IBN ଓଡ଼ିଶା ବ୍ୟୁରୋ

ନିୟମିତ ଯଦି ଖାଇବେ ଏହି ଖାଦ୍ୟ, ତେବେ ମୁହଁ ଶୀଘ୍ର ଗୋରା ହୋଇଯିବ?

ଲୋକମାନେ ମୁହଁର ରଙ୍ଗକୁ ନେଇ ଚିନ୍ତିତ ଥାଆନ୍ତି। ନିଜ ତ୍ଵଚାକୁ ସୁନ୍ଦର ରଖିବାପାଇଁ ସମସ୍ତେ ଚାହାଁନ୍ତି।  ବଜାରରେ ମିଳୁଥିବା ବିଭିନ୍ନ ଦାମିକିଆ କ୍ରିମ ବ୍ୟବହାର କରିଥାନ୍ତି। ଏହାଦ୍ୱାରା ତ୍ଵଚା ଅଧିକ ଖରାପ ହୋଇଥାଏ । ଯଦି ଏହିସବୁ ଜିନିଷ ଛାଡି ଆପଣ ନିଜ ଖାଦ୍ୟପେୟ ଉପରେ ଧ୍ୟାନ ଦେବେ, ତେବେ ଆପଣ ଶୀଘ୍ର ଗୋରା ଦେଖାଯିବେ। ଆଜି ଜାଣିବା ସେ ସବୁ ଖାଦ୍ୟ ସମ୍ପର୍କରେ ଓ କାହିଁକି ଏହି ଖାଦ୍ୟ ଖାଇବା ଉଚିତ?

ଟମାଟୋ ଓ ପିସ୍ତା ବାଦାମ

ନିୟମତା ସକାଳୁ ଟମାଟୋ ଖାଇବା ଦ୍ୱାରା ତ୍ବଚାକୁ ସୂର୍ଯ୍ୟ କିରଣରୁ ରକ୍ଷାକରିଥାଏ। ଏହା ସହିତ ତ୍ବଚାରେ ଚମକ ଆଣିଥାଏ। ପିସ୍ତା ବାଦାମରେ ମାତ୍ରାଧିକ ଫ୍ୟାଟି ଏସିଟ୍‌ ଏବଂ ଭିଟାମିନ୍‌ ଥିବା କାରଣରୁ ମଧ୍ୟ ଏ ତ୍ବଚାକୁ ସୂର୍ଯ୍ୟ କିରଣରେ ଥିବା କ୍ଷତିକାରକ ଅଲ୍ଟ୍ରା ଭାଓଲେଟ୍‌ ରଶ୍ମୀରୁ ରକ୍ଷାକରିଥାଏ ।

ଅଣ୍ଡା ଓ ମାଛ

ଅଣ୍ଡାରେ ପ୍ରଚୁର ଅଧିକ ମାତ୍ରାରେ ବାୟୋଟିନ୍‌ ରହିଛି। ଅଣ୍ଡାରେ ଥିବା ଭିଟାମିନ୍‌ ବୟସ ବୃଦ୍ଧି କାରଣରୁ ତ୍ବଚାରେ ପଡ଼ୁଥିବା ପ୍ରଭାବକୁ କମ୍‌ କରିଥାଏ ।ସାଧାରଣତଃ ମାଛରେ ଆଣ୍ଟିଇନ୍‌ଫ୍ଲେମେଟୋରୀ ଓମେଗା ୩ ଫ୍ୟାଟି ଏସିଡ୍‌ ରହିଛି। ଏହାବ୍ୟତୀତ ଅଧିକ ପରିମାଣରେ ସି’ଫୁଡ୍‌ ଓଏଷ୍ଟର୍ସ ଏବଂ କଙ୍କଡ଼ାରେ ଖାଇବା ତ୍ବଚା ପାଇଁ ଭଲ।

ପାଣି

ଦିନକୁ ୪ ରୁ ୫ ଲିଟର ପାଣି ପିଇବା ଉଚିତ, କାରଣ ଏହା ଦ୍ୱାରା ଆପଣଙ୍କ ତ୍ବଚାରେ ଆସୁଥିବା ରିଙ୍କଲ୍ସ ଏବଂ ବ୍ରଣ ସମସ୍ୟା ଦୂର ହୋଇଯିବ।

କ୍ଷୀର ଓ କ୍ଷୀରରେ ତିଆରି ସାମଗ୍ରୀ

କ୍ଷୀର ଓ କ୍ଷୀରରେ ତିଆରି ସାମଗ୍ରୀରେ ଭିଟାମିନ “ଏ” ଥିବା କାରଣରୁ, ଏହାକୁ ନିୟମିତ ଖାଇବା ଦ୍ୱାରା ଶରୀରରେ କ୍ୟାଲସିୟମ ପରିମାଣକୁ ବଢ଼ାଇଥାଏ ।

ଗାଜର

ଗାଜରରେ ଭିଟାମିନ୍‌ “ଏ” ଥାଏ ଯାହା ତ୍ବଚାର ଟିସ୍ୟୁକୁ ମରାମତି କରିବା କାର୍ଯ୍ୟ କରିଥାଏ । ଏହା ସହିତ ତ୍ବଚାକୁ ଶୁଷ୍କ ହେବାକୁ ଦେଇ ନଥାଏ।

ଷ୍ଟ୍ରବେରୀ

ଷ୍ଟ୍ରବେରୀରେ ଭିଟାମିନ୍‌ ସି ପ୍ରଚୁର ପରିମାଣର ରହିଛି ଯାହା ଆମ ତ୍ବଚାକୁ ସୂର୍ଯ୍ୟ କିରଣରେ ନଷ୍ଟ ହେବାରୁ ବଂଚାଇଥାଏ । ଷ୍ଟ୍ରବେରୀରେ ଥିବା ଭିଟାମିନ୍‌ ଇ ମଧ୍ୟ ତ୍ବଚାର କୋଷିକାକୁ ନଷ୍ଟ କରିବାକୁ ଦେଇ ନଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button