ଦେଶ

ଏଥର ନୀତୀଶ କୁମାରଙ୍କ ପାଇଁ ଦଳ ଡିଆଁ ନୀତି ସହଜ ହେବ ନାହିଁ: ତେଜସ୍ୱୀ ଯାଦବ – Ibnodisha

[ad_1]

ପାଟନା: ବିହାରରେ ରାଜନୈତିକ ଅସ୍ଥିରତା ଭିତରେ ନୀତୀଶଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ । ତେଜସ୍ୱୀ କହିଛନ୍ତି ଯେ ଏଥର ନୀତୀଶ କୁମାରଙ୍କ ପାଇଁ ଦଳ ଡିଆଁ ନୀତି ସହଜ ହେବ ନାହିଁ । ସୂଚନା ଅନୁସାରେ ତେଜସ୍ୱୀ ଯାଦବ ବିଧାୟକ ତଥା ତାଙ୍କ ଦଳର ଆରଜେଡି ନେତାଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ଏହି ବୟାନ ଦେଇଛନ୍ତି । ଏହି ସମୟରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ମଧ୍ୟ କହିଛନ୍ତି ଯେ ତାଙ୍କ ପାଖରେ ସଂଖ୍ୟାଗରିଷ୍ଠତା ରହିଛି ।

ବିହାରରେ ରାଜନୈତିକ ଅସ୍ଥିରତା ଭିତରେ ଆରଜେଡି ଶିବିର ଚଳଚଞ୍ଚଳ ହୋଇଛି । ସୂଚନା ଅନୁଯାୟୀ ମିଳିତ ମଞ୍ଚ ଭାଙ୍ଗିଗଲେ ଆରଜେଡି ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ସରକାର ଗଠନ କରିବାକୁ ଦାବି କରିପାରିବ । ଆରଜେଡି, କଂଗ୍ରେସ ଏବଂ ବାମପନ୍ଥୀ ଦଳର ୧୧୪ ଜଣ ବିଧାୟକଙ୍କ ସହ ଜିତନ ରାମ ମାଝିଙ୍କ ଚାରିଜଣ ବିଧାୟକଙ୍କୁ ସେମାନଙ୍କ ପକ୍ଷକୁ ଆଣିବା ପାଇଁ ଉଦ୍ୟମ ଚାଲିଛି । କୁହାଯାଉଛି ଯେ ଜିତନ ରାମ ମାଝିଙ୍କ ପୁଅ ସନ୍ତୋଶ ସୁମନଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ଦିଆଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button