ଜୀବିତ ଅଛନ୍ତି ଇରାନର କୁଦୁସ୍ ଫୋର୍ସର ନେତା ଇସମାଇଲ୍ କାନୀ

ନୂଆଦିଲ୍ଲୀ: ଜୀବିତ ଅଛନ୍ତି ଇରାନର କୁଦୁସ୍ ଫୋର୍ସର ନେତା ଇସମାଇଲ୍ କାନୀ । ସେ ଏବେ ସୁସ୍ଥ ଅଛନ୍ତି ଏବଂ ନିଜ ଦାୟିତ୍ବ ପାଳନ କରୁଛନ୍ତି । ଫୋର୍ସର ଡେପୁଟି କମାଣ୍ଡର ମସଜେଦୀ ଏହି ସୂଚନା ଦେଇଛନ୍ତି । ଇରାନ ସୂରକ୍ଷା ସୂତ୍ର ରଏଟର୍ସକୁ କହିଛି ଯେ, ଗତ ସପ୍ତାହରେ ବେରୁଟରେ ହୋଇଥିବା ବିସ୍ଫୋରଣ ପରେ କାନୀ ନିଖୋଜ ହୋଇଯାଇଥିଲେ ।
ହେଲେ ଆଜି (ସୋମବାର) ମସଜେଦୀ ଏହି ସୂଚନା ଦେଇଛନ୍ତି ।
କାନୀଙ୍କ ନିଖୋଜ ନେଇ ଖବର ଗୁଜବ ହେବା ପରେ ମସଜେଦୀଙ୍କ ସୂଚନାକୁ ଆଧାର କରି ସରକାରୀ ଗଣମାଧ୍ୟମ କହିଛି ଯେ, ସେ ଏବେ ସୁସ୍ଥ ଅଛନ୍ତି ଏବଂ ତାଙ୍କର କାର୍ଯ୍ୟକଳାପ କରୁଛନ୍ତି । କିଛି ଲୋକ ଆମକୁ ଏହା ବିଷୟରେ ବିବୃତ୍ତି ଦେବାକୁ କହୁଛନ୍ତି, ହେଲେ ଏହାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।
ଏହି ବିବୃତ୍ତି ଗୁଡିକ ତୁର୍କୀ ଏବଂ ଇସ୍ରାଏଲ୍ ସୂତ୍ର ସମେତ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି ଯେ କାନୀଙ୍କୁ ହତ୍ୟା କରାଯାଇ ଥାଇପାରେ । ନ୍ୟୁୟର୍କ ଟାଇମ୍ସ ମଧ୍ୟ ଇରାନର ଜଣେ ଅଜ୍ଞାତ ଅଧିକାରୀଙ୍କ ଉଦ୍ଦେଶ୍ୟରେ ସମାନ ଦାବି ରିପୋର୍ଟ କରିଛି, ଯଦିଓ ଇରାନର ଅଧିକାରୀ ମାନେ କୌଣସି ରିପୋର୍ଟକୁ ସରକାରୀ ଭାବେ ନିଶ୍ଚିତ କରିନାହାଁନ୍ତି।
ଏହା ମଧ୍ୟ ଦାବି କରାଯାଇଥିଲା ଯେ ଅକ୍ଟୋବର ୧ ରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ପରେ ଇସ୍ରାଏଲ କାନୀଙ୍କୁ ତୀକ୍ଷ୍ଣ ନଜରରେ ରଖିଛି ଏବଂ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।




