ସୁଟିଂ ସେଟରେ ଅନ୍ୟାୟର ଶିକାର ହୋଇଥିଲେ ଶେହଜାଦ୍ ଧାମି , ବଖାଣିଲେ ନିଜ ଦୁଃଖ
ଆରମ୍ଭ ହୋଇଯାଇଛି ବିଗବସ୍ ୧୮ । ସଲମନ ଖାନ୍ ପୁଣିଥରେ ଦବଙ୍ଗ ଅନ୍ଦାଜରେ ସୋ’ର ୧୭ କଣ୍ଟେଷ୍ଟେଣ୍ଟଙ୍କୁ ସ୍ୱାଗତ କରିଛନ୍ତି । ଲୋକପ୍ରିୟ ଟେଲିଭିଜନ ଅଭିନେତା ଶେହଜାଦ୍ ଧାମୀ ମଧ୍ୟ ବିଗବସ ୧୮ରେ ଦମଦାର ଅନ୍ଦାଜରେ ଏଣ୍ଟ୍ରି କରିଥିଲେ ଏବଂ ପ୍ରିମିୟର ଏପିସୋଡ୍ ସମୟରେ ଅନେକ ଜବରଦସ୍ତ ଖୁଲାସା ମଧ୍ୟ କରିଥିଲେ । ରାଜନ ଶାହିଙ୍କ ଲୋକପ୍ରିୟ ସୋ’ ‘ୟେ ରିସ୍ତା କ୍ୟା କେହଲାତା ହେ’ ରୁ ଶେହଜାଦ୍ ଧାମୀଙ୍କୁ ବାହାର କରାଯାଇଥିଲା , ଯାହା ପରେ ସେ ଚର୍ଚ୍ଚାକୁ ଆସିଥିଲେ ।
ବର୍ତ୍ତମାନ ବିଗବସ୍ ୧୮ର ପ୍ରଥମ ଏପିସୋଡ୍ରେ ଅଭିନେତା କଣ୍ଟ୍ରୋଭର୍ସି ବିଷୟରେ ଖୋଲାଖୋଲି ଭାବରେ କହିଛନ୍ତି ।
ବିଗବସ୍ ୧୮ ରେ ପ୍ରିମିୟର ଏପିସୋଡ୍ ସମୟରେ ଶହଜାଦ ଧାମି ତାଙ୍କ ସହ ହୋଇଥିବା ଅନ୍ୟାୟକୁ ବଖାଣିଥିଲେ । ‘ୟେ ରିସ୍ତା କୟା କେହେଲାତା ହେ’ରେ ତାଙ୍କ ସହ ହୋଇଥିବା ଅତ୍ୟାଚାର ବିଷୟରେ ସେ କହିଥିଲେ । ଅଭିନେତାଙ୍କୁ ସେଟ ରେ ଗାଳି ଦିଆଯାଉଥିଲା। ବିନା ବ୍ରେକରେ ୬ମାସ ଲଗାତାର୍ କାମ କରିବା ସହ ଦିନକୁ ୧୫ ଘଣ୍ଟା କାମ କରୁଥିଲେ ଅଭିନେତା କିନ୍ତୁ ତାଙ୍କୁ ସୋ’ରୁ ବାହାରକରି ଦିଆଯାଇଥିଲା ।
ଶେହଜାଦ ଧାମି କହିଛନ୍ତି, ”ମୁଁ ଜଣେ ଲିଡ୍ ଆକ୍ଟର, ଏକ ଟିଭି ଶୋ’ରେ ଓକିଲ ଭୂମିକାରେ ଅଭିନୟ କରୁଥିଲି, ମୋତେ ବିନା ବ୍ରେକରେ ଦିନକୁ ୧୫ ଘଣ୍ଟା ସିଫ୍ଟରେ କାମ କରିବାକୁ ପଡୁଥିଲା । ମୁଁ ଏହା ୬ ମାସ ପାଇଁ କରିଥିଲି । ଡେଡିକେଟେଡ୍ ଆକ୍ଟର ପରି ଏହି ପ୍ରୋଯେକ୍ଟରେ ମୁଁ ମୋର ମନ ପ୍ରାଣ ଲଗାଇଥିଲି ଏବଂ ସୋ’କୁ ସଫଳ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲି । କିନ୍ତୁ ବିନା ସୂଚନାରେ ହଠାତ୍ ମୋତେ ସୋ’ରୁ ବାହାର କରାଯାଇଥିଲା । ଯେଉଁ ଦିନ ମୋତେ ସୋ’ରୁ ବାହାର କରାଯାଇଥିଲା, ଗୋଟିଏ ଜରୁରୀ ମିଟିଙ୍ଗ୍ ପାଇଁ ମୋତେ ନିର୍ମାତା ଡାକିଥିଲେ । ଯେତେବେଳେ ମୁଁ ସେଠାରେ ପହଞ୍ଚିଥିଲି, ନିର୍ମାତା ପ୍ରାୟ ୧୫୦ ଜଣଙ୍କ ସାମ୍ନାରେ ମୋତେ ଅପମାନିତ କରିଥିଲେ ଏବଂ ସୋ’ରୁ ବାହାର କରାଯାଇଥିଲା । ଏମିତି ନିଜ ପୁରୁଣା କଥାକୁ ମନେ ପକାଇ ଭାବବିହ୍ଵଳ ହୋଇପଡ଼ିଥିଲେ ଅଭିନେତା ।