ରାଜ୍ୟ

ସଡକ ଦୁର୍ଘଟଣାରେ ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର : ମୃତ୍ୟୁ ପରେ ଚକ୍ଷୁ ଦାନ

ରଗଡ଼ : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର । ମୃତ୍ୟୁ ପରେ ଚକ୍ଷୁ ଦାନ କଲେ ପତ୍ନୀ । ବରଗଡ଼ ଜିଲ୍ଲା ସୋହେଲା ଜାତୀୟ ରାଜପଥ ବିଶିପାଲି ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସ୍ୱାମୀ ଗୁରୁତର ସ୍ତ୍ରୀ ମୃତ ହୋଇଥିବା ସୂଚନା ମିଳିଛି । ବରଗଡ଼ ପଟୁ ସୋହେଲା ଯାଉଥିବା OD17M1551 ନମ୍ବର ବିଶିଷ୍ଟ ଏକ ନୀଳ ରଙ୍ଗର କାର OD17M7202 ନମ୍ବର ଥିବା ବାଇକକୁ ଧକ୍କା ଦେଇଥିଲା ।

ଫଳରେ ଘଟଣା ସ୍ଥଳରୁ ବାଇକ ଆରୋହୀ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ବରଗଡ଼ ସଦର ଚିକିତ୍ସାଲୟକୁ ଅଣାଯାଇଥିଲା । ଡାକ୍ତର ସ୍ତ୍ରୀ ପ୍ରମିଳାଙ୍କୁ ମୃତ ଘୋଷଣା କରିଥିବା ବେଳେ ସ୍ୱାମୀ ଅଗସ୍ତିଙ୍କ ସ୍ୱାସ୍ଥ୍ୟ ଵସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୀମସାର ବୁର୍ଲାଙ୍କୁ ସ୍ଥାନାନ୍ତରିତ କରାଯାଇଛି । ମୃତକ ପରିବାର ବରଗଡ ସଦର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁରର ବୋଲି ସୂଚନା ମିଳିଛି । ମୃତ ମହିଳା ପ୍ରମିଲା ଧରୁଆଙ୍କ ମୃତ୍ୟୁ ପରେ ପରିବାର ଲୋକେ ଚକ୍ଷୁ ଦାନ କରାଇଥିବାରୁ ସବୁ ମହଲରେ ଲୋକେ ପ୍ରସଂଶା କରିଛନ୍ତି

Related Articles

Leave a Reply

Your email address will not be published. Required fields are marked *

Back to top button