IBN ଓଡ଼ିଶା ବ୍ୟୁରୋ

ମୃଦୁ ଭୂକମ୍ପରେ ଥରିଲା ମହାରାଷ୍ଟ୍ର, ରିକ୍ଟର ସ୍କେଲରେ ତୀବ୍ରତା ୩.୮

ମୁମ୍ବାଇ: ମୃଦୁ ଭୂମିକମ୍ପରେ ଥରିଲା ମହାରାଷ୍ଟ୍ର । ସକାଳୁ ସକାଳ ମହାରାଷ୍ଟ୍ରରେ ଭୂମିକମ୍ପ ଝଟକା । ମହାରାଷ୍ଟ୍ରର ନାନ୍ଦେଡ଼ ଜିଲ୍ଲାରେ ମଙ୍ଗଳବାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ନାନ୍ଦେଡ଼ର ଉତ୍ତର ସହର, ହଦଗାଁ ଏବଂ ଅର୍ଧାପୁର ତାଲୁକାର କିଛି ଭାଗରେ ଭୂମିକମ୍ପ ଝଟକା ଅନୁଭବ କରାଯାଇଛି । ସକାଳ ୬ଟା ୫୨ ମିନିଟରେ ଭୂମିକମ୍ପ ଆସିଥିଲା ।

ଯଦିଓ ଏହାର ତୀବ୍ରତା କମ୍ ଥିଲା । ତେଣୁ କୌଣସି ବି ପ୍ରକାର କ୍ଷୟକ୍ଷତି ଘଟିନାହିଁ ।

ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୮ ମପାଯାଇଛି । ଏହାର କେନ୍ଦ୍ରସ୍ଥଳ ନାନ୍ଦେଡ଼ ସହରଠାରୁ ୨୯ କିଲୋମିଟର ଉତ୍ତର-ପୂର୍ବରେ ହଦଗାଁ ତାଲୁକାର ସାୱରଗାଁ ଗ୍ରାମରେ ଥିଲା । ତେବେ ଏହି ଝଟକାରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ରର ଅଧିକାରୀ କିଶୋର କୁରହେ କହିଛନ୍ତି

Related Articles

Leave a Reply

Your email address will not be published. Required fields are marked *

Back to top button