ଦେଶ

ଏଣିକି ମାଗଣାରେ ସିଲିଣ୍ଡର ଦେବେ ସରକାର ; ମିଳିବ ୯୧୪.୫୦ ଟଙ୍କା – Ibnodisha

[ad_1]

ଲଖନଉ : ହାଣ୍ଡିଶାଳରେ ମହଙ୍ଗାମାଡ ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ। ପନିପରିବା ଅନ୍ୟାନ୍ୟ ସାମଗ୍ରୀ ସହ ରନ୍ଧନଗ୍ୟାସର ଦାମ୍‌‌ ବୃଦ୍ଧି ଅନେକଙ୍କ ପାଇଁ ବିରାଟ ସମସ୍ୟା ଆଣି ଦେଇଛି। ତେବେ ମହଙ୍ଗାମାଡ ମଧ୍ୟରେ ସର୍ବସାଧାରଣଙ୍କ ପାଇଁ ଖୁସି ଖବର ଆଣିଛି ଉତ୍ତରପ୍ରଦେଶ ସରକାର। ଏଣିକି ମାଗଣାରେ ମିଳିବ ଗ୍ୟାସ ସିଲିଣ୍ଡର। ଉତ୍ତରପ୍ରଦେଶ ସରକାର ଉଜ୍ଜ୍ୱଳା ଯୋଜନାର ୧.୭୫ କୋଟି ହିତାଧିକାରୀଙ୍କୁ ୨ଟି ନିଶୁକ୍ଳ ଏଲପିଜି ସିଲିଣ୍ଡର ଦେବା ବଦଳରେ ସେମାନଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପ୍ରଦାନ କରିବାକୁ ବିଚାର କରାଯାଉଛି। ଗୋଟିଏ ସିଲିଣ୍ଡର ପାଇଁ ୯୧୪.୫୦ ଟଙ୍କା ଦିଆଯିବ। ପ୍ରଥମ କିସ୍ତି ଚଳିତ ବର୍ଷ ଦୀପାବଳିରେ ଖାତାକୁ ପଠାଇବା ପାଇଁ ଯୋଜନା କରାଯାଉଛି। ଏଥିପାଇଁ ହିତାଧିକାରୀ ବ୍ୟାଙ୍କ ଆକାଉଣ୍ଟକୁ ଆଧାର ସହ ଲିଙ୍କ୍‌‌ ଶୀଘ୍ର କରିବା ପାଇଁ କୁହାଯାଇଛି।
ଶାସକ ଦଳ ବିଜେପି ୨୦୨୨ର ବିଧାନସଭା ନିର୍ବାଚନରେ ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀଙ୍କୁ ୨ଟି ମାଗଣା ସିଲିଣ୍ଡର ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହା ହୋଲି ଓ ଦୀପାବଳିରେ ପ୍ରଦାନ କରାଯାଏ।
ସୂଚନାନୁଯାୟୀ, ୧୧୪୪ ଟଙ୍କା ସିଲିଣ୍ଡରର ମୂଲ୍ୟରେ କେନ୍ଦ୍ର ସରକାରଙ୍କ ଠାରୁ ୨୩୦ ଟଙ୍କା ସବସିଡି ଏବଂ ବ୍ୟାଙ୍କ ବିନିମୟ ମୂଲ୍ୟ ହ୍ରାସ କରିବା ପରେ ପ୍ରାୟ ୯୧୪.୫୦ ଟଙ୍କା ଦେବାକୁ ସ୍ଥିର ହୋଇଛି। ଏହି ଯୋଜନାରେ ହିତାଧିକାରୀଙ୍କ ଆଧାର ଲିଙ୍କ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟରେ ଏହି ଟଙ୍କା ପ୍ରଦାନ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button