ରେସ୍ତୋରାଁ ଆଗରେ ଏଥିପାଇଁ ହଠାତ୍ ଲାଗିଲା ହଜାର ହଜାର ଲୋକଙ୍କ ଲମ୍ବା ଲାଇନ୍..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ନିୟମିତ ଭିନ୍ନ ଭିନ୍ନ ଭିଡିଓ ଭାଇରାଲ୍ ହୋଇଥାଏ । କେତେବେଳେ ଚୋରି ତ କେତେବେଳେ କୌତୁକିଆ ଭିଡିଓ ଭାଇରାଲ୍ ହୋଇଥାଏ । ନିକଟରେ ଏଭଳି ଏକ ଭିଡିଓ ଭାଇରାଲ୍ ହେଉଛି, ଯାହାକୁ ଦେଖି ହୋସ୍ ଉଡିଯିବ । ଏହି ଭିଡିଓ ବିଦେଶର ବୋଲି ଜଣାପଡିଛି । ଭିଡିଓରେ ଦେଖିପାରିବେ ପ୍ରାୟ ୬ ହଜାରରୁ ଅଧିକ ଲୋକେ ଏକ ରେସ୍ତୋରାଁରେ ୱେଟର ଚାକିରି ପାଇଁ ଲମ୍ବା ଧାଡିରେ ଠିଆ ହୋଇଛନ୍ତି।
ନିକଟରେ କାନାଡାର ଏକ ଅଞ୍ଚଳରେ ନୂଆ ରେସ୍ତୋରାଁ ଖୋଲିଥିବା ବେଳେ ଏଠାରେ ନୂଆ ୱେଟର ଓ ରୋଷେଆର ଆବଶ୍ୟତା ଥିଲା। ଏଥିପାଇଁ ଅନଲାଇନ୍ରେ ୱେବସାଇଟ୍ ମାଧ୍ୟମରେ ଏହାର ଖାଲିଥିବା ପୋଷ୍ଟ୍ ବାହାରିଥିଲା । ପରେ ଲୋକେ ଧିରେ ଧିରେ ଏଠାରେ ଏକାଠି ହେବାକୁ ଲାଗିଲେ । ମାତ୍ର ଏମାନଙ୍କୁ ମଧ୍ୟରୁ ଅଧିକାଂଶ ଭାରତୀୟ ଥିଲେ । ଏହି ଚାକିରି ପାଇଁ ପ୍ରାୟ ୬ ହଜାରରୁ ଅଧିକ ଆବେଦନ କରିଥିଲେ। ଏମାନଙ୍କ ମଧ୍ୟରୁ ୩ ହଜାର ବ୍ୟକ୍ତି ବିଶେଷଙ୍କର ଇଣ୍ଟରଭ୍ୟୁ ହୋଇସାରିଛି । ଏମାନଙ୍କ ମଧ୍ୟରୁ କିଛି ଭାରତୀୟ ଚୟନ ହୋଇଛନ୍ତି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।
ଭାରତର ଅନେକ ଲୋକେ ମଧ୍ୟ ଚାକିରି ଖୋଜି ବିଦେଶ ଯାଇଥାଆନ୍ତି । ତେବେ ଭାରତୀୟଙ୍କ ପ୍ରଥମ ପସନ୍ଦ କାନାଡା ବୋଲି ଜଣାପଡିଛି । ପ୍ରାୟ ୧୬ ଲକ୍ଷରୁ ଅଧିକ ଭାରତୀୟ କାନାଡାରେ ରହୁଥିବା ବେଳେ ୨୦୨୫ ସୁଦ୍ଧା ଏହା ୨୦ ଲକ୍ଷ ହେବାର ସମ୍ଭାବନା ରହିଛି।




