IBN ଓଡ଼ିଶା ବ୍ୟୁରୋ

ଗୁଗ୍‌ଲର ନୂଆ ଫିଚର୍‌

ଫେକ୍‌ ଫଟୋକୁ ନେଇ ଦିନକୁ ଦିନ ବିଭିନ୍ନ ଅପରାଧିକ ଘଟଣା ସାମ୍ନାକୁ ଆସୁଛି। ତେବେ ଫେକ୍‌ ଫଟୋ ଯୋଗୁଁ ବଢ଼ୁଥିବା ଠକେଇକୁ ରୋକିବା ପାଇଁ ଗୁଗ୍‌ଲ ଖୁବ୍‌ଶୀଘ୍ର ଏହାର ବ୍ୟବହାରକାରୀଙ୍କୁ ଏକ ନୂଆ ଫିଚର ସହିତ ପରିଚିତ କରାଇବାକୁ ଯାଉଛି। ଏହି ଫିଚର୍‌ର ନାଁ ‘ଏ ବାଉଟ୍‌ ଦିସ୍ ଇମେଜ୍‌।’ ଏହି ଫିଚର ମାଧ୍ୟମରେ ଜଣେ ଏଆଇ ଜେନେରେଟେଡ୍‌ ଫଟୋକୁ ଖୁବ୍‌ ସହଜରେ ଜାଣିପାରିବେ।

ଏହା ସାମାଜିକ ଗଣମାଧ୍ୟମର ଫଟୋ, ଭିଡିଓ ମାଧ୍ୟମରେ ହେଉଥିବା ଠକେଇକୁ ରୋକିବାରେ ସାହାଯ୍ୟ କରିବ। ଏହାକୁ ବ୍ୟବହାର କରିବା ପାଇଁ ଜଣଙ୍କୁ ଉକ୍ତ ଫିଚର୍‌ ଉପରେ କ୍ଲିକ୍‌ କରିବାକୁ ହେବ। ଏହି ଫିଚର ମାଧ୍ୟମରେ କୌଣସି ଫଟୋ ସମ୍ପର୍କରେ ଅସଲି ତଥ୍ୟ ଜଣାପଡ଼ିବା ସମ୍ଭବ। ସରଳ ଭାଷାରେ କହିଲେ, ଅନ୍‌ଲାଇନ୍‌ରେ କୌଣସି ସେଲିବ୍ରିଟିଙ୍କ ଫଟୋ ନଜର ଆସିଲେ, ସେହି ଫଟୋରେ କ୍ଲିକ୍‌ କରି ‘ଏ ବାଉଟ୍‌ ଦିସ୍ ଇମେଜ୍’ ଫିଚର୍‌କୁ ଯାଇପାରିବେ। ତେବେ ଏବେ ଏ ଫିଚର ଉପରେ ଏବେ କାମ ଚାଲିଛି ଏବଂ ଖୁବ୍‌ଶୀଘ୍ର ଏହାକୁ ଜାରି କରାଯିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button