IBN ଓଡ଼ିଶା ବ୍ୟୁରୋ

ଶିବ ପୁରାଣ ଅନୁସାରେ ଦୁନିଆରା ସବୁଠୁ ବଡ ପାପ କଣ ? ଅଜାଣତରେ ହେଉ ପଛେ ଏହି 5 ଟି ପାପ କରୁଥିବା ବ୍ୟକ୍ତି ସାରା ଜୀବନ ରହେ ଦରିଦ୍ର ଭିତରେ

ହିନ୍ଦୁଧର୍ମରେ ସମୁଦାୟ ୧୮ଟି ପୁରାଣ ରହିଛି । ଏଥିମଧ୍ୟରୁ ଶିବ ପୁରାଣ ଏପରି ଏକ ପୁରାଣ ଅଟେ ଯେଉଁଥିରେ ମନୁଷ୍ୟ ଜୀବନଙ୍କୁ ସୁଖମୟ କରିବା ପାଇଁ ଅନେକ ମନ୍ତ୍ର ବର୍ଣ୍ଣିତ ରହିଛି । ଶିବ ପୁରାଣରେ ୫ଟି ଏଭଳି ପାପର ବର୍ଣ୍ଣନା କରାଯାଇଛି ଯାହା ମନୁଷ୍ୟ ଅଜାଣତରେ କରିଥାଏ ଓ ଏହାର ଦଣ୍ଡଭୋଗ କରିଥାଏ । ଶିବ ପୁରାଣ ଅନୁଯାୟୀ ମନୁଷ୍ୟକୁ ଏପରି ପାପ ଭୁଲରେ ମଧ୍ୟ କରିବା ଉଚିତ ନୁହେଁ । ଏପରି ପାପ କରିବା ଦ୍ଵାରା ଭଗବାନ ଶିବ କେବେ ମଧ୍ୟ କୃପା କରନ୍ତି ନାହିଁ । ତେବେ ଚାଲନ୍ତୁ ଜାଣିବା କଣ ସେହି ପାପସବୁ…

ମାନସିକ ପାପ :-

ଶିବ ପୁରାଣ ଅନୁଯାୟୀ କଳିଯୁଗ ମଣିଷ ପ୍ରତି ମୁହୂର୍ତ୍ତରେ ମାନସିକ ପାପ କରିଥାଏ । ନିଜ ମନରେ ଅନ୍ୟ ପ୍ରତି ମନ୍ଦ ଚିନ୍ତା ଓ ବିଚାର ଆଣିବା ହିଁ ମାନସିକ ପାପ ଅଟେ । ପର ସ୍ତ୍ରୀକୁ ଦେଖି ହେଉ ବା ଅନ୍ୟ କାହାର ଉନ୍ନତି ଏବଂ ସୌନ୍ଦର୍ଯ୍ୟକୁ ଦେଖି ହେଉ, ମନରେ କୌଣସି ପ୍ରକାର କାମ ଭାବନା, ହିଂସା ଏବଂ ଈର୍ଷା ଭାବନା ଆଣିବା ହିଁ ମାନସିକ ପାପ ଅଟେ । ଅନ୍ୟକାହାର ମନ୍ଦ ଚିନ୍ତା କରିବା ବା ପ୍ରାର୍ଥନା କରିବା ମଧ୍ୟ ମାନସିକ ପାପ ଅନ୍ତର୍ଭୁକ୍ତ ଅଟେ । ଏପରି ପାପ କରିବାରୁ ବଞ୍ଚିତ ରୁହନ୍ତୁ ।

Dune (2020) – Watch now
Russian hotties wanna date

ବାଚିକ ପାପ :-

ଶିବ ପୁରାଣ ଅନୁଯାୟୀ ମୁଖରେ କାହାକୁ ଖରାପ କହିବା କିମ୍ବା କାହାକୁ ଦୁଃଖ ଦେବା ପାଇଁ ପାଟିର ବ୍ଯବହାର କରିବା ମଧ୍ୟ ଏକ ବଡ ପାପ ଅଟେ । ମନୁଷ୍ୟକୁ ସର୍ବଦା ମୁଖରେ ସତ୍ୟଭାଷା ଏବଂ ମଧୁର ବାଣୀ କହିବା ଉଚିତ । ମିଥ୍ୟା କହୁଥିବା ଏବଂ କଟୁ ଶବ୍ଦରେ ଅନ୍ୟର ଅପମାନ କରିବା ବହୁତ ବଡ ପାପ ଅଟେ । ଏପରି ଲୋକ ଜୀବନରେ ସର୍ବଦା ଗରିବ ରୁହନ୍ତି ।

ଶାରୀରିକ ପାପ :-

ଶିବ ପୁରାଣରେ ପ୍ରକୃତିକୁ ଈଶ୍ବରୀୟ ରୂପ ବୋଲି ମାନାଯାଏ । ଅର୍ଥାତ ଆକାରଣରେ ପ୍ରକୃତିକୁ କ୍ଷତି ପହଞ୍ଚାଇବା ପାପ ବୋଲି ବିବେଚନା କରାଯାଏ । ଗଛପତ୍ର କାଟିବା, ପଶୁପକ୍ଷୀଙ୍କ ହତ୍ୟା କରିବା, ଗୋଡ ତଳେ ଛୋଟ ଜୀବଜନ୍ତୁଙ୍କୁ ଦଳିବା ଆଦି ଶାରୀରିକ ପାପର ଶ୍ରେଣୀରେ ଆସେ ।

ନିନ୍ଦା କରିବା :-

ଶିବ ପୁରାଣରେ କଳିଯୁଗର ସବୁଠୁ ଭୟଙ୍କର ପାପ ମଧ୍ୟରୁ ଗୋଟିଏ ହେଉଛି ନିନ୍ଦା କରିବା । ମନୁଷ୍ୟକୁ ଅନ୍ୟର ନିନ୍ଦା କରିବା ଉଚିତ ନୁହେଁ । ବ୍ୟକ୍ତିଜଣକ ନିନ୍ଦା ପାତ୍ର ଅଟନ୍ତି କି ନାହିଁ ଏହା ଅବଶ୍ୟ ଚିନ୍ତା କରିବା ଆବଶ୍ୟକ । ଗୁରୁଜନ, ଗୁରୁ ଏବଂ ପିତାମାତାଙ୍କ ନିନ୍ଦା କରିବା ସବୁଠୁ ବଡ ପାପ ଅଟେ । ସେଥିପାଇଁ ଭୁଲରେ ବି କାହାର ନିନ୍ଦା କରନ୍ତୁ ନାହିଁ ।

କୁସଙ୍ଗତରେ ରହିବା :-

Related Articles

Leave a Reply

Your email address will not be published. Required fields are marked *

Back to top button