IBN ଓଡ଼ିଶା ବ୍ୟୁରୋ

ଆପଣ ଯଦି କରୁଥାନ୍ତି ମାଳା ଜପ ! ମାଳା ଜପ ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି ଭୁଲ

ବନ୍ଧୁଗଣ ଆମେ ସମସ୍ତେ ପ୍ରଭୁଙ୍କର ଆରାଧନା କରିଥାଉ । ନିଜର ସବୁ ଦୁଃଖ ସୁଖ ପ୍ରଭୁଙ୍କୁ ଜଣାଇଥାଉ । ତେବେ ଅନେକ ଲୋକ ପୂଜା କରିବା ସମୟରେ ମାଳା ଜପ ମଧ୍ୟ କରିଥାନ୍ତି । ତେବେ ପୂଜା ପରି ମାଳା ଜପ କରିବାରେ ମଧ୍ୟ ବହୁତ ଶକ୍ତି ରହିଥାଏ । ଯେଉଁ ବ୍ୟକ୍ତି ନିଷ୍ଠାର ସହ ମାଳାର ଜପ କରିଥାଏ । ସେହି ବ୍ୟକ୍ତିର କୌଣସି ବି ଇଛା ବହୁତ ଶୀଘ୍ର ପୂରଣ ହୋଇଯାଇଥାଏ । ହେଲେ ମାଳା ଜପ କରିବାର ମଧ୍ୟ କିଛି ସଠିକ ବିଧି ରହିଛି ।

ଯାହାର ପାଳନ କରି ମାଳା ଜପ କରିବା ଦ୍ଵାରା ତାହା ସାର୍ଥକ ହୋଇଥାଏ । ହେଲେ ଯଦି ଯେଉଁ ବ୍ୟକ୍ତି ମାଳା ଜପ କରିବା ସମୟରେ ଏପରି କିଛି ଭୁଲ କରିବସିଥାଏ । ତେବେ ତାହାର ମାଳା ଜପ ସାର୍ଥକ ହୋଇପାରିନଥାଏ ।

1- ଯେଉଁ ମାନେ ଇଶ୍ଵରଙ୍କୁ ପ୍ରାଥନା କରିବା ପାଇଁ ମାଳାର ଜପ କରିଥାନ୍ତି । ସେମାନଙ୍କ ପାଖରେ ନିଜର ମାଳା ରହିବା ଉଚିତ । ଯେଉଁ ବ୍ୟକ୍ତି ଅନ୍ୟର ମାଳା ଆଣି ଜପ କରିଥାଏ । ତେବେ ସେହି ବ୍ୟକ୍ତିକୁ ତାହାର ପୂର୍ଣ୍ଣ ଫଳ ମିଳିପାରିନଥାଏ । ତେଣୁ ନିଜର ମାଳା ଦ୍ଵାରା ଜପ କରନ୍ତୁ ।

2- ମାଳା ଜପ କରୁଥିବା ସମୟରେ ଆପଣଙ୍କର ମାଳା ଯେପରି କାହାକୁ ଦେଖାଉନଥିବ । ସେହି କଥାର ଧ୍ୟାନ ମଧ୍ୟ ଆପଣଙ୍କୁ ରଖିବାକୁ ପଡିବ । ଗୋମୁଖ ବା କପଡାରେ ମାଳାକୁ ଘୋଡାଇ ତାହାର ଜପ କରନ୍ତୁ । ନଚେତ ମାଳାଜପର କୌଣସି ଫାଇଦା ମିଳିପାରିନଥାଏ ।

3- ଜପମାଳା କିଣିବା ସମୟରେ କିଛି କଥା ଉପରେ ମଧ୍ୟ ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ । ଯେପରି ସେଥିରେ 108 ମାଳୀ ରହିବା ଦରକାର । ପ୍ରତ୍ଯେକଟି ମାଳୀ ପରେ ଗୋଟିଏ ଲେଖାଏଁ ଗଣ୍ଠି ମଧ୍ୟ ରହିବା ଦରକାର । ଯେଉଁ ମାଳାର ଆପଣ ଜପ କରୁଥିବେ। ତାହା ଯେପରି ଆପଣଙ୍କ ନାଭୀ ଠାରୁ ଅଧିକ ତଳକୁ ଯିବା ଉଚିତ ନୁହେଁ । କି ନାକ ଉପରକୁ ମଧ୍ୟ ଯିବା ଉଚିତ ନୁହେଁ । ହୃଦୟ ପାଖରେ ରଖି ମାଳାର ଜପ କରନ୍ତୁ ।

4- ମାଳା ଜପ କରୁଥିବା ସମୟରେ ପ୍ଲାଷ୍ଟିକର ମାଳା ଜପ କରନ୍ତୁ ନାହିଁ । ପୂଜା ପାଇଁ ସର୍ବୋତ୍ତମ ରୁଦ୍ରାକ୍ଷ ମାଳା ହିଁ ହୋଇଥାଏ । ତେଣୁ ଜପ ପାଇଁ ଭଲ ମାଳା ଆଣନ୍ତୁ । ଜପ କରିବା ସମୟରେ ଭୂମୀ ଉପରେ ନବସି ଆସନ ଉପରେ ବସି ଜପ କରନ୍ତୁ । ମନକୁ ସ୍ତିର ଓ ଶାନ୍ତ କରି ଧ୍ୟାନପୂର୍ବକ ଜପ କରନ୍ତୁ । ଯାହା ଦ୍ଵାରା ଜପ କରିବାରର ପୂର୍ଣ୍ଣ ଫଳ ଆପଣଙ୍କୁ ପ୍ରାପ୍ତ ହୋପାରିବ ।

Related Articles

Leave a Reply

Your email address will not be published. Required fields are marked *

Back to top button