IBN ଓଡ଼ିଶା ବ୍ୟୁରୋ

ମହାଦେବଙ୍କ ଭଳି ମଣିଷର ମଧ୍ୟ ରହିଛି ତୃତୀୟ ଆଖି! ଆସନ୍ତୁ ଜାଣିବା ଏହାର ସତ୍ୟାସତ୍ୟ…

ଭଗବାନ ଶିବଙ୍କ ତୃତୀୟ ଆଖି ବିଷୟରେ ତ ଆପଣ ନିଶ୍ଚୟ ଶୁଣିଥିବେ, ହେଲେ ଆପଣ ଜାଣନ୍ତି କି ମଣିଷର ମଧ୍ୟ ରହିଛି ତୃତୀୟ ଆଖି। ହିନ୍ଦୁ ପୁରାଣ ଅନୁଯାୟୀ ମହାଦେବଙ୍କ ରହିଛି ତୃତୀୟ ଆଖି। ସେହିପରି ୟୁରୋପରେ ମଧ୍ୟ ଏପରି କାହାଣୀ ଅଛି, ଯେଉଁଥିରେ କୁହାଯାଇଛି ମଣିଷର ମଧ୍ୟ ରହିଛି ତୃତୀୟ ଆଖି। ହୁଏତ ଏ ବିଷୟରେ ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଇଥିବେ, କିନ୍ତୁ ଏହା ନିରଟ ସତ୍ୟ।

ମାନବ ମସ୍ତିଷ୍କ ରେ ଏକ ଗ୍ରନ୍ଥି ଅଛି, ଯାହାର ନାମ ପିନିୟଲ ଗ୍ରନ୍ଥି। ଏହା ମସ୍ତିଷ୍କ ର ଦୁଇ ଅଂଶ ମଝିରେ ରହିଥାଏ। ଏହାକୁ ପିନିୟଲ କୁହାଯାଏ, କାରଣ ଏହା ପାଇନ କୋଣ ଅର୍ଥାତ ଧନିଆ ମଞ୍ଜି ପରି।

ଗ୍ରନ୍ଥି ରୁ ନିର୍ଗତ ହୁଏ। ଏହି ହରମୋନ ଆମର ନିଦ୍ରା-ଜାଗ୍ରତ ଏବଂ କାର୍ଯ୍ୟକଳାପ କୁ ପ୍ରଭାବିତ କରେ।

ବିଶ୍ଵାସ କରାଯାଏ ଯେ ପ୍ରତ୍ୟେକ ବ୍ୟକ୍ତି ଏହି ଗ୍ରନ୍ଥି କୁ ସମ୍ପୂର୍ଣ୍ଣ ଭାବରେ ବ୍ୟବହାର କରିବାରେ ଅସମକ୍ଷ। ଏହି ଗ୍ରନ୍ଥି ମଣିଷର ଦୈନନ୍ଦିନ ଜୀବନ ଏବଂ ଆଧ୍ୟାତ୍ମିକ ଜୀବନ କୁ ଯୋଡିବାରେ ସାହାଯ୍ୟ କରେ। ଯେତେବେଳେ ଏହା ସକ୍ରିୟ ଥାଏ, ଲୋକେ ବହୁତ ଖୁସି ଅନୁଭବ କରନ୍ତି। ଯୋଗ ଏବଂ ଧ୍ୟାନ ମାଧ୍ୟମରେ ଏହି ଗ୍ରନ୍ଥି କୁ ସକ୍ରିୟ କରାଯାଇପାରିବ।

ସୋଡିୟମ ଫ୍ଲୋରାଇଡ଼ ପିନିୟଲ ଗ୍ରନ୍ଥିକୁ ନିଷ୍କ୍ରିୟ କରିଥାଏ। ଆମେ ଖାଉଥିବା ଅନେକ ଖାଦ୍ୟରେ ସୋଡିୟମ ଫ୍ଲୋରାଇଡ଼ ରହିଥାଏ, ଯାହା ଦ୍ଵାରା ଏହି ଗ୍ରନ୍ଥି କମ ସକ୍ରିୟ ହୋଇଯାଇଥାଏ।

ଏଥିରୁ ମୁକ୍ତ ହେଉଥିବା ମେଲାଟୋନିନ ହରମୋନ ଶରୀରର ଅବଶିଷ୍ଟ ଅଂଶକୁ ଆଲୋକ ଆଡ଼କୁ ସକ୍ରିୟ କରିଥାଏ। ପୁରାଣ ଅନୁଯାୟୀ ଏହା ଆମର ତୃତୀୟ ଆଖି।

Related Articles

Leave a Reply

Your email address will not be published. Required fields are marked *

Back to top button