IBN ଓଡ଼ିଶା ବ୍ୟୁରୋ

ପଞ୍ଚମ ଜାତୀୟ ଜଳ ପୁରସ୍କାର ଆଜି ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀ ଠାରେ ପଞ୍ଚମ ଜାତୀୟ ଜଳ ପୁରସ୍କାର ୨୦୨୩ ପ୍ରଦାନ କରିବେ । ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏଥିଲାଗି ୯ଟି ବର୍ଗରେ ୩୮ ଜଣ ବିଜେତାଙ୍କ ନାମ ଘୋଷଣା କରାଯାଇଛି । ସେଥିମଧ୍ୟରେ ସର୍ବଶ୍ରେଷ୍ଠ ରାଜ୍ୟ, ଜିଲ୍ଲା, ଗ୍ରାମପଞ୍ଚାୟତ, ସହରାଞ୍ଚଳ ପୌରପରିଷଦ ଓ ସର୍ବଶ୍ରେଷ୍ଠ ଜଳ ବ୍ୟବହାରକାରୀ ସଂଘ ଆଦି ଅନ୍ତର୍ଭୁକ୍ତ ।

ସର୍ବଶ୍ରେଷ୍ଠ ରାଜ୍ୟ ବର୍ଗରେ ଓଡ଼ିଶା ପ୍ରଥମ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଉତ୍ତରପ୍ରଦେଶ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନଟି ଗୁଜରାଟ ଓ ପୁଡୁଚେରୀ ଯୁଗ୍ମ ଭାବେ ହାସଲ କରିଛନ୍ତି । ଏହି ବିଜେତାମାନଙ୍କୁ ଟ୍ରଫି, ନଗଦ ଅର୍ଥ ଏବଂ ମାନପତ୍ର ପ୍ରଦାନ କରାଯିବ । ମନ୍ତ୍ରଣାଳୟ କହିଛି, ଜାତୀୟ ସ୍ତରରେ ଜଳ ପରିଚାଳନା ଓ ସଂରକ୍ଷଣ ଦିଗରେ ଏକ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସରକାର ଏକ ସମନ୍ୱିତ ଅଭିଯାନ ଆରମ୍ଭ କରିଛନ୍ତି ।

ଏକ ଜଳ ସମୃଦ୍ଧ ଭାରତ ବିଜନ ହାସଲ କରିବା ଦିଗରେ ଦେଶ ବ୍ୟାପି ପ୍ରୟାସ ଜାରି ରଖିଥିବା ବ୍ୟକ୍ତିବିଶେଷ ବା ସଂସ୍ଥା ଗୁଡ଼ିକର କାର୍ଯ୍ୟ ଉପରେ ସମୀକ୍ଷା କରାଯାଇ ଏହି ଜାତୀୟ ଜଳ ପୁରସ୍କାର ପ୍ରଦାନ କରାଯାଇଥାଏ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button