IBN ଓଡ଼ିଶା ବ୍ୟୁରୋ

କିଏ କେତେ ମାଗୁନା କାହିଁକି ଏହି ଜିନିଷ କେବେବି କାହାରିକୁ ଦେବେନାହିଁ। ନଚେତ ସବୁ ଖୁସି ଚାଲିଯିବ।

ବନ୍ଧୁଗଣ ପିଲା ଦିନରୁ ହିଁ ଆମକୁ କୁହାଯାଇଥାଏ କି କାହାକୁ ସାହାର୍ଯ୍ୟ କରିବା, ଅଭାବୀ ଲୋକଙ୍କୁ ଦାନ କରିବା କିମ୍ବା କୌଣସି ବ୍ୟକ୍ତି କିଛି ମାଗନ୍ତି ତେବେ ସେହି ବ୍ୟକ୍ତିକୁ କେବେ ମନା କରିବା ଉଚିତ ନୁହେଁ। କିନ୍ତୁ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଏପରି କିଛି ଜିନିଷ ଅଛି ଯାହାକୁ ଆପଣ ଆପଣଙ୍କ ଘରୁ କେବେ କାହାରିକୁ ଦେବା ଉଚିତ ନୁହେଁ। କାରଣ ଏହି ଜିନିଷ ଦେଲେ ଆପଣ ନିଜେ ଏବଂ ନିଜ ଘରର ସୁଖ ଏବଂ ସମୃଦ୍ଧି ଅନ୍ୟ କାହାକୁ ଦେବାକୁ ଯାଉଛନ୍ତି। ବିଷ୍ଣୁପୁରାଣରେ ଏପରି କିଛି ଜିନିଷ ବିଷୟରେ ଉଲ୍ଲେଖ କରିଛନ୍ତି। ଯାହାକୁ ଆମେ ଭୁଲରେ ବି ମଧ୍ୟ ଅନ୍ୟ ମାନଙ୍କୁ ଦେବା ଉଚିତ ନୁହେଁ। କାରଣ ଏହି ଜିନିଷ ଗୁଡିକ ହେଲା ସତ ମା ଲକ୍ଷ୍ମୀ ଘରୁ ବାହାରି ଯାଆନ୍ତୁ। ଏବଂ ଆମେ ସମସ୍ତେ ଜାଣୁ ଆମ ଜୀବନରେ ମା ଲକ୍ଷ୍ମୀଙ୍କ ଉପସ୍ଥିତି କେତେ ଆବଶ୍ୟକ ଅଟେ। ମା ଲକ୍ଷ୍ମୀଙ୍କ ଆଶୀର୍ବାଦରେ ପ୍ରତ୍ୟକ ଘରେ ସୁଖ ବୈଭବ ଶାନ୍ତିର ଆଗମନ ହୋଇଥାଏ। ଯଦି ମା ଲକ୍ଷ୍ମୀ କୌଣସି କାରଣରୁ ଅସନ୍ତୋଷ ହୁଅନ୍ତି ତାହେଲେ ତାର ଦୁଷ୍ଟ ପ୍ରଭାବ ଆମ ଜୀବନ ଉପରେ ମଧ୍ୟ ଦେଖାଦେଇଥାଏ। ଯଦି ଆପଣ ମାନେ ଚାହାନ୍ତି ଯେ ମା ଲକ୍ଷ୍ମୀ ସର୍ବଦା ଆପଣଙ୍କ ଘରେ ଉପସ୍ଥିତ ରୁହନ୍ତୁ ଏବଂ ଆପଣଙ୍କ ଘରେ ଧନ,ବୈଭବର କେବେ ଅଭାବ ନରହୁ ତାହେଲେ ଆପଣଙ୍କ ଘରର ଏହି ଜିନିଷ କେବେବି କାହାରିକୁ ଦାନରେ ଦିଅନ୍ତୁ ନାହିଁ। ତେବେ ଆସନ୍ତୁ ଜାଣିନେବା ସେହି ଜିନିଷ ଗୁଡିକ କୋଣ କୋଣ।

Google

ପତ୍ନୀଙ୍କ ଅଳଙ୍କାର:-

ମା ଲକ୍ଷ୍ମୀଙ୍କୁ ଅଳଙ୍କାରର ଦେବୀ ବୋଲି ବିବେଚନା କରାଯାଏ। ସେଥିପାଇଁ ଯେତେବେଳେ ଆମେ ଅଳଙ୍କାର କିଣିଥାଉ। ସର୍ବ ପ୍ରଥମେ ଆମେ ମା ଲକ୍ଷ୍ମୀଙ୍କ ପୂଜା ପରେ ଏହାକୁ ପିଦ୍ଧିଥାଉ। ଆପଣଙ୍କ ସ୍ତ୍ରୀଙ୍କ ଅଳଙ୍କାର ଆପଣଙ୍କ ସମୃଦ୍ଧିକୁ ପ୍ରତିଫଳିତ କରିଥାଏ। ଏଥିପାଇଁ ଭୁଲରେ ବି ମଧ୍ୟ ଆପଣ ସ୍ତ୍ରୀଙ୍କର ଅଳଙ୍କାର ଅନ୍ୟ କାହାକୁ ଋଣରେ ବା ଦାନରେ ଦୀଅନ୍ତୁ ନାହିଁ। ଖାସ କରି ବିବିହାତା ମହିଳାମାନେ ନିଜର ମଙ୍ଗଳସୂତ୍ର, ପାଉଁଜି, ଏମିତି ଜିନିଷକୁ ଭୁଲରେ ବି ଅନ୍ୟ କାହାକୁ ଦିଅନ୍ତୁ ନାହିଁ। ଏଥି ଦ୍ୱାରା ଘରର ଉନ୍ନତର ବାଧା ଆସେ। ଆଉ ଘରର ସମୃଦ୍ଧି ଚାଲିଯାଏ। ଏବଂ ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି। ଏଥିପାଇଁ ଘରର ଅଳଙ୍କାର ଏବଂ ସୌଭାଗ୍ୟ ନିଜ ପାଖରେ ହିଁ ରଖନ୍ତୁ। ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ।

ଝାଡୁ:-

ଆପଣ ଅନେକ ଥର ଶୁଣିଥିବେ ଯେ ଘରର ଝାଡୁ କେବେହେଲେ ଅନ୍ୟ କାହାକୁ ଦିଆଯିବା ଉଚିତ ନୁହେଁ।କାରଣ ଝାଡୁ ମା ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ପରିଗଣିତ ହୁଏ। ଝାଡୁ ସ୍ଵଛତା ଏବଂ ସମୃଦ୍ଧତାର ସଂକେତ ଅଟେ। ଏହା ଘରୁ ନାକାରାତ୍ମକ ଶକ୍ତିକୁ ଘରୁ ବାହାରକୁ ବାହାର କରିଦେଇଥାଏ। ଏଣୁ ଆପଣଙ୍କ ଘରର ଝାଡୁ କେବେ କାହାରିକୁ ଦେବେ ନାହିଁ।ଏହି କାରଣରୁ ଆପଣଙ୍କ ଘରର ସୁଖ ଶାନ୍ତି ଝାଡୁ ସହିତ ଚାଲିଯାଏ। ଝାଡୁର ମହତ୍ତ୍ୱ ସବୁଠାରୁ ଅଧିକ ହୋଇଥାଏ। କାରଣ ଏହି ଜିନିଷରେ ଆପଣ ଆପଣଙ୍କୁ ଘରକୁ ସ୍ଵଛତା ରଖିଥାନ୍ତି। ଏବଂ ସ୍ଵଛତା ପାଇଁ ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ। ଏଥିପାଇଁ ଖାସ କରି ଏହି କଥାକୁ ମନେ ରଖନ୍ତୁ ଯେ କେବେବି କିଏବି ଆପଣଙ୍କ ଘରର ଝାଡୁ କେତେବି ମାଗୁ ତାକୁ କେବେବି ଦେବେ ନାହିଁ।

Google

କ୍ଷୀର:-

ସନ୍ଧ୍ୟା ସମୟରେ କ୍ଷୀର,ଦହି,ନଡ଼ିଆ, ଚାଉଳ, ଅଟା ଭଳି ଧଳା ଜିନିଷ କାହାକୁବି ଦିଆଯିବା ଉଚିତ ନୁହେଁ। ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି ଯେ ଧଳା ଜିନିଷ ଉପରେ ଖରାପ ଦୃଷ୍ଟି ଶକ୍ତି ଜଲଦି ଲାଗିଯାଏ। ଏଥିପାଇଁ ସୂର୍ଯ୍ୟଅସ୍ତ ହେବା ପରେ ଆପଣଙ୍କ ଘରର ଏହି ଜିନିଷ କଦାପି କାହାରିକୁ ଦିଅନ୍ତୁ ନାହିଁ। ଯଦି ଜରୁରୀ ଅଟେ ବଜାରରୁ କିଣିଦେଇ ପାରିବେ। ଆପଣଙ୍କ ରୋଷେଇ ଘରୁ ଆଣି କଦାପି ଦିଅନ୍ତୁ ନାହିଁ।

ଟଙ୍କା:-

ମା ଲକ୍ଷ୍ମୀ ଧନର ଦେବୀ ଅଟନ୍ତି। ଯେଉଁ ଘରେ ଧନର ବୃଦ୍ଧି ହୋଇଥାଏ ମାନେ ମା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଏମାନଙ୍କର ଧନର ବୃଦ୍ଧି ହୋଇଥାଏ ତେଣୁ ଆପଣଙ୍କ ଘରେ ରଖାଯାଇଥିବା ଟଙ୍କା ପଇସା କାହାକୁ ବି ଉଧାରରେ ଦେବା ଉଚିତ ନୁହେଁ। ଏହାର ଅର୍ଥ ହେଉଛି ଆପଣଙ୍କ ଘରେ ରଖାଯାଉଥିବା ଟଙ୍କା କିମ୍ବା ଆପଣଙ୍କ ସ୍ତ୍ରୀଙ୍କ ପାଖରେ ଗଛିତ ଟଙ୍କା ଆପଣ କାହାକୁ ଉଧାରରେ ଦିଅନ୍ତୁ ନାହିଁ। କିମ୍ବା କୌଣସି ପର୍ବ କିମ୍ବା ଏକାଦଶୀ ଦିନରେ ଭୁଲରେ ବି ଦିଅନ୍ତୁ ନାହିଁ। ଏମିତି କଲେ ଆପଣଙ୍କ ଧନ ବୃଦ୍ଧିରେ ବାଧା ପ୍ରାପ୍ତ ହୋଇପାରେ।

Related Articles

Leave a Reply

Your email address will not be published. Required fields are marked *

Back to top button