IBN ଓଡ଼ିଶା ବ୍ୟୁରୋ

କଂଗ୍ରେସ ସରକାର ୨୦୨୮ ପର୍ଯ୍ୟନ୍ତ ଚାଲିବ ନାହିଁ, ମୁଁ ପୁଣି ମୁଖ୍ୟମନ୍ତ୍ରୀ ହେବି: ଏଚଡି କୁମାରସ୍ୱାମୀ

ବେଙ୍ଗାଲୁରୁ: କେନ୍ଦ୍ରମନ୍ତ୍ରୀ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଏକ ବାଡ଼ ଦାବି କରିଛନ୍ତି। ଏବେ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ସେ କହିଛନ୍ତି, ରାଜ୍ୟରେ କଂଗ୍ରେସ ସରକାର ୨୦୨୮ ପର୍ଯ୍ୟନ୍ତ ଚାଲିବ ନାହିଁ।

ରାଜ୍ୟର ଜନସାଧାରଣ ଓ ବିଧାୟକମାନେ ସରକାରଙ୍କ ପତନ ଘଟାଇବେ।

କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଏହା ସତ୍ୟ ନୁହେଁ ଯେ ଆମେ ସେମାନଙ୍କ ସରକାରଙ୍କୁ କ୍ଷମତାଚ୍ୟୁତ କରିବାକୁ ଚେଷ୍ଟା କରୁଛି।

ଏଚଡି କୁମାରସ୍ୱାମୀ କହିଛନ୍ତି କଂଗ୍ରେସ ବିଧାୟକ ଏବଂ ଲୋକମାନେ ସରକାରଙ୍କର ମୂଳଦୁଆକୁ ଅସ୍ଥିର କରୁଛନ୍ତି। ପାଣ୍ଠି ଆବଣ୍ଟନ ଅଭାବରୁ ବିଧାୟକମାନେ ଗାଁ ଯାଇ ଲୋକଙ୍କୁ ଭେଟିବାକୁ ସକ୍ଷମ ନୁହଁନ୍ତି।

ମୁଁ ନିଶ୍ଚିତ ଯେ ଜନସାଧାରଣ ମୋତେ ଆଉ ଏକ ସୁଯୋଗ ଦେବେ ଏବଂ ମୁଁ ପୁଣି ମୁଖ୍ୟମନ୍ତ୍ରୀ ହେବି। ସେହି ସୁଯୋଗ ୨୦୨୮ପୂର୍ବରୁ ଆସିବ। ଯଦି ଜନସାଧାରଣ ଚାହାନ୍ତି, ତେବେ ମୁଁ କାହିଁକି ମୁଖ୍ୟମନ୍ତ୍ରୀ ନ ହେବି।

ଏଚଡି କୁମାରସ୍ୱାମୀ କହିଛନ୍ତି, ମୋର ୧୪ ମାସର ପ୍ରଶାସନ ଅନ୍ୟର ପ୍ରଭାବରେ ଚାଲିଥିଲା। ସରକାର ଅନ୍ୟ ଦଳର ପ୍ରଭାବରେ ଚାଲିଥିଲେ ମଧ୍ୟ ଲୋକମାନେ ଆମ ଦ୍ୱାରା ଦିଆଯାଇଥିବା ଜନ କଲ୍ୟାଣ କାର୍ଯ୍ୟକ୍ରମକୁ ଭୁଲି ନାହାନ୍ତି। କର୍ଣ୍ଣାଟକ ଏକ ସମୃଦ୍ଧ ରାଜ୍ୟ। ଯଦି ମୋତେ ସୁଯୋଗ ଦିଆଯାଏ ତେବେ ମୁଁ ବହୁତ ଭଲ କାମ କରିବି ।

Related Articles

Leave a Reply

Your email address will not be published. Required fields are marked *

Back to top button