ରାଜ୍ୟ

ବାତ୍ୟାର ମୁକାବିଲା ଲାଗି ଅଧିକ ଏନଡିଆରଏଫ ଟିମ୍ ମାଗିଲେ ରାଜ୍ୟ ସରକାର

ଭୁବନେଶ୍ବର: ବାତ୍ୟାର ମୁକାବିଲା ଲାଗି ଅଧିକ ଏନଡିଆରଏଫ ଟିମ୍ ମାଗିଲେ ରାଜ୍ୟ ସରକାର। ଅତିରିକ୍ତ ୧୦ ଏନଡିଆରଏଫ ଟିମ ପଠାଇବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର। ଟିମ୍ ମୁତୟନ ଆଇନଶୃଙ୍ଖଳା ଏଡ଼ିଜିଙ୍କୁ ଚିଠି ଲେଖି ଅଵଗତ କରିଛନ୍ତି ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନର ପଦ୍ମନାଭ ବେହେରା। ରାଜ୍ୟରେ ବାତ୍ୟା ‘ଦାନା’ ର କୁକାବିଲା ଲାଗି ରାଜ୍ୟ ବାହାରେ ଏନଡିଆରଏଫ ଟିମ୍ ମୁତୟନ କରିବାକୁ ବି ନିବେଦନ କରାଯାଇଛି।

ଏଣେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ବାତ୍ୟା ‘ଦାନା’ର ମୁକାବିଲା ଲାଗି ୧୦ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ନିୟୋଜିତ ହେବେ ୧୭ ଓଡ୍ରାଫ ଟିମ। ଏଥି ମଧ୍ୟରୁ ଗଞ୍ଜାମରେ ୧ ଟିମ, ପୁରୀରେ୨ ଟିମ, ଜଗତସିଂହପୁରରେ ୨ ଟିମ, କେନ୍ଦ୍ରାପଡ଼ାରେ ୨ ଟିମ, କଟକରେ ୧ ଟିମ, ଖୋର୍ଦ୍ଧାରେ ୨ ଟିମ, ଯାଜପୁରରେ ୧ ଟିମ, ଭଦ୍ରକରେ ୨ ଟିମ, ବାଲେଶ୍ଵରରେ ୨ ଟିମ ଓ ମୟୁରଭଞ୍ଜରେ ୨ଟିମ ହେବେ ନିୟୋଜିତ ହୋଇଛନ୍ତି। ଏହାଛଡ଼ା କଟକର ଓଏସଏପି ବାଟାଲିଅନର ଟିମ୍ ମଧ୍ୟ ନିୟୋଜିତ ହେବେ। ତେଣେ ୩ ଓଡ୍ରାଫ ଟିମ ରିଜର୍ଭ ରଖିବା ଲାଗି ବି ନିର୍ଦେଶ ଦିଆଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button