IBN ଓଡ଼ିଶା ବ୍ୟୁରୋ

ତାୱାରେ ଏହି ଜିନିଷ ଭୁଲରେ ବି ବନାନ୍ତୁ ନାହିଁ । ନଚେତ ଆସିଥାଏ ବର୍ବାଦି

ନିଜ ଘରର ବତାବାରଣ ଭଲ ହେବା ଏବଂ ଖରାପ ହେବା , ରୋଷେଇ ଘରେ ଥିବା ତାୱା ଉପରେ ମଧ୍ୟ ନିର୍ଭର କରିଥାଏ । ଘରେ ଏକ ବିଶେଷ ଧରଣର ତାୱା ରହିବା ଉଚିତ ନୁହେଁ , କାରଣ ଏହାଦ୍ୱାରା ଘରକୁ ବର୍ବାଦି ଆସିପାରେ । ରୋଷେଇ ଘରେ ତାୱା ଅତ୍ୟନ୍ତ ଆବଶ୍ୟକୀୟ ଜିନିଷ ଅଟେ । କାରଣ ସେଥିରେ ରୁଟି ପ୍ରସ୍ତୁତ ହୋଇଥାଏ ।

ଆଜିକାର ଏହି ଲେଖାରେ ଆମେ ତାୱା ସମ୍ବନ୍ଧୀୟ କିଛି ବିଶେଷ ସୂଚନା ଦେବାକୁ ଯାଉଛୁ । ବାସ୍ତୁ ଅନୁଯାୟୀ ଏହାର ଅନେକ ମହତ୍ତ୍ୱ ରହିଛି । ସାଧରଣତଃ ତାୱା ଏବଂ କରେଇ ରାହୁର ପ୍ରତିନିଧିତ୍ବ କରିଥାଏ । ଯାହା ଆପଣଙ୍କ ଭାଗ୍ୟ ବଦଳାଇ ପାରେ କିମ୍ବା ଆପଣଙ୍କ ଭାଗ୍ୟ ନଷ୍ଟ ମଧ୍ୟ କରିପାରେ ।

୧ . ତାୱାକୁ ଓଲଟା ରଖିବା :-

ହିନ୍ଦୁ ଧର୍ମ ଅନୁଯାୟୀ ତାୱାକୁ ଓଲଟା ରଖିବା ଉଚିତ ନୁହେଁ । ତାୱା ସେତେବେଳେ ଓଲଟା ରଖାଯାଏ ଯେତେବେଳେ ଘରେ କାହାରି ମୃତ୍ୟୁ ହୋଇଯାଏ । ଅର୍ଥାତ ସେତେବେଳେ ଘରେ ତାୱାର ବ୍ୟବହାର ବର୍ଜିତ ମାନା ଯାଏ । ସେତେବେଳେ ଘରେ ଭୋଜନ ପ୍ରସ୍ତୁତ କରାଯାଏ ନାହିଁ । ତେଣୁ ଏମିତିରେ ଯେଉଁ ବ୍ୟକ୍ତି ତାୱାକୁ ଓଲଟା ରଖିଥାଏ ସେ ଅନର୍ଥର କାରଣ ହୋଇଥାଏ । ତେଣୁ ତାୱାକୁ ସିଧା କରି ରଖନ୍ତୁ ।

୨ . ଦୋଷ ଲାଗିବା :-

ଦୀର୍ଘ ସମୟ ଧରି ଗୋଟିଏ ତାୱାକୁ ଉପଯୋଗ କରିବା ଉଚିତ ନୁହେଁ । ପୁରୁଣା ତାୱାରେ ରୋଷେଇ କଲେ ଖାଦ୍ୟ ଦୂଷିତ ହୋଇପାରେ । ଏହାଦ୍ବାରା ଘରେ କୌଣସି ସଦସ୍ୟଙ୍କର ଭୟଙ୍କର ରୋଗ ହୋଇପାରେ । ଦୀର୍ଘ ସମୟ ଧରି ଭାଙ୍ଗି ଯାଇଥିବା ତାୱାରେ ଖାଦ୍ୟ ପ୍ରସ୍ତୁତ କଲେ ଦୋଷ ଲାଗିଥାଏ । ଏମିତିରେ ଆପଣ ଦରିଦ୍ର ହୋଇ ପାରନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button