ଖେଳ

ଭାରତ ୪୩୬ ରନ୍‌ରେ ଅଲ୍‌ଆଉଟ୍‌ – Ibnodisha

[ad_1]

ହାଇଦ୍ରାବାଦ୍‌ : ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌ । ହାଇଦ୍ରାବାଦ୍‌ରେ ଚାଲିଥିବା ପ୍ରଥମ ଟେଷ୍ଟରେ ଟିମ୍‌ ଇଣ୍ଡିଆ ଅଲ୍‌ଆଉଟ୍‌ । ୪୩୬ ରନ୍‌ରେ ଟିମ୍‌ ଇଣ୍ଡିଆ ନିଜର ସମସ୍ତ ଓ୍ୱିକେଟ୍‌ ହରାଇଛି । ଯାହାଫଳରେ ପ୍ରଥମ ଇନିଂସରେ ଭାରତୀୟ ଟିମ୍‌ ଇଂଲଣ୍ଡ ଠାରୁ ୧୯୦ରନ୍‌ରେ ଆଗୁଆ ରହିଛି । ଭାରତ ପକ୍ଷରୁ ରବିନ୍ଦ୍ର ଜାଡେଜା ସର୍ବାଧିକ ୮୭ ରନ୍‌ କରିଛନ୍ତି । ସେପଟେ ଇଂଲଣ୍ଡ ପକ୍ଷରୁ ବୋଲିଂରେ ଜୋ ରୁଟ୍‌ ସର୍ବାଧିକ ୪ଟି ଓ୍ୱିକେଟ୍‌ ନେଇଛନ୍ତି ।

ଖବର ଅନୁଯାୟୀ, ପ୍ରଥମ ଟେଷ୍ଟ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ହେଲେ ଟିମ୍‌ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା । ପୁରା ଟିମ୍‌ ମାତ୍ର ୨୪୬ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ଅଧିନାୟକ ବେନ୍‌ ଷ୍ଟୋକ୍ସ ସର୍ବାଧିକ ୭୦ ରନ୍‌ କରିଥିବା ବେଳେ ଆଉ କୌଣସି ବ୍ୟାଟସମ୍ୟାମନ୍‌ ଭଲ ସ୍କୋର କରିପାରିନଥିଲେ । ସେପଟେ ଭାରତୀୟ ପ୍ରଥମ ଇନିଂସ ବୋଲିଂରେ ଅଶ୍ୱିନୀ-ଜାଡେଜା ୩ଟି ଲେଖାଏଁ ଓ୍ୱିକେଟ୍‌ ନେଇଥିବା ବେଳେ ଅକ୍ଷର-ବୁମ୍‌ରାହ ୨ଟି ଲେଖାଏଁ ଓ୍ୱିକେଟ୍‌ ନେଇଥିଲେ ।

ତେବେ ପ୍ରଥମ ଇନିଂସ ଭାରତ ବ୍ୟାଟିଂ କରି ୪୩୬ ରନ୍‌ କରିବାରେ ସକ୍ଷମ ହୋଇଛି । ଦଳ ପକ୍ଷରୁ ରବିନ୍ଦ୍ର ଜାଡେଜା ସର୍ବାଧିକ ୮୭ ରନ୍‌ କରିଥିବା ବେଳେ କେଏଲ୍‌ ରାହୁଲ ୮୬ ରନ୍‌ ଏବଂ ଜଶସ୍ୱୀ ଜୈସ୍ୱାଲ୍‌ ୮୦ ରନ୍‌ କରିଛନ୍ତି । ବାକି ଆଉ ଶିକର ଭରତ ୪୧ ଏବଂ ଅକ୍ଷର ପଟେଲ ୪୪ ରନ୍‌ ବଳରେ ଟିମ୍‌ ଇଣ୍ଡିଆ ଏହି ବିଶାଳ ସ୍କୋର ଛିଡା କରିବାରେ ସକ୍ଷମ ହୋଇଥିଲା । ୨ୟ ଇନିଂସରେ ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍‌ ସର୍ବାଧିକ ୪ଟି ଓ୍ୱିକେଟ୍‌ ନେଇଛନ୍ତି ।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button