IBN ଓଡ଼ିଶା ବ୍ୟୁରୋ

ବସ୍ତ୍ର ସଫା କରିବା ସମୟରେ ଏପରି ଭୁଲ କରୁଛନ୍ତି କି ! ସର୍ବନାଶ ! ଜାଣି ରଖନ୍ତୁ ବସ୍ତ୍ର ସଫେଇ ସମୟରେ ମାନିବାକୁ ଥିବା ବିଶେଷ ନିୟମ

ବାସ୍ତୁଶାସ୍ତ୍ର ଗୋଟିଏ ଏମିତି ଶାସ୍ତ୍ର ହୋଇଥାଏ । ଯେଉଁଥିରେ ଆମ ଜୀବନରେ ଘଟୁଥିବା ପ୍ରତ୍ଯେକ ସମସ୍ଯା ବା ଘଟଣାର କାରଣ ଲେଖା ରହିଥାଏ । ଏଥିସହ ଘରର ସ୍ଥିତି, ଘରେ ମଧ୍ୟରେ ରହୁଥୁବା ବସ୍ତୁ ଏବଂ ଘର ମଧ୍ୟରେ କରୁଥିବା ପ୍ରତ୍ଯେକ କାର୍ଯ୍ୟର ପ୍ରଭାବ କିଭଳି ଭାବେ ମନୁଷ୍ୟ ଉପରେ ପଡିଥାଏ, ତାହା ବି ବର୍ଣ୍ଣିତ ହୋଇଥାଏ । ଯେମିତିକି କପଡା ଠାରୁ ଆରମ୍ଭ କରି କପଡା ସଫା ପର୍ଯ୍ୟନ୍ତ ସମସ୍ତ ନିୟମ ମଧ୍ୟ ଏଥି ମାଧ୍ୟମରୁ ଆମେ ଜାଣିପାରିବା ।

1- ଆମେ ପିନ୍ଧୁଥିବା ପୋଷାକ ଗୁଡିକୁ ସ୍ବଚ୍ଛତା ଦ୍ରୁଷ୍ଟିରୁ ପ୍ରତିଦିନ ସଫା କରାଯାଇଥାଏ । ତେବେ ରାତ୍ରୀ କିମ୍ବା ସନ୍ଧ୍ୟା ସମୟରେ କପଡା ସଫା କରିବା ଅନୁଚିତ । ଏପରି କରିବା ଦ୍ଵାରା ଘରକୁ ସ୍ଵାସ୍ଥଜନିତ ସମସ୍ଯା ଆସିଥାଏ । ଏଥିସହ ଏହା ଦ୍ଵାରା ଘରର ଉନ୍ନତିରେ ମଧ୍ୟ ବାଧା ପରିଲକ୍ଷିତ ହୋଇଥାଏ ।

2- ପୋଷାକ ସଫା କରିସାରିବା ପରେ ଅନେକ ଲୋକ ତାକୁ ଘରର ଛାତ ଉପରେ ନେଇ ଶୁଖାଇ ଦେଇଥାନ୍ତୁ । ତେବେ ବାସ୍ତୁଶାସ୍ତ୍ର ଅନୁଯାଇ ଲୁଗା ବା ବସ୍ତ୍ର ଗୁଡିକୁ ଛାତ ଉପରେ ଶୁଖାଇବା ଅନୁଚିତ । ନଚେତ ଏହା ଘରର ରୋଜଗାର ପନ୍ଥା ଉପରେ ଖରାପ ପ୍ରଭାବ ପକାଇଥାଏ । ଯାହା ଦ୍ଵାରା ଘରେ ଆର୍ଥିକ ସମସ୍ଯା ଦେଖାଯାଇଥାଏ । ତେଣୁ ଘରର ଅଗଣା, ବାଡି କିମ୍ବା ଘର ମଧ୍ୟରେ ଲୁଗା ଶୁଖାଇବା ଦ୍ଵାରା ଶୁଭ ହୋଇଥାଏ ।

3- ସପ୍ତାହରେ ଗୁରୁବାର ଦିନ ବସ୍ତ୍ର ସଫା କରିବା ଅନୁଚିତ । ଏପରି ଗୁରୁବାରକୁ ଲୁଗା ସଫା କରୁଥିବା ବ୍ୟକ୍ତିର ଘରେ ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ରହିଥାନ୍ତି । 4- ଘରର ସଦସ୍ୟ ପିନ୍ଧୁଥିବା ବସ୍ତ୍ର ଗୁଡିକୁ ଅସଜଡା କରି ରଖିବା ବିଲକୁଲ ବି ଉଚିତ ନୁହେଁ । ନଚେତ ଏପରି କରି ରଖିବା ଦ୍ଵାରା ଘରେ ନକରାତ୍ମକ ଊର୍ଜା ବଢିବାକୁ ଲାଗିଥାଏ । ତେଣୁ ସର୍ବଦା ଲୁଗା ଗୁଡିକୁ ସଜାଡି କରି ରଖନ୍ତୁ ।

5- ଆଜିକାଲିର ଲୋକ ଆଧୁନିକତାରେ ରହିବାକୁ ଯାଇ ଚିରା ଫଟା ଡିଜାଇନର ବସ୍ତ୍ର ପରିଧାନ କରୁଛନ୍ତି । ହେଲେ ଚିରାଫଟା କିମ୍ବା ଅପରିଷ୍କାର ବସ୍ତ୍ର ପିନ୍ଧିବା ଜମାରୁ ବି ଉଚିତ ନୁହେଁ । ଏପରି ପିନ୍ଧୁଥିବା ଲୋକଙ୍କ ଉପରେ ମା’ ଲକ୍ଷ୍ମୀ କ୍ରୋଧ ପ୍ରକାଶ କରିଥାନ୍ତି । ଘର ମଧ୍ୟରେ ଉନ୍ନତି ଆସିବାରେ ମଧ୍ୟ ଅନେକ ବାଧା ଦେଖାଯାଇଥାଏ । ଯେଉଁ ଘରେ ପୋଷାକ ଗୁଡିକୁ ଭଲ ଭାବେ ସଫା କରି ସାଇଜ କରି ରଖାଯାଇ ଘରର ସ୍ବଚ୍ଛତା ଉପରେ ଧ୍ୟାନ ରଖାଯାଇଥାଏ ।

ସେହି ଘରେ ମା’ ଲକ୍ଷ୍ମୀଙ୍କର ଶୁଭ ଦ୍ରୁଷ୍ଟି ପଡିବା ସହ ଘରେ ସୁଖ, ସମୃଦ୍ଧି ବୃଦ୍ଧି ପାଇଥାଏ । ତେଣୁ ସର୍ବଦା ପିନ୍ଧୁଥିବା ପୋଷାକକୁ ଭଲ ଭାବରେ ସଫାସୁତରା କରି ସଜାଡି ରଖନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button