IBN ଓଡ଼ିଶା ବ୍ୟୁରୋ

ବଢୁଛି ଲଡୁ ବିବାଦ

ମରାବତୀ: ତିରୁପତି ମନ୍ଦିର ପ୍ରସାଦ ଲଡୁରେ ଘିଅ ବଦଳରେ ଫିସ ଅଏଲ ଓ ପଶୁ ଚର୍ବି ବ୍ୟବହାର ହେଉଥିବା ନେଇ ଅଭିଯୋଗ ପରେ ବଢିବାରେ ଲାଗିଛି ବିବାଦ । ଅଭିଯୋଗ ପରେ ବିବାଦ ଘନେଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ଜାଣତରେ ଏସବୁ ହେଉଥିବ ବୋଲି ଅଭିଯୋଗ କରିଛି ଟିଡିପି । ଜଗନ ସରକାର ଥିଲା ବେଳେ ତେଲେଙ୍ଗାନାର ଏଆର ଡେଇରି ନାମକ କଂପାନିକୁ ଘିଅ ସପ୍ଲାଏ ପାଇଁ ଠିକା ଦିଆଯାଇଥିଲା ।

ସେହି କଂପାନିର ଘିଅ ଅପମିଶ୍ରିତ ବୋଲି ଏବେ ଅଭିଯୋଗ ଆସିଛି । ତିରୁପତି ମନ୍ଦିର ଟ୍ରଷ୍ଟ ଜୁଲାଇରେ ଲଡୁ ପ୍ରସ୍ତୁତି ପାଇଁ ଆସିଥିବା ଘିଅର ସ୍ୟାମ୍ପଲ ଗୁଜରାଟର ଏକ ଲ୍ୟାବକୁ ପରୀକ୍ଷା ପାଇଁ ପଠାଇଥିଲା । ସେହି ରିପୋର୍ଟ ସେପଟେମ୍ବର ୧୮ ତାରିଖରେ ଆସିଛି । ଏଆର ଡେଇରିର ଘିଅ ଅପମିଶ୍ରିତ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ଏହି ଲ୍ୟାବ ରିପୋର୍ଟ ଭିତ୍ତିରେ ଆନ୍ଧ୍ର ପ୍ରଦେଶର ଶାସକ ଟିଡିପି ପୂର୍ବର ଜଗନ ରେଡ୍ଡି ସରକାରକୁ ଘେରିଛି ।

ଏଆର ଡେଇିରର ସ୍ପଷ୍ଟୀକରଣ

୨୦୨୩ ଅଗଷ୍ଟ ମାସରେ ଜଗନ ସରକାର ତିରୁପତି ମନ୍ଦିରକୁ ଘିଅ ସପ୍ଲାଏ ପାଇଁ ଠିକା ଦେଇଥିଲେ । ଲଡୁ ପ୍ରସାଦ ପ୍ରସ୍ତୁତ ପାଇଁ ଘିଅରେ ପଶୁ ଚର୍ବି ଓ ଫିସ ଅଏଲ ଥିଲା ବୋଲି ଲ୍ୟାବ ରିପୋର୍ଟକୁ ଖାରଜ କରିଦେଇଛି ଏଆର ଡେଇରୀ । କମ୍ପାନି କହିଛି ଯେ, ରିପୋର୍ଟରେ ଆମର ନାଁ ନାହିଁ । ଲ୍ୟାବ ରିପୋର୍ଟରେ ଅନ୍ୟ କାରଣ ମଧ୍ୟ ଦର୍ଶାଯାଇଛି । ପଶୁ ଖାଦ୍ୟ ଓ ପଶୁ ଔଷଧ କାରଣରୁ ବି ଘିଅର ମାନ ଖରାପ ହୋଇପାରେ । ଲ୍ୟାବ ରିପୋର୍ଟରେ ଏଆର ଡେଇରିର ନାଁ ନାହିଁ । ରିପୋର୍ଟକୁ ଧ୍ୟାନପୂର୍ବକ ସମସ୍ତେ ପଢିବା ଦରକାର ବୋଲ କମ୍ପାନି ପକ୍ଷରୁ କୁହାଯାଇଛି । ରିପୋର୍ଟକୁ ଚ୍ୟାଲେଂଜ କରାଯାଇଛି ବୋଲି କହିଛି କମ୍ପାନି । ମାମଲାର ରାଜନୀତିକରଣ ହେଉଛି ବୋଲି କମ୍ପାନି କହିଛି ।

ଅପମିଶ୍ରିତ ଘିଅ ଅଭିଯୋଗର ଯାଂଚ କରୁଛନ୍ତି ଆନ୍ଧ୍ର ସରକାର

Related Articles

Leave a Reply

Your email address will not be published. Required fields are marked *

Back to top button