ରାଜ୍ୟ

ହୋଣ୍ଡା କାର୍‌ସ ପକ୍ଷରୁ ପରିବର୍ଦ୍ଧିତ ୱାରେଣ୍ଟି ସୁବିଧା, ୭ ବର୍ଷ ପର୍ଯ୍ୟନ୍ତ ମିଳିବ ଅସୀମିତ କିଲୋମିଟର କଭରେଜ

ଭୁବନେଶ୍ୱର,୦୮/୧୦: ଦେଶର ଅନ୍ୟତମ ଅଗ୍ରଣୀ ପ୍ରିମିୟମ କାର୍ ନିର୍ମାତା ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ୍ (ଏଚ୍ସିଆଇଏଲ) ଶିଳ୍ପରେ-ପ୍ରଥମ ପରିବର୍ଦ୍ଧିତ ୱାରେଣ୍ଟି କାର୍ଯ୍ୟକ୍ରମ ସମ୍ପର୍କରେ ଘୋଷଣା କରିଛି । ଏହା ମାଧ୍ୟମରେ କମ୍ପାନି ୭ବର୍ଷ ପର୍ଯ୍ୟନ୍ତ ଅସୀମିତ କିଲୋମିଟର କଭରେଜ ପ୍ରଦାନ କରୁଛି ।

ଏହି ପରିବର୍ଦ୍ଧିତ ୱାରେଣ୍ଟି ଏଲିଭେଟ୍, ସିଟି, ସିଟି ଇ:ଏଚ୍ଇଭି ଏବଂ ଆମେଜ୍ର ପେଟ୍ରୋଲ ଭାରିଆଣ୍ଟ ନିମନ୍ତେ ପ୍ରଦାନ କରାଯାଉଛି ।

ଯଦି ଗ୍ରାହକମାନେ ପୂର୍ବରୁ ପରିବର୍ଦ୍ଧିତ କାର୍ଯ୍ୟକ୍ରମ ନିମନ୍ତେ ପଞ୍ଜୀକୃତ କରିଥିବେ, ତେବେ ଏହି ସୁବିଧା ମଧ୍ୟ ଅନ୍ୟାନ୍ୟ ମଡେଲ ସିଭିକ, ଜାଜ୍ ଏବଂ ଡବ୍ଲ୍ୟୁଆର-ଭି ଆଦିର ପେଟ୍ରୋଲ ଭାରିଆଣ୍ଟ ନିମନ୍ତେ ଯୋଗାଇ ଦିଆଯାଉଛି । ଏ ସମ୍ପର୍କରେ ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ୍ର ଭାଇସ୍ ପ୍ରେସିଡେଣ୍ଟ (ମାର୍କେଟିଂ ଓ ସେଲ୍ସ) କୁନାଲ ବେହେଲ୍ କହିଛନ୍ତି ଯେ, “ହୋଣ୍ଡା କାର୍ସ ଇଣ୍ଡିଆରେ ଗ୍ରାହକଙ୍କ ମାଲିକାନା ଅନୁଭୂତିରେ ବୃଦ୍ଧି ଘଟାଇବା ନିମନ୍ତେ ଆମର ପ୍ରତିଶ୍ରୁତି ଅତୁଟ ରହିଛି ।

ଗ୍ରାହକ କାର୍ କ୍ରୟ କରିବା ତାରିଖଠାରୁ ୨ ବର୍ଷ ମଧ୍ୟରେ ୭ ବର୍ଷର ଅସୀମିତ କିଲୋମିଟର ପରିବର୍ଦ୍ଧିତ ୱାରେଣ୍ଟିକୁ ବାଛିପାରିବେ ଏବଂ ତା’ସହିତ ଷ୍ଟାଣ୍ଡାର୍ଡ ୱାରେଣ୍ଟି ଶେଷ ପର୍ଯ୍ୟନ୍ତ ଅନ୍ୟ ବିକଳ୍ପ ରହିଛି । ୪ର୍ଥ ଏବଂ ୫ମ ବର୍ଷ ପର୍ଯ୍ୟନ୍ତ ପରିବର୍ଦ୍ଧିତ ୱାରେଣ୍ଟି ଥିବା ପୁରୁଣା ଗ୍ରାହକମାନେ ମଧ୍ୟ ୭ ବର୍ଷ ଅଥବା ୧,୫୦,୦୦୦ କିଲୋମିଟର ପର୍ଯ୍ୟନ୍ତ (ଯେଉଁଟି ଆଗ ହେବ) ୱାରେଣ୍ଟି ସମ୍ପ୍ରସାରଣ ନିମନ୍ତେ ବାଛିପାରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button