ଜ୍ଞାନବାପି ମସ୍ଜିଦ ତଳେ ଥିଲା ବିରାଟ ହିନ୍ଦୁ ମନ୍ଦିର : ଏଏସ୍ଆଇ ରିପୋର୍ଟ – Ibnodisha

[ad_1]
ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ପୁରାତନ ସହର କାଶୀ ର ପ୍ରଖ୍ୟାତ କାଶୀ ବିଶ୍ବନାଥ ମନ୍ଦିର ପାର୍ଶ୍ବରେ ବିବାଦୀୟ ଜ୍ଞାନବାପି ମସ୍ଜିଦ ତଳେ ଏକ ବିରାଟ ହିନ୍ଦୁ ମନ୍ଦିର ଥିଲା ବୋଲି ଭାରତୀୟ ପ୍ରତ୍ନତତ୍ବ ବିଭାଗ ଜିଲ୍ଲା କୋର୍ଟ ନିକଟରେ ରିପୋର୍ଟ ଦାଖଲ କରିଛି। ୨୦୨୩ ଜୁଲାଇ ୨୧ ତାରିଖରେ ଜିଲ୍ଲା କୋର୍ଟ ଜ୍ଞାନବାପି ମସଜିଦ ମାମଲାରେ ଏଏସ୍ଆଇ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶାନୁସାରେ ଡିସେମ୍ବର ୧୮ ତାରିଖରେ ଜ୍ଞାନବାପି ସର୍ଭେ ରିପୋର୍ଟକୁ ଜିଲ୍ଲା କୋର୍ଟରେ ଦାଖଲ କରାଯାଇଥିଲା। ଏହି ସର୍ଭେ ରିପୋର୍ଟର ନକଲ ପାଇଁ ଉଭୟ ହିନ୍ଦୁ ଓ ମୁସଲିମ ପକ୍ଷ ଆବେଦନ କରିଥିଲେ। ରିପୋର୍ଟ ସମ୍ପର୍କରେ ସୂଚନା ଦେଇ ହିନ୍ଦୁ ପକ୍ଷର ଓକିଲ ଜୈନ ଗଣମାଧ୍ୟମକୁ କହିଛନ୍ତି ଯେ ୧୭ଶ ଶତାବ୍ଦୀର ଏହି ମସ୍ଜିଦ ତଳେ ଏକ ବିରାଟ ହିନ୍ଦୁ ମନ୍ଦିର ରହିଥିଲା। ବର୍ତମାନ ମଧ୍ୟ ମସ୍ଜିଦର ପଶ୍ଚିମ ପାର୍ଶ୍ବ ପ୍ରାଚୀର ହିନ୍ଦୁ ମନ୍ଦିରର ଅଂଶ ବିଶେଷ ଅଟେ। ଏହି ମସଜିଦରେ ୩୨ଟି ହିନ୍ଦୁ ମନ୍ଦିରର ଶିଳାଲେଖ ମିଳିଛି। ଏହି ଶିଳାଲେଖ, ତେଲୁଗୁ, କନ୍ନଡ଼ ଓ ଦେବନାଗରୀ ଲିପିରେ ଲେଖାଯାଇଛି। କେବଳ ଏହାନୁହେଁ ଏହି ଶିଳାଲେଖକୁ ନଷ୍ଟ କରିବାକୁ ମଧ୍ୟ ଉଦ୍ୟମ କରାଯାଇଥିବା ଏଏସ୍ଆଇ ଦର୍ଶାଇଛି। ତେବେ ରିପୋର୍ଟ ସମ୍ପର୍କରେ ମୁସଲିମ ପକ୍ଷର କୌଣସି ପ୍ରତିକ୍ରିୟା ମିଳିନାହିଁ।
[ad_2]