ରାଜ୍ୟ

ଆଜି ଠାରୁ +୨ର ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ

ଭୁବନେଶ୍ୱର: ମଙ୍ଗଳବାରଠାରୁ ଆରମ୍ଭ ହେବ +୨ର ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ । ପୂର୍ବରୁ ଦୁଇଟି ପର୍ଯ୍ୟାୟରେ +୨ ନାମଲେଖା ସରିଥିବାବେଳେ ଖାଲି ଥିବା ସିଟ ଗୁଡିକ ପାଇଁ ମଙ୍ଗଳବାରଠାରୁ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ ଆବେଦନ। ଆଶାୟୀ ଛାତ୍ରଛାତ୍ରୀ ମାନେ ୨୭ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ନଭେମ୍ୱର ୧ ତାରିଖରେ ମେଧା ତାଲିକା ସମେତ ୱେଟିଂ ତାଲିକା ପ୍ରକାଶ ପାଇବ । ଖାଲିଥିବା ସିଟ୍‌ ସଂଖ୍ୟାର ୧୦ଗୁଣ ଛାତ୍ରଛାତ୍ରୀ ୱେଟିଂ ତାଲିକାରେ ସ୍ଥାନ ପାଇବେ।

ସେହିପରି ୨ ରୁ ୫ ତାରିଖ ପର୍ଯ୍ୟନ୍ତ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ନାମ ଲେଖାଇ ପାରିବେ। ଏହାପରେ ୱେଟିଂ ତାଲିକାରେ ଥିବା ଛାତ୍ରଛାତ୍ରୀମାନେ ୭ ଓ ୮ ତାରିଖ ଅପରାହ୍‌ଣ ୩ଟା ପର୍ଯ୍ୟନ୍ତ ପଞ୍ଜୀକରଣ କରିବା ପରେ ସେହିଦିନ ୪ଟା ୩୦ରେ ଚୂଡ଼ାନ୍ତ ୱେଟିଂ ଲିଷ୍ଟ ପ୍ରକାଶ ପାଇବ। ୧୧ରୁ ୧୩ ତାରିଖ ମଧ୍ୟରେ ନାମଲେଖା ଶେଷ ହେବ। ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମ ଦୁଇଟି ପର୍ଯ୍ୟାୟରେ ନାମ ଲେଖାଇ ନାହାନ୍ତି ବା ଆବେଦନ କରିନାହାନ୍ତି, ସେମାନେ ଆବେଦନ କରିପାରି ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button