IBN ଓଡ଼ିଶା ବ୍ୟୁରୋ

ଯାଏ ନୀଳ କାରରେ ଆସେ ନାଲି କାରରେ ସେ କିଏ ? 15+ Odia funny quiz

ବର୍ତ୍ତମାନର ସମୟରେ ଲୋକ ଏତେ ମାତ୍ରାରେ ନିଜର କାମକୁ ନେଇ ବ୍ୟସ୍ତ ରହୁଛନ୍ତି । ଯେ ହସିବା କଣ ସେ ଭୁଲିଯାଇଛନ୍ତି । ତେଣୁ ଆମର କିଛି ମଜାଳିଆ ତଥା ଜ୍ଞାନପୂର୍ଣ୍ଣ ଢଗଢମାଳୀ ମାଧ୍ୟମରେ ଆପଣଙ୍କୁ ହସାଇବାର ଏକ ପ୍ରୟାସ କରିଛୁ । ଯାହା ଦ୍ଵାରା ଆପଣଙ୍କର ମନୋରଞ୍ଜନ ହେବା ସହ ଅନେକ କିଛି ଜ୍ଞାନ ମଧ୍ୟ ଏଥିରୁ ପାଇପାରିବେ । ତେବେ ବନ୍ଧୁଗଣ ଆଉ ବିଳମ୍ବ ନକରି ଚାଲନ୍ତୁ ତାହା ଆଲୋଚନା କରିବା ।

1- କାହାର ଦାନ୍ତ ଅଛି, ହେଲେ କାମୁଡି ପାରେନାହିଁ ?

ଉତ୍ତର;- ତାହାର ଉତ୍ତର ହେଉଛି ପାନିଆ ।

2- ଛୋଟ ପିଲାଙ୍କର ଏମିତି ଏକ ଖେଳଣା ଯାହାକୁ ଦୁନିଆର ସବୁଠାରୁ ବଡ ଲୋକ ମଧ୍ୟ କିଣି ପାରିବେ ନାହିଁ ତାହା କଣ ?

ଉତ୍ତର;- ତାହା ହେଉଛି ଜହ୍ନ ମାମୁଁ ।

3- ଆଖି ଥିଲେ ବି ଅନ୍ଧ, ତାହା କଣ ?

ଉତ୍ତର;- ତାହା ହେଉଛି ମୂର୍ଖ ଲୋକ ।

4- ପବନ ଖାଇଲେ କିଏ ମରେ ?

ଉତ୍ତର;- ତାହା ହେଉଛି ଝାଳ ।

5- ପୋଡେ କିନ୍ତୁ ନିଆଁ ନୁହେଁ, ତାହା କଣ ?

ଉତ୍ତର;-ତାହା ହେଉଛି ଲଙ୍କା ।

6- ମୃତ୍ୟୁ ପରେ ବି ଠିଆ ହୋଇପାରେ ?

ଉତ୍ତର;- ତାହା ହେଉଛି ଗଛ ।

7- ଚଲେଇଲେ ଚାଲେ କିନ୍ତୁ ଆଗକୁ ଯାଇପାରେ ନାହିଁ ?

ଉତ୍ତର;- ତାହା ହେଉଛି ପଙ୍ଖା ।

8- ଭଙ୍ଗା ହେଲେବି ସେ ଗୋଟିଏ ତାହା କଣ ?

ଉତ୍ତର;- ତାହା ହେଉଛି ଖିଲିପାନ ।

9- ଖାଇଲେ କିଏ ମରେ ?

ଉତ୍ତର;- ତାହା ହେଉଛି ଭୋକ ।

10- ଦିନରେ ଶୁଏ, ମଜୁରୀ ନିଏ ସେ କିଏ ?

ଉତ୍ତର;- ରାତ୍ର ଜଗୁଆଳୀ ।

11- ଶାଶୁକୁ କଫି ଦରକାର ଏବଂ ସ୍ଵାମୀଙ୍କୁ ଚା’ । ସ୍ତ୍ରୀ ପ୍ରଥମେ କଣ କରିବ ?

ଉତ୍ତର;- ଗ୍ଯାସ ଅନ କରିବ ।

12- ଗୋଟିଏ ଘରେ ଜଣେ ଅନ୍ଧ, ଜଣେ ଛୋଟା ଏବଂ ଜଣେ କାଳ ରୁହନ୍ତି । ତେବେ ଅଟା ପେଷିବା ପାଇଁ କିଏ ଜୀବ ?

ଉତ୍ତର;- କେହି ନୁହେଁ, କାରଣ ଅଟାକୁ ପେଷିବା ପାଇଁ କେହି ଦରକାର ନାହିଁ ।

13- ଜଣେ ବ୍ୟକ୍ତି ଗୋଟିଏ ଆଙ୍ଗୁଳିରେ 5 ସେକେଣ୍ଡରେ, 5 ଜଣଙ୍କୁ ଉପରକୁ ପଠେଇଦେଲେ । ସେ କିଏ ଥିଲା ?

ଉତ୍ତର;- ଲିଫ୍ଟ ମ୍ୟାନ ।

14- ତାହା କଣ ଯାହାକୁ ବାନ୍ଧିବା ପରେ ମଧ୍ୟ ଚାଲିଥାଏ ?

ଉତ୍ତର;- ତାହା ହେଉଛି ହାତଘଣ୍ଟା ।

15- ଯାଏ ନୀଳ କାରରେ ଆସେ ନାଲି କାରରେ ସେ କିଏ ?

ଉତ୍ତର;- ତାହା ହେଉଛି ପାନଛେପ ।

Related Articles

Leave a Reply

Your email address will not be published. Required fields are marked *

Back to top button