତି। ଝରକା ନିକଟରେ ବସିବା ସମୟରେ ବାହାରର ଦୃଶ୍ୟ ଦେଖିବାକୁ ମିଳିଥାଏ । ସତେଜ ପବନ ମଧ୍ୟ ମିଳିଥାଏ । ଅଧିକାଂଶ ଲୋକେ ଝରକା ନିକଟରେ ବସିବା ସହ ମୋବାଇଲ୍ ଫୋନ୍ ମଧ୍ୟ ବ୍ୟବହାର କରନ୍ତି ଓ ଚୋରକୁ ନିମନ୍ତ୍ରଣ କରନ୍ତି।ନିକଟରେ ଏଭଳି ହିଁ ଏକ ଘଟଣା ସୋସିଆଲ ମିଡିଆରେ ବେଶ ଭାଇରାଲ୍ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି।