IBN ଓଡ଼ିଶା ବ୍ୟୁରୋ

ବାବା ସିଦ୍ଦିକିଙ୍କ ପରେ ଲରେନ୍ସ ବିଷ୍ଣୋଇଙ୍କ ହିଟ୍ ଲିଷ୍ଟରେ ଜଣେ ବଡ ହାସ୍ୟ ଅଭିନେତା

ମୁମ୍ବାଇ: ବାବା ସିଦ୍ଦିକିଙ୍କ ପରେ ଜଣେ ବଡ ହାସ୍ୟ ଅଭିନେତା ଏବେ ଲରେନ୍ସ ବିଷ୍ଣୋଇଙ୍କ ହିଟ୍ ଲିଷ୍ଟରେ ଅଛନ୍ତି। ଏହି ହାସ୍ୟ ଅଭିନେତା ହିନ୍ଦୁ ଦେବାଦେବୀଙ୍କ ଉପରେ ଅନେକ ଥର ମନ୍ତବ୍ୟ ଦେଇ ସାରିଛନ୍ତି। ଏହି ହାସ୍ୟ ଅଭିନେତାଙ୍କ ବିଷୟରେ ମୁମ୍ବାଇ ପୋଲିସ ଗୁପ୍ତ ସୂଚନା ପାଇଛି। ଏନସିପି ଅଜିତ ପାୱାର ଗୋଷ୍ଠୀ ନେତା ବାବା ସିଦ୍ଦିକି ହତ୍ୟାକାଣ୍ଡ ଘଟଣାର ତଦନ୍ତ ବେଳେ ବାହାରିବାରେ ଲାଗିଛି ସଂଘାତିକ ତଥ୍ୟ।

ଅଭିଯୁକ୍ତଙ୍କ ପଚରାଉଚରରୁ ମିଳିଛି ଗ୍ଯାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇର ଟାର୍ଗେଟରେ କିଏ କିଏ ଅଛନ୍ତି। ଟାର୍ଗେଟରେ ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ବଡ଼ କମେଡିଆନ ଥିବା ପୋଲିସ ସୂଚନା ଦେଇଛି। କମେଡିଆନ ଜଣକ ବିଗବସ୍ ରିୟଲିଟି ସୋ କମ୍ପିଟିସନ ଜିତିଛନ୍ତି। ଏଥିରୁ ଲରେନ୍ସଙ୍କ ଟାର୍ଗେଟରେ କମେଡିଆନ ମୁନବ୍ବର ଫାରୁକି ଥିବା ସନ୍ଦେହ କରାଯାଉଛି।

ମୁନବ୍ବର ଗତ ସିଜନର ବିଗବସ ବିଜେତା। ଲରେନ୍ସ ବିଷ୍ଣୋଇ ଟାର୍ଗେଟରେ ଏନସିପି ନେତା ବାବା ସିଦ୍ଦିକୀଙ୍କ ପୁଅ ଜିଶନ ସିଦ୍ଦିକି ଥିବା ମଧ୍ୟ ପୋଲିସ ସୂତ୍ରରୁ ଜଣାପଡିଛି। ବାବା ସିଦ୍ଦିକଙ୍କ ପରେ ହାସ୍ୟ ଅଭିନେତା ମୁନାୱାର ଫାରୁକି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହିଟଲିଷ୍ଟରେ ଥିବା କୁହାଯାଉଛି। ସୂଚନାନୁସାରେ, ସେପ୍ଟେମ୍ବରରେ ମୁନାୱାର ଫାରୁକିଙ୍କୁ ଦିଲ୍ଲୀର ଏକ ଇଭେଣ୍ଟରେ ଯୋଗଦେବାକୁ ଯାଉଥିଲେ, ସେହି ସମୟରେ ଲରେନ୍ସଙ୍କ ଗ୍ୟାଙ୍ଗର ୨ ଜଣ ମୁନାୱାରଙ୍କୁ ଗୋଡ଼ାଉଥିଲେ। ଏପରିକି ଉକ୍ତ ହୋଟେଲରେ ରୁମ ବୁକ କରିଥିଲେ ଯେଉଁଠାରେ ଫାରୁକି ରହିବାକୁ ଯୋଜନା କରୁଥିଲେ।

ସୂଚନା ଥାଉକି ଲରେନ୍ସ ଆନ୍ତର୍ଜାତିକ ସ୍ତରରେ ଗ୍ୟାଙ୍ଗ ଚଳାଉଥିବା ଅଭିଯୋଗ ହୋଇଛି। ଲରେନ୍ସ ନେଟୱର୍କରେ ଦେଶରେ ୭୦୦ରୁ ଅଧିକ ଶୁଟର ରହିଥିବା ତଦନ୍ତରୁ ଜଣାପଡିଛି। ସେପଟେ ଗତକାଲି ବାବା ସିଦ୍ଦିକି ହତ୍ଯା ଘଟଣାରେ ତୃତୀୟ ଅଭିଯୁକ୍ତ ଗିରଫ କରିଥିଲା ପୋଲିସ। ଏହି ହତ୍ଯାକାଣ୍ଡରେ ମୋଟ ୬ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଏବେ ସୁଦ୍ଧା ୩ ଅଭିଯୁକ୍ତ ଧରା ପଡିଛନ୍ତି। ଗତ ୧୨ ତାରିଖରେ ପୁଅ ଜିଶାନଙ୍କ କାର୍ଯ୍ୟାଳୟ ଆଗରେ ବାବା ସିଦ୍ଦିକିଙ୍କୁ ଗୁଳିମାଡ଼ କରିଥିଲେ ଦୁର୍ବୃତ୍ତ।

Related Articles

Leave a Reply

Your email address will not be published. Required fields are marked *

Back to top button