IBN ଓଡ଼ିଶା ବ୍ୟୁରୋ

ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଡାଉନ, ଭଡକିଲେ ୟୁଜର୍ସ

ନୂଆଦିଲ୍ଲୀ,୦୮/୧୦: ସୋସିଆଲ୍ ମିଡିଆ ସର୍ଭର ଡାଉନ୍ । କିଛି ସମୟ ପାଇଁ ବନ୍ଦ ହୋଇଗଲା ଇଷ୍ଟାଗ୍ରାମ। ଫଳରେ ହଜାର ହଜାର ୟୁଜର୍ସ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସକାଳ ପ୍ରାୟ ସାଢେ ୧୧ଟାରେ ଏହି ସମସ୍ୟା ଦେଖା ଦେଇଥିବା ଅଭିଯୋଗ ହୋଇଛି। ଇନଷ୍ଟାଗ୍ରାମ ପେଜ୍ ଖୋଲିବା ମାତ୍ରେ ଏଥିରେ ଏରର୍ ଆସୁଥିବା ଦେଖିବାକୁ ମିଳିଥିଲା।

ଯେଉଁଥିପାଇଁ ଅନେକ ସମସ୍ୟା ଭୋଗିଛନ୍ତି ୟୁଜର୍ସ। ଏନେଇ ଅନେକ ୟୁଜର୍ସ ସୋସିଆଲ୍ ମିଡିଆ ଏବଂ ୱେବସାଇଟ୍ ଆଦି ଟ୍ରାକ୍ କରାଯାଉଥିବା ଡାଉନ ଡିଟେକ୍ଟରରେ ରିପୋର୍ଟ କରିଛନ୍ତି।

ପ୍ରାୟ ୧ହଜାରରୁ ଅଧିକ ଲୋକ ଏନେଇ ରିପୋର୍ଟ କରିଛନ୍ତି। ସେମାନେ ଇନଷ୍ଟାଗ୍ରାମ ଚଳାଇବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏବଂ କିଛି ମିନିଟ ମଧ୍ୟରେ ଏହି ଅଭିଯୋଗ ସଂଖ୍ୟା ୨ ହଜାରରେ ପହଞ୍ଚିଛି। ଅନେକ ଲୋକ ଏହି ପ୍ଲାଟଫର୍ମ ଚଳାଇବାରେ ଅସୁବିଧାର ସମ୍ମୁଖୀନ ହୋଇଥିବା କହିଛନ୍ତି। ତେବେ ଇନଷ୍ଟାଗ୍ରାମ ହେଉଛି ଏକ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ । ଅନେକ ଲୋକ ଏଥିରେ ଫଟୋ ଏବଂ ଭିଡିଓ ଇତ୍ୟାଦି ସେୟାର କରନ୍ତି।ଏହା ଯୁବପିଢିଙ୍କ ମଧ୍ୟରେ ଖୁବ ଲୋକପ୍ରିୟ | ଇନଷ୍ଟାଗ୍ରାମ ଏବଂ ଏହାର ପ୍ୟାରେଣ୍ଟ୍ କମ୍ପାନୀ ମେଟା ଏପର୍ଯ୍ୟନ୍ତ ଏହି ଅଘଟଣ ସମ୍ପର୍କରେ କୌଣସି ଅଫିସିଆଲ୍ ନୋଟିଫିକେସନ ସେୟାର କରିନି।ତେବେ ଏହି ବିଷୟରେ କିଛି ମେମ ସୋସିଆଲ ମିଡିଆରେ ମଧ୍ୟ ପ୍ରକାଶ ପାଇଥିଲା।ଅନେକ ଲୋକ ମୋବାଇଲ୍ ସ୍କ୍ରିନସଟ୍ ସେୟାର୍ ସୋସିଆଲ ମିଡିଆ ଏକ୍ସ ମାଧ୍ୟମରେ ସେୟାର କରିଥିଲେ । ଯେଉଁଥିରେ ଲୋକମାନେ ଦର୍ଶାଇଛନ୍ତି ଯେ ଇନଷ୍ଟାଗ୍ରାମ ଡାଉନ୍ ଅଛି।

Related Articles

Leave a Reply

Your email address will not be published. Required fields are marked *

Back to top button