IBN ଓଡ଼ିଶା ବ୍ୟୁରୋ

ଚାମଚରେ ଖାଉଛନ୍ତି କି ଖାଦ୍ୟ ? ତାହେଲେ ଏହାପୂର୍ବରୁ ଜାଣି ନିଅନ୍ତୁ ହାତରେ ଖାଦ୍ୟ ଖାଇଲେ ହୋଇଥାଏ କେଉଁସବୁ ଫାଇଦା

ଆଜିକାଲି ଆଧୁନିକତାକୁ ଆପଣେଇବା ପାଇଁ ସମସ୍ତେ ବ୍ୟଗ୍ର । ଦିନକୁ ଦିନ ବିଜ୍ଞାନ କ୍ଷେତ୍ରରେ ଯୁଗ ଆଗେଇ ଯାଉଥିବା ବେଳେ ଲୋକ ପାଶ୍ଚାତ୍ୟ ସଭ୍ୟତାକୁ ଆପଣେଇବାକୁ ପସନ୍ଦ କରୁଛନ୍ତି । ଖାଇବା ପିନ୍ଧିବା ଠାରୁ ଆରମ୍ଭ କରି ସବୁ କ୍ଷେତ୍ରରୁ ଲୋକ ପାଶ୍ଚାତ୍ୟ ଦେଶର ଲୋକଙ୍କୁ ଅନୁସରଣ କରିବାରେ ବ୍ୟସ୍ତ । ସାଧାରଣତଃ ଆପଣ ଲକ୍ଷ୍ୟ କରିଥିବେ ଯେ ଆଜିକାଲି ହାତରେ ଖାଦ୍ୟ ଖାଇବା ପାଇଁ କେହି ପସନ୍ଦ କରୁନାହାଁନ୍ତି । ଯଦି ଆପଣ ବି ହାତରେ ନୁହେଁ ବରଂ ଚାମଚ ସାହାଯ୍ୟରେ ଭୋଜନ କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଅଟେ । ଏକ ରିପୋର୍ଟରେ କୁହାଯାଇଛି ଯେ, ହାତରେ ଭୋଜନ କରିବା ଦ୍ୱାରା ଖାଦ୍ୟର ସ୍ୱାଦ ବୃଦ୍ଧି ପାଇଥାଏ। ଖାଦ୍ୟକୁ ହାତରେ ସ୍ପର୍ଶ କରିବା ଦ୍ୱାରା ମସ୍ତିଷ୍କର ସମ୍ବେଦନ ଧାରଣା ବୃଦ୍ଧି ପାଇଥାଏ ଫଳରେ ଏହାର ସ୍ୱାଦ ବୃଦ୍ଧି ପାଇଥାଏ ।

Image result for food-become-more-tasty-while-u-eat-by-hands-not-spoon

ନ୍ୟୁୟର୍କର ଷ୍ଟିଭସ୍ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଏକ ଗବେଷଣା ପରେ ଗବେଷକ ମାନେ ମତ ଦେଇଛନ୍ତି ଯେ ଆପଣ ଭୋଜନକୁ ହାତରେ ସ୍ପର୍ଶ କରିବା ଦ୍ୱାରା ମସ୍ତିସ୍କରେ ସନ୍ତୋଷଭାବ ଜାଗ୍ରତ ହୋଇ ଉଠେ । ଏହାର ସ୍ୱାଦ ମଧ୍ୟ ବୃଦ୍ଧି ପାଇଥାଏ । ଯେଉଁମାନେ ଖାଇବା ପୂର୍ବରୁ ଖାଦ୍ୟକୁ ଅଧିକ ନୀରିକ୍ଷଣ କରିଥାନ୍ତି ସେମାନଙ୍କୁ ଖାଦ୍ୟ ସ୍ୱାଦିଷ୍ଟ ଲାଗିନଥାଏ ।

Image result for food-become-more-tasty-while-u-eat-by-hands-not-spoon

ଏହି ଅଧ୍ୟୟନ ପାଇଁ ବୈଜ୍ଞାନିକମାନେ ପନୀର ଖଣ୍ଡକୁ ଖାଇବା ପୂର୍ବରୁ ଲୋକଙ୍କୁ ଧରିବା ଏବଂ ଦେଖିବା ପାଇଁ ଦେଇଥିଲେ। ଏହା ପରେ ତାର ଫଳାଫଳ ଆସିଥିଲା। ଅଧାରୁ ଅଧିକ ଲୋକ ପନୀରକୁ ଚାମଚରେ ଏବଂ ଆଉ କିଛି ଆଙ୍ଗୁଠିରେ ଧରିଥିଲେ। ଚାମଚରେ ପନୀର ଧରିଥିବା ଲୋକଙ୍କ ଅପେକ୍ଷା ଯେଉଁମାନେ ହାତରେ ଧରିଥିଲେ, ସେମାନଙ୍କୁ ଏହା ବେଶି ସ୍ୱାଦିଷ୍ଟ ଲାଗିଥିଲା । ଆହୁରି ମଧ୍ୟ ବୈଜ୍ଞାନିକମାନେ କହିଛନ୍ତି ଯେ, ଯେଉଁମାନେ ହାତରେ ଭୋଜନ କରିଥାନ୍ତି ସେମାନେ ଅଧିକ ଖାଦ୍ୟଗ୍ରହଣ କରିଥାନ୍ତି । ଏଥିପାଇଁ ଲୋକଙ୍କୁ ୨ଟି ଗ୍ରୁପରେ ଭାଗ କରାଯାଇଥିଲା । ଚାମଚରେ ଖାଇଥିବା ଲୋକ କମ ଖାଇଥିଲେ। ଯଦି ଆପଣ ଖାଦ୍ୟକୁ ଅଧିକ ଓ ସ୍ୱାଦିଷ୍ଟ ଲାଗୁ ବୋଲି ଭାବୁଛନ୍ତି ତେବେ ହାତରେ ହିଁ ଖାଆନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button