IBN ଓଡ଼ିଶା ବ୍ୟୁରୋ

ଲଗାନ୍ତୁ ଏହିସବୁ ଗଛ, ଭୁଲରେ ଵି ଆସିବେନି ସାପ

ଆପଣଙ୍କ ଅଜାଣତରେ ବଗିଚାରେ ରହିଥାଇପାରନ୍ତି ସାପ ଭଳି ବିଶାକ୍ତ ସରିଶୃପ । ଯାହାକି ଆପଣଙ୍କ ପାଇଁ ବଡ଼ ବିପଦ ଆଣିପାରେ । ଏମିତିକି ଯଦି ବଗିଚାରେ ବୁଲୁ ବୁଲୁ ଆପଣଙ୍କୁ ସାପ କାମୁଡ଼ିଦିଏ ତେବେ ଜୀବନ ମଧ୍ୟ ଯାଇପାରେ । ତେବେ ଏଭଳି ବିପଦରୁ ମକ୍ତି ପାଇବା ପାଇଁ ଅତି ସାଧାରଣ ଉପଚାର ରହିଛି । ଆଜି ଆମେ ଆପଣଙ୍କୁ ଏମିତି କିଛି ଗଛର ନାଁ କହିବୁ, ଯାହାଦ୍ୱାରା ଆପଣ ବଗିଚାକୁ ସାପ ଆସିବା ତ ଦୂରର କଥା ପାଖ ବି ମାଡ଼ିବେନି ।

ସାପ ଓ ଗୋଧୀ ଭଳି ସରିଶୃପଙ୍କୁ ସାଧାରଣତଃ ସବୁଜିମାଭରା ଆଦ୍ର ଓ ଗରମ ପରିବେଶ ଭଲ ଲାଗେ । ତେଣୁ ବାଡ଼ି ବଗିଚାରେ ସାପମାନଙ୍କର ବିଚରଣ ଏକ ସାଧାରଣ କଥା। ଏମାନେ ବଗିଚାକୁ ମୂଷା, କୀଟପତଙ୍ଗ ସମେତ ଅନ୍ୟାନ୍ୟ ଜୀବମାନଙ୍କୁ ଠାରୁ ବି ସୁରକ୍ଷିତ ରଖନ୍ତି। ତେବେ ସାପକଥା ଭାବିଲେ ହିଁ ଆମକୁ ଭୟ ଲାଗେ।

ଯଦି ଆପଣ ଏହି ଭୟରୁ ମୁକ୍ତ ହେବାକୁ ଚାହୁଁଛନ୍ତି, ତେବେ ସାପକୁ ନ ମାରି ବଗିଛାରେ କିଛି ଏପରି ଗଛ ଲଗାନ୍ତୁ, ଯାହାର କଡ଼ା ବାସ୍ନାରେ ସାପ ତ ସାପ… ଅନ୍ୟ ସରୀସୃପମାନେ ମଧ୍ୟ ଆସିବାକୁ ଇଚ୍ଛା କରିବେ ନାହିଁ। ଆପଣ ଭାବୁଥିବେ ସେପରି ଗଛ ଅଛି ନା କ’ଣ ? ଗୋଟେ କାହିଁକି ଆମେ ଆପଣଙ୍କୁ ଏଭଳି ୫ଟି ଗଛ କଥା କହିବୁ ଯାହାକୁ ବଗିଚାରେ ଲଗାଇଲେ ସାପ ପାଖ ମାଡିବେ ନାହିଁ।

ଗେଣ୍ଡୁ

ବଗିଚାରେ ଗେଣ୍ଡୁ ଫୁଲ ଲଗାଇବାଦ୍ୱାରା ସାପ ଦୂରେଇ ରୁହନ୍ତି। କାରଣ ଏହାର ଉଜ୍ଜ୍ୱଳ ଆଭା,ତୀବ୍ର ଗନ୍ଧ, ଏବଂ ମଜଭୁତ ମୂଳ ଯୋଗୁ ସାପ ପଳାଇ ଯାଆନ୍ତି। ମୂଳର ଗନ୍ଧ ମାଟି ଭିତର ପର୍ଯ୍ୟନ୍ତ ଯାଇଥାଏ। ଯଦି ଭିତରେ ସାପ ଲୁଚି ରହିଥାନ୍ତି ତେବେ ସେମାନେ ପଳାଇ ଯାଆନ୍ତି। ଖାଲି ସାପ କାହିଁକି କୀଟପତଙ୍ଗଙ୍କୁ ମଧ୍ୟ ଗେଣ୍ଡୁର ଗନ୍ଧ ଉତ୍କଟ ଲାଗିଥାଏ। ଫଳରେ ସେମାନେ ବଗିଚାରୁ ଦୂରେଇ ରହୁନ୍ତି।


ରୋଜମେରି

ଏହି ଫୁଲ ଗଛର ସୁଗନ୍ଧ ଏତେ ଯେ ସାପମାନେ ଏହାକୁ ସହି ପାରନ୍ତି ନାହିଁ। ତେଣୁ ରୋଜମେରି ଲାଗିଥିବା ସ୍ଥାନରେ ସାପ ବିଚରଣ କରିବାକୁ ଭଲ ପାଆନ୍ତି ନାହିଁ। ତଥାପି ଏହାର ପତ୍ର ତଳେ ସାପ ରହି ଯାଆନ୍ତି। ତେଣୁ ଏହାକୁ ଛୋଟ ଛୋଟ କଣ୍ଟେନର କିମ୍ବା ପ୍ଲାଷ୍ଟିକ ପାତ୍ରରେ ଲଗାଇବା ଦରକାର।


ଲେମନଗ୍ରାସ

ଯେଉଁମାନେ ଲେମନ ଗ୍ରାସର ବାସ୍ନା ସହିତ ପରିଚିତ ଥିବେ ସେମାନେ ଠିକ୍ ଜାଣିପାରିବେ ଯେ ଏହା ସାପମାନଙ୍କୁ କାହିଁକି ବିରକ୍ତି ଲାଗେ। ପ୍ରକୃତ କଥା ହେଲା ସରୀସୃପମାନଙ୍କୁ ସାଇଟ୍ରସ୍ ସୁଗନ୍ଧ(ଖଟ୍ଟା ଫଳ ଭଳି ବାସ୍ନା) ପସନ୍ଦ ନୁହେଁ, ସେମାନେ ଏହି ତୀବ୍ର ଗନ୍ଧରୁ ଦୂରେଇ ରୁହନ୍ତି। ତେବେ ଶିକାର କରିବା ଦିଗରେ ଏହି ଘାସ ସାପମାନଙ୍କ ପାଇଁ ବାଧକ ସାଜେ। ଲେମନ ଗ୍ରାସରେ ସିଟ୍ରୋନେଲା ଅଛି,ଯାହା ମଶା ଏବଂ ଅନ୍ୟାନ୍ୟ କୀଟପତଙ୍ଗକୁ ମଧ୍ୟ ଦୂରେଇ ରଖେ।


ପାତାଳଗରୁଡ଼

ଯାହାର ଇଂରାଜୀ ନାଁ ଇଣ୍ଡିଆନ ସ୍ନେକରୁଟ। ଭାରତରେ ଏହାକୁ ସର୍ପଗନ୍ଧା ବୋଲି କୁହାଯାଏ। ଆୟୂର୍ବେଦରେ ମଧ୍ୟ ଏହି ଗଛ ଖୁବ୍ ଉପାଦେୟ। ସାପ ବିଷ ମାତ୍ରା କମ କରିବାକୁ ଏହାର ଫଳକୁ ବ୍ୟବହାର କରାଯାଏ। ଏହାର ମୂଳରେ ରେସରପାଇନ ଭଳି ଏକ ରାସାୟନିକ ପଦାର୍ଥ ଥାଏ,ଯାହା ସାପ ଏବଂ ଅନ୍ୟାନ୍ୟ କୀଟପତଙ୍ଗକୁ ବଗିଚାରୁ ଦୂରରେ ରଖେ।ଏହାର ତୀବ୍ର ଗନ୍ଧକୁ ସରୀସୃପମାନେ ଘୃଣା ପାଆନ୍ତି। ଆଉ ଯଦି ଆପଣଙ୍କ ବଗିଚାରେ ପାତାଳଗରୁଡ଼ ଗଛ ରହିଛି ତେବେ ସରୀସୃପମାନେ ସେଠାକୁ ଆସିବେ ନାହିଁ।


ତୁଳସୀ

ସାପମାନେ ତୁଳସୀର ବାସ୍ନାକୁ ଘୃଣା କରନ୍ତି। ତେଣୁ ସାପ ଘଉଡ଼ାଇବାକୁ ତୁଳସୀ ଏକ ଭଲ ଗଛ। ତା’ଛଡ଼ା ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ଥଣ୍ଡା, ଜ୍ୱର, ଶ୍ୱାସ ଭଳି ରୋଗ ପାଇଁ ତୁଳସୀ ପତ୍ର ଖୁବ୍ ଉପାଦେୟ। ତା’ଛଡ଼ା ଏହାର କାଠିକୁ ମଧ୍ୟ ଲୋକେ ମାଳୀ କରି ପିନ୍ଧନ୍ତି।ତୁଳସୀ ଧର୍ମୀୟ ଭାବନା ସହିତ ଜଡ଼ିତ ଥିବାରୁ ଭାରତରେ ଏହାର ଗୁରୁତ୍ୱ ଖୁବ୍ ରହିଛି। ବସନ୍ତ ଏବଂ ଗ୍ରୀଷ୍ମ ଋତୁରେ ନିୟମିତ ସମୟରେ ଝଡ଼ୁଥିବା ମଞ୍ଜିରୁ ତୁଳସୀ ଗଛ ହୋଇଥାଏ। ତୁଳସୀ ଗଛ ଗରମ ପାଗରେ ଭଲ ବଢ଼ିଥାଏ। ତେବେ ସିଧାସଳଖ ସୂର୍ଯ୍ୟକିରଣ ନ ପଡ଼ିଲେ ଗଛ ଭଲ ଉଧେଇ ଥାଏ। ଓଦା ମାଟିରେ ତୁଳସୀ ଗଛ ଭଳ ବଢ଼ିପାରେନା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button