IBN ଓଡ଼ିଶା ବ୍ୟୁରୋ

ନାଇଜେରିଆରେ ତେଲ ଟ୍ୟାଙ୍କର ବିସ୍ଫୋରଣ, ଶତାଧିକ ମୃତ

ଜୋହନ୍ସବର୍ଗ: ନାଇଜେରିଆର କାନୋ ସହର ନିକଟ ମାଜିୟାରେ ମଙ୍ଗଳବାର ରାତିରେ ଏକ ତେଲ ଟ୍ୟାଙ୍କରରେ ବିସ୍ଫୋରଣ ଘଟି ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ମାଲବାହୀ ଟ୍ରକ୍ ସହ ଟ୍ୟାଙ୍କରର ମୁହାଁମୁହିଁ ଧକ୍କା ହେବାପରେ ଏହି ବିସ୍ଫୋରଣ ହୋଇଥିଲା। ଅନେକ ଆହତଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।

ଆଜି ସକାଳେ ୯୪ ମୃତକଙ୍କୁ ପୁଲିସ ଓ ସ୍ଥାନୀୟ ପ୍ରଶାସନର ଉପସ୍ଥିତିରେ ଗଣକବର ଦିଆଯାଇଛି। ଆଜି ରାତି ସୁଦ୍ଧା ଆହତଙ୍କ ମଧ୍ୟରୁ ଆଉ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପୁଲିସ ସୂତ୍ରରୁ ପ୍ରକାଶ।

ନାଇଜେରିଆ ଜରୁରୀ ପରିଚଳନା ସଂସ୍ଥାର ମୁଖପାତ୍ର ନୁରା ଅବ୍ଦୁଲ୍ଲାହିଙ୍କ ସୂଚନାନୁସାରେ, ରାତି ପ୍ରାୟ ସାଢ଼େ ୧୧ଟାରେ ଏହି ଦୁର୍ଘଟଣା ଘଟିଛି। କାନୋରୁ ନାଗୁରୁ ଯାଉଥିବା ତେଲ ଟ୍ୟାଙ୍କରଟି ଜିଗ୍ୱା ରାଜ୍ୟର ମାଜିୟା ସହର ନିକଟରେ ଏକ ଟ୍ରକ୍ ସହ ପ୍ରଚଣ୍ଡ ଧକ୍କା ହୋଇ ଓଲଟି ପଡ଼ିଥିଲା। ସ୍ଥାନୀୟ ବାସିନ୍ଦା, ରାସ୍ତାରେ ଚଳପ୍ରଚଳ କରୁଥିବା ଅନ୍ୟ ଯାନବାହନର ଚାଳକ ଓ ଯାତ୍ରୀମାନେ ଦୁର୍ଘଟଣାଗ୍ରସ୍ତ ତେଲ ଟ୍ୟାଙ୍କରରୁ ବାହାରୁଥିବା ପେଟ୍ରୋଲ୍ ଆଣିବାକୁ ସେଠାରେ ଭିଡ଼ ଲଗାଇଥିଲେ। ଏହି ସମୟରେ ତେଲ ଟ୍ୟାଙ୍କରରେ ବିସ୍ଫୋରଣ ହୋଇଥିଲା। ଆହତଙ୍କୁ ନିକଟସ୍ଥ ରିନ୍ଗିମ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button