ଖେଳ

ଗମ୍ଭୀରଙ୍କ ପରେ କେକେଆରର ନୂଆ ମେଣ୍ଟର ହେଲେ ଏହି ବିଦେଶୀ ଖେଳାଳି

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ର ଷ୍ଟାର ଅଲରାଉଣ୍ଡର ଡୱେନ ବ୍ରାଭୋ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାଭୋ ୨୦୨୧ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ବର୍ତ୍ତମାନ ସେ ଟି-୨୦ ଫର୍ମାଟରୁ ମଧ୍ୟ ଅବସର ନେଇଛନ୍ତି | କିନ୍ତୁ ଅବସର ପରେ ପରେ ତାଙ୍କୁ ଏକ ବଡ଼ ଦାୟିତ୍ବ ମିଳିଛି। କ୍ରିକେଟ୍ ପଡ଼ିଆରେ ନଖେଳିଲେ ବି ସେ କ୍ରିକେଟରଙ୍କ ମେଣ୍ଟର ଭାବେ ଦାୟିତ୍ବ ତୁଲାଇବେ ବୋଲି ଜଣାଯାଇଛି।

ଏବେ ସେ କୋଚିଂ ଦୁନିଆରେ ପ୍ରବେଶ କରିବା ସହ ଆଇପିଏଲ୍ ଦଳ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ର ମେଣ୍ଟର ଭାବରେ ନୂତନ ଇନିଂସ ଆରମ୍ଭ କରିବେ।

କୋଲକାତା ନାଇଟ୍ ରାଇଡର୍ସର ସୋସିଆଲ୍ ମିଡିଆ ପେଜରେ ଏହି ଘୋଷଣା କରାଯାଇଛି। କ୍ୟାପସନରେ ଲେଖାଯାଇଛି ଯେ, “ଆମର ନୂତନ ମେଣ୍ଟର ଡିଜେ ‘ସାର୍ ଚାମ୍ପିଅନ୍’ ଙ୍କୁ ସ୍ୱାଗତ କରନ୍ତୁ, ଚାମ୍ପିଅନ୍ସଙ୍କ ସହରକୁ ଆପଣଙ୍କୁ ସ୍ୱାଗତ!”

 

 

ଏହା ପୂର୍ବରୁ ଗୌତମ ଗମ୍ଭୀର କୋଲକାତା ନାଇଟ୍ ରାଇଡର୍ସର ମେଣ୍ଟର ଥିଲେ, ଯାହାଙ୍କ ନେତୃତ୍ୱରେ କୋଲକାତା ନାଇଟ୍ ରାଇଡର୍ସ ୧୦ବର୍ଷ ପରେ ଆଇପିଏଲ୍ ୨୦୨୪ର ଟ୍ରଫି ଜିତିବାରେ ସଫଳ ହୋଇଥିଲା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button