IBN ଓଡ଼ିଶା ବ୍ୟୁରୋ

୨୪ ଘଣ୍ଟାରେ ୧୦ ବିମାନକୁ ବୋମା ଧମକ; ସପ୍ତାହରେ ୭୦ ‘ହୋକ୍ସ କଲ୍‌’

ନୂଆଦିଲ୍ଲୀ: ଗତ ଏକ ସପ୍ତାହ ମଧ୍ୟରେ ଅନେକ ଭାରତୀୟ ବିମାନକୁ ବୋମା ଧମକ ମିଳିଥିବା ବେଳେ କେବଳ ୨୪ ଘଣ୍ଟା ମଧ୍ୟରେ ୧୦ରୁ ଅଧିକ ବିମାନକୁ ଧମକ ମିଳିଛି। ଏହା ସହ ସପ୍ତାହ ମଧ୍ୟରେ ୭୦ଟି ହୋକ୍ସ କଲ୍ ମିଳିଛି।

ଇଣ୍ଡିଗୋ ଏବଂ ଆକାସାର ପାଞ୍ଚ-ପାଞ୍ଚଟି ବିମାନକୁ ଧମକ ମିଳିଥିବା ବେଳେ ଭିସ୍ତାରାର ୩ଟି ବିମାନ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସର ଗୋଟିଏ ବିମାନକୁ ମଧ୍ୟ ଟାର୍ଗେଟ କରାଯାଇଥିଲା।

 

ଶନିବାର ସକାଳେ ଭିସ୍ତାରା ଏୟାରଲାଇନ୍ସର ତିନୋଟି ଆନ୍ତର୍ଜାତୀୟ ବିମାନକୁ ବୋମା ଧମକ ଆସିଥିଲା। ​​ ଯାଞ୍ଚ ପରେ ସେପରି କୌଣସି ସନ୍ଦେହଜନକ ସାମଗ୍ରୀ ମିଳିନଥିଲା।

ଦିଲ୍ଲୀରୁ ଲଣ୍ଡନ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଉଡ଼ାଣ ଭରିବାକୁ ଥିବା ଭିସ୍ତାରା ବିମାନକୁ ଫ୍ରାଙ୍କଫର୍ଟକୁ ପଠାଯାଇଥିଲା ଏବଂ କୌଣସି ବିପଦ ନାହିଁ ବୋଲି ଜଣାପଡ଼ିବା ପରେ ବିମାନଟି ସେଠାରୁ ଯାତ୍ରା ଆରମ୍ଭ କରିଥିଲା। ଦିଲ୍ଲୀ-ଲଣ୍ଡନ ଭିସ୍ତାରା ବିମାନ ରାତି ପ୍ରାୟ ୧୨.୪୦ (ଭାରତୀୟ ସମୟ) ରେ ଫ୍ରାଙ୍କଫୋର୍ଟ୍ ବିମାନବନ୍ଦରରେ ନିରାପଦରେ ଅବତରଣ କରିଥିଲା ବୋଲି ସୂଚନା ରହିଛି।

ଅଧିକାରୀଙ୍କ କହିବା ଅନୁଯାୟୀ, ଦୁବାଇରୁ ଜୟପୁର ପର୍ଯ୍ୟନ୍ତ ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସ ୧୮୯ ଜଣ ଯାତ୍ରୀଙ୍କୁ ନେଇ ଯିବାକୁ ପ୍ରସ୍ତୁତ ଥିବା ବେଳେ ଇମେଲ ମାଧ୍ୟମରେ ବୋମା ଧମକ ମିଳିଥିଲା। ବିମାନଟି ସକାଳ ରାତି ୧.୨୦ ରେ ଅବତରଣ କଲା ଏବଂ ଯାଞ୍ଚ ପରେ କୌଣସି ସନ୍ଦେହଜନକ ସାମଗ୍ରୀ ମିଳିନାହିଁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button