ଦେଶ

ମ୍ୟାଜିକ୍ ମିରର କିଣି ଲୋକଙ୍କୁ ନଗ୍ନ ଦେଖିବାର ଲାଳସା ପଡ଼ିଲା ଭାରୀ, ଲାଗିଲା ୯ଲକ୍ଷର ଚୁନ – Ibnodisha

[ad_1]

ଭୁବନେଶ୍ବର: ମ୍ୟାଜିକ୍ ମିରର କିଣି ଲୋକଙ୍କୁ ନଗ୍ନ ଦେଖିବାର ଲାଳସା ପଡ଼ିଲା ଭାରୀ। ଲାଗିଲା ୯ଲକ୍ଷର ଚୁନ। କାନପୁରର ଜଣେ ବୃଦ୍ଧଙ୍କୁ ୩ଜଣ ବଙ୍ଗୀୟ ଯୁବକ ଠକିଥିବା ସାମ୍ନାକୁ ଆସିଛି। ୯ଲକ୍ଷର ମ୍ୟାଜିକ୍ ମିରର କିଣିଲେ ଏହା ଜରିଆରେ ଲୋକଙ୍କୁ ନଗ୍ନ ଦେଖିପାରିବ ଓ ଭବିଷ୍ୟତ ମଧ୍ୟ ଦେଖିପାରିବ ବୋଲି କହି ପୀଡ଼ିତଙ୍କୁ ୩ଅଭିଯୁକ୍ତ ଲାଲସା ଦେଇଥିଲେ। ଅଭିଯୁକ୍ତଙ୍କ କଥାରେ ପଡ଼ି ବୃଦ୍ଧ ଏବେ ୯ଲକ୍ଷ ଟଙ୍କାର ଠକାମିର ଶିକାର ହୋଇଥିବା ସାମ୍ନାକୁ ଆସିଛି।

ପୀଡ଼ିତଙ୍କ ନାମ ଅବିନାଶ କୁମାର ଶୁକ୍ଲା ବୋଲି ଜଣାପଡ଼ିଥିବା ବେଳେ ନୂଆପଲ୍ଲୀ ଥାନା ପୁଲିସ ୩ ବଙ୍ଗୀୟ ଠକଙ୍କୁ ଗିରଫ କରିଛି।ସେମାନେ ହେଲେ ପଶ୍ଚିମବଙ୍ଗର ପାର୍ଥ ସିଂଘରେ(୪୬), ମଳୟ ସରକାର(୩୨) ଓ ସୁଦୀପ୍ତ ସିହ୍ନା ରାୟ(୩୮)। ପୁଲିସ ସେମାନଙ୍କଠାରୁ ମ୍ୟାଜିକ୍‌ ମିରର୍‌, କାର୍‌, ୨୮ ହଜାର ଟଙ୍କା ଏବଂ ଏଗ୍ରିମେଣ୍ଟ କାଗଜପତ୍ର ଜବତ କରିଛି। ବଡ଼ କଥା ହେଉଛି ଏହି ୩ ଧୂର୍ତ୍ତ, ଉତ୍ତରପ୍ରଦେଶର ଜଣେ ଯୁବକଙ୍କୁ ଠକି ଭୁବନେଶ୍ବରରେ ଧରାପଡ଼ିଛନ୍ତି।

ମିଳିଥିବା ସୂଚନା ମୁତାବକ, ଏହି ୩ ଠକ ଅବିନାଶଙ୍କୁ ଏକ ମ୍ୟାଜିକ୍‌ ମିରର୍‌ ବିକିବାକୁ କହିଥିଲେ। ନାସାର ବୈଜ୍ଞାନିକମାନେ ଏହି ମିରର୍‌ର ବ୍ୟବହାର କରିଥିବା ସହ ଏଥିରେ ବହୁ ଯାଦୁକରୀ ଗୁଣ ରହିଛି ଏବଂ ବଜାର ମୂଲ୍ୟ ୫୦ କୋଟି ହେବ ବୋଲି ଅଭିଯୁକ୍ତମାନେ ପୀଡ଼ିତଙ୍କୁ କହିଥିଲେ। ଏତେ ଟଙ୍କା ଶୁଣି ଅବିନାଶ ଅରାଜି ହେବାରୁ ସେମାନେ ତାହାକୁ ମାତ୍ର ୨ କୋଟିରେ ବିକିବେ ବୋଲି କହିଥିଲେ। ଅବିନାଶ ଏଭଳି ମିରର୍‌କୁ ବିଦେଶରେ ବିକି ଅଧିକ ଫାଇଦା ଲୋଭରେ ୩ଠକଙ୍କ ସହ ମୂଲଚାଲ କରିଥିଲେ ଓ ସେମାନଙ୍କୁ ଅଗ୍ରିମ ଆକାରରେ ୯ ଲକ୍ଷ ଟଙ୍କା ଦେଇଥିଲେ। ତେବେ ମିରର୍‌ ହସ୍ତାନ୍ତର ଭୁବନେଶ୍ବରରେ ହେବ ବୋଲି କଥା ଛିଡ଼ିଥିଲା। ଘଟଣା ଦିନ ୩ଠକ ଓ ଅବିନାଶ ନୂଆପଲ୍ଲୀ ସ୍ଥିତ ଏକ ହୋଟେଲରେ ଏକାଠି ହୋଇଥିଲେ। କିନ୍ତୁ କୌଣସି କାରଣକୁ ନେଇ ଅବିନାଶଙ୍କର ସନ୍ଦେହ ହୋଇଥିଲା ଏବଂ ସେ ତୁରନ୍ତ ନୂଆପଲ୍ଲୀ ଥାନା ପୁଲିସକୁ ଫୋନ୍‌ କରି ଜଣାଇଥିଲେ। ପୁଲିସ ସେମାନଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ଠକଙ୍କ ରୢାକେଟ୍‌ ବାବଦରେ ଜଣାପଡ଼ିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button