ମନୋରଞ୍ଜନ

ଦୀପିକା କି ଐଶ୍ବର୍ଯ୍ୟା ନୁହନ୍ତି, ଏହି ଅଭିନେତ୍ରୀ ନିଅନ୍ତି ସବୁଠୁ ଅଧିକ ପାରିଶ୍ରମିକ – Ibnodisha

[ad_1]

ନୂଆଦିଲ୍ଲୀ: ଯଦି ଆମକୁ ସବୁଠୁ ଧନୀ ଫିଲ୍ମ ଇଣ୍ଡଷ୍ଟ୍ରି ବିଷୟରେ ପଚରାଯାଏ ତେବେ ଆମେ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ସବୁଠାରୁ ଧନୀ ବୋଲି ସହଜରେ କହିପାରିବା। ଭାରତୀୟ କଳାକାରମାନେ ଏକ ଚଳଚ୍ଚିତ୍ର ପାଇଁ କୋଟି କୋଟି ଟଙ୍କା ନିଅନ୍ତି ଏବଂ ବେଳେବେଳେ ବଲିଉଡ ଷ୍ଟାରଙ୍କ ପାରିଶ୍ରମିକ ହଲିଉଡର ବଡ ତାରକାଙ୍କଠୁ ମଧ୍ୟ ଅଧିକ ଥାଏ। ଶାହରୁଖ ଖାନଙ୍କ ନାମ ଦୁନିଆର ସବୁଠାରୁ ଧନୀ ଅଭିନେତାମାନଙ୍କ ମଧ୍ୟରେ ଆସିଥାଏ। ‌ହେଲେ ଆପଣ ଜାଣନ୍ତି କି ସବୁଠୁ ଧନୀ ଅଭିନେତ୍ରୀ କିଏ? ଏସିଆ ମହାଦେଶ କଥା କହିବାକୁ ଗଲେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କଠାରୁ ଯେଉଁ ଅଭିନେତ୍ରୀ ଅଧିକ ପାରିଶ୍ରମିକ ନିଅନ୍ତି ସେ ହେଉଛନ୍ତି ଚାଇନିଜ୍ ଅଭିନେତ୍ରୀ ଫ୍ୟାନ୍ ବିଙ୍ଗବିଙ୍ଗ।

ଫ୍ୟାନ୍ ବିଙ୍ଗବିଙ୍ଗଙ୍କ ନାମ ଆପଣଙ୍କ ପାଇଁ କିମ୍ବା ଯେଉଁମାନେ ଚାଇନାର ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିକୁ ଅନୁସରଣ କରନ୍ତି ନାହିଁ ସେମାନଙ୍କ ପାଇଁ ନୂଆ ହୋଇପାରେ … କିନ୍ତୁ ଏହି ଅଭିନେତ୍ରୀ କେବଳ ଏସିଆ ନୁହେଁ ସାରା ଦୁନିଆରେ ସବୁଠାରୁ ଲୋକପ୍ରିୟ ତଥା ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ଏହି ଅଭିନେତ୍ରୀ ପ୍ରାୟ ଦୁଇ ଦଶନ୍ଧି ଧରି ଜଣେ ମୁଖ୍ୟ ଅଭିନେତ୍ରୀ ଭାବରେ କାର୍ଯ୍ୟ କରିଆସୁଛନ୍ତି। ଅନେକ ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀଙ୍କ ମୋଟ ସମ୍ପତ୍ତି ମୂଲ୍ୟ ପ୍ରାୟ ୮୨୦-୯୦୦ କୋଟି ଟଙ୍କା। କୌଣସି ଭାରତୀୟ ଅଭିନେତ୍ରୀ କିମ୍ବା କୋରିଆ ଏବଂ ଜାପାନ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅଭିନେତ୍ରୀମାନେ ଏତେ କୋଟି ଟଙ୍କାର ମାଲିକାଣୀ ନୁହନ୍ତି। ଭାରତର ସବୁଠାରୁ ଧନୀ ଅଭିନେତ୍ରୀ ହେଉଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଯାହାଙ୍କ ମୋଟ ସମ୍ପତ୍ତି ପ୍ରାୟ ୮୦୦କୋଟି ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button