ରାଜ୍ୟ

ନବୀନ ନିବାସରେ ନେତା, ଜନତାଙ୍କ ଭିଡ଼: ୭୯ ବର୍ଷରେ ନବୀନ

ଭୁବନେଶ୍ବର: ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ୭୯ ବର୍ଷରେ ପାଦ ଦେଇଛନ୍ତି। ଏହି ଅବସରରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସରେ ଭିଡ଼ ଜମିଥିଲା। ଏହା ବାଦ୍ ବିଜେଡି ପକ୍ଷରୁ ଶଙ୍ଖ ଭବନ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟ୍ବିଟ୍ କରି ନବୀନଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉତ୍ତମ ସ୍ବାସ୍ଥ୍ୟ ଓ ନିରାମୟ ଜୀବନ କାମନା କରିଛନ୍ତି।

ଆଜି ସକାଳୁ ନବୀନ ନିବାସରେ ନେତା, ବିଧାୟକଙ୍କ ସହ ସାଧାରଣ ଜନତା ପହଞ୍ଚି ନବୀନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ନବୀନ ନିବାସରେ ନେତା, ଜନତାଙ୍କ ଭିଡ଼
୩୫ଟି ସ୍ଥାନରେ ହେଲା ରକ୍ତଦାନ ଶିବିର

ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ଅରବିନ୍ଦ ମହାପାତ୍ର, ସୁନୀଲ ମହାନ୍ତି, ସୌଭିକ ବିଶ୍ୱାଳ, ସୁଲତା ଦେଓ, ଶୁଭାଶିଷ ଖୁଣ୍ଟିଆ, ମେୟର ସୁଲୋଚନା ଦାସ, ରମେଶ ମାଝୀ, ଶ୍ରୀମୟୀ ମିଶ୍ର, ମନ୍ମଥ ରାଉତରାୟ, ସୁଧୀର ସାମଲ, ଲତିକା ପ୍ରଧାନ, ଲୋପାମୁଦ୍ରା ବକ୍ସିପାତ୍ର ଓ ଭୃଗୁ ବକ୍ସିପାତ୍ର ପ୍ରମୁଖ ଶୁଭେଚ୍ଛା ଜଣାଇଥିଲେ। ପ୍ରଜାପତି ବ୍ରହ୍ମକୁମାରୀ ଅନୁଷ୍ଠାନର ସଭ୍ୟ, ବିଏମ୍ସିର କର୍ପୋରେଟର୍, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମଧ୍ୟ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘଜୀବନ କାମନା କରିଥିଲେ। ନବୀନଙ୍କ ଜନ୍ମଦିନ ଅବସରରେ ଶଙ୍ଖ ଭବନରେ ଭୁବନେଶ୍ବର ଜିଲ୍ଲା ସଂଗଠନ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ୨୫୦ରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ରାଜ୍ୟର ୩୫ଟି ସ୍ଥାନରେ ଆୟୋଜିତ ରକ୍ତଦାନ ଶିବିରରେ ୩୦୦୦ରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button