IBN ଓଡ଼ିଶା ବ୍ୟୁରୋ

ଆପଣଙ୍କ ହାତ ପାପୁଲିରେ ଅଛି କି ‘M’ ଚିହ୍ନ, ଜାଣନ୍ତୁ ଭୟଙ୍କର ଅର୍ଥ

ନମସ୍କାର ବନ୍ଧୁଗଣ ତେବେ ଜ୍ୟୋତିଷ ଶାସ୍ତ୍ର ମତରେ ଆମର ହାତ ରେଖା ସହିତ ଆମର ଭାଗ୍ୟ ଯୋଡ଼ି ହୋଇ ରହିଛି । ଏହି ହାତ ରେଖା ମଧ୍ୟରେ ଅନେକ ରହସ୍ୟ ଲୁଚି ରହିଥାଏ, ଯାହା ଆମେ ଜାଣି ପାରୁ ନଥାଉ । କିନ୍ତୁ ସେହି ହାତ ରେଖା ଆମ ଜୀବନରେ ଖୁବ୍ ପ୍ରଭାବ ପକାଏ । ସେଗୁଡିକର ମହତ୍ଵ ଖୁବ ଅଧିକ ରହିଥାଏ । କିଛି ହାତ ରେଖାର ସଂଯୋଗ ଆମକୁ କୌଣସି ଅକ୍ଷର ପରି ଦେଖାଯାଏ । ଅନେକ ଲୋକଙ୍କ ହାତରେ ହୃଦୟ ରେଖା, ଜୀବନ ରେଖା, ଭାଗ୍ୟ ରେଖା ଓ ମସ୍ତିଷ୍କ ରେଖା ମିଶି ଇଂରାଜୀ ଅକ୍ଷର ଏମ ଭଳି ଏକ ଚିହ୍ନ ତିଆରି କରିଥାନ୍ତି ।

ଯଦି ଆପଣଙ୍କ ହାତରେ ମଧ୍ୟ ଏହିଭଳି ଚିହ୍ନ ରହିଛି ତେବେ ଆଜି ଆମେ ଆପଣଙ୍କୁ ଏହି ଏମ ଅକ୍ଷରର କିଛି ଲୁଚି ରହିଥିବା ରହସ୍ୟ ବିଷୟରେ ଜାଣିବା ତେବେ ଆସନ୍ତୁ ଜାଣିନେବା ସେହି ବିଷୟରେ । ତେବେ ଯେଉଁ ବ୍ୟକ୍ତି ମାନଙ୍କ ହାତ ରେଖାରେ ଏହି ଏମ ଚିହ୍ନ ରହିଥାଏ, ସେମାନେ ଅତ୍ୟନ୍ତ ବୁଦ୍ଧିମାନ ହୋଇଥାନ୍ତି । ବାଣିଜ୍ୟ କ୍ଷେତ୍ରରେ ଏମାନେ ଖୁବ୍ ଭଲ ପ୍ରଦର୍ଶନ କରିଥାନ୍ତି ।

ଏମାନେ ଏମାନଙ୍କର ଆସୁଥିବା ସବୁ ସମସ୍ୟା ଗୁଡିକ ଅତି ଚତୁରତାର ସହିତ ସମାଧାନ କରିଥାନ୍ତି । ତେବେ ଯଦି ଆପଣ ଭଲ ପାଉଥିବା ଜୀବନ ସାଥୀଙ୍କ ହାତରେ ଏହି ଚିହ୍ନ ରହିଛି ତେବେ ଆପଣ କେବେ ତାଙ୍କୁ ମିଛ କହିପାରିବେ ନାହିଁ । କାରଣ ଏଭଳି ଲୋକମାନେ ଯେକୌଣସି ମିଛକୁ ସହଜରେ ଧରି ନିଅନ୍ତି । ଏମାନେ ନିଜ ଜୀବନସାଥିର ମନରେ କଣ ଚାଲିଛି ସହଜରେ ଜାଣି ପାରିଥାନ୍ତି ।

ଉଭୟ ସ୍ବାମୀ ସ୍ତ୍ରୀଙ୍କ ହାତରେ ଏହି ରେଖା ରହିଥାଏ ତେବେ ସେମାନଙ୍କ ବୈବାହିକ ଜୀବନ ସୁଖମୟ ରହିଥାଏ । ଏମାନେ ନିଜ ଜୀବନସାଥୀକୁ ନେଇ ବହୁତ ଗର୍ବ ଅନୁଭବ କରିବା ସହିତ ଖୁବ୍ ଭାଗ୍ୟଶାଳୀ ହୋଇଥାନ୍ତି । ତେବେ ଯେଉଁ ବ୍ୟକ୍ତି ମାନଙ୍କ ହାତ ରେଖାରେ ଏହି ଚିହ୍ନ ରହିଥାଏ ସେମାନେ ଖୁବ୍ ଧର୍ମ ପରାୟଣ ହୋଇଥାନ୍ତି । ଭଗବାନଙ୍କ ଉପରେ ବହୁତ ବିଶ୍ଵାସ ରଖିଥାନ୍ତି । ଏମାନଙ୍କର ପ୍ରାର୍ଥନା ଭଗବାନ ଖୁବ ଶୀଘ୍ର ଶୁଣିଥାନ୍ତି । ଏମାନଙ୍କର ସବୁ ମନସ୍କାମନା ଭଗବାନ ପୂର୍ଣ୍ଣ କରିଥାନ୍ତି । ଏହି ରେଖା ରହିଥାଏ ବ୍ୟକ୍ତି ମାନଙ୍କ ସହ ମିତ୍ରତା ସ୍ଥାପନ କରିବା ଅତ୍ୟନ୍ତ ମଙ୍ଗଳମୟ ହୋଇଥାଏ ।

ଏମାନେ ନିଜ ମିତ୍ରର ସମସ୍ତ ଅସୁବିଧାରେ ସାଥ ଦେଇଥାନ୍ତି । ଯଦି ଆପଣଙ୍କ ପ୍ରେମୀ ବା ପ୍ରେମିକା, ସ୍ଵାମୀ ବା ସ୍ତ୍ରୀ, କାହାର ହାତରେ ଏହି ଚିହ୍ନ ରହିଥିଲେ, ଏମାନଙ୍କର ଭାଗ୍ୟ ପରିବର୍ତ୍ତନ ହୋଇଯିବ । ଏହା ସହ ଯଦି ଆପଣ ଡାହାଣ ହାତରେ ସମସ୍ତ କାର୍ଯ୍ୟ କରୁଛନ୍ତି ତେବେ ବାମ ହାତରେ ଏହି ଚିହ୍ନ ରହିଛି ଓ ଆପଣ ଯଦି ବାମ ହାତରେ ସମସ୍ତ କାମ କରୁଛନ୍ତି ଆଉ ଡାହାଣ ହାତରେ ଚିହ୍ନ ରହିଛି ତେବେ ଏହା ଖୁବ୍ ଉତ୍ତମ ଫଳ ଦେଇଥାଏ । ଯଦି ଆପଣଙ୍କର ଦୁଇଟି ଯାକ ହାତରେ ଏହି ଚିହ୍ନ ରହିଥାଏ, ତେବେ ଆପଣ ସବୁଠୁ ଅଧିକ ଭାଗ୍ୟଶାଳୀ ବ୍ୟକ୍ତି ଅଟନ୍ତି । ଏମାନଙ୍କର କେବେ ଆର୍ଥିକ ପରିସ୍ଥିତି ସଙ୍କଟପନ୍ନ ହୁଏ ନାହିଁ । ଏମାନେ ଖୁବ୍ ଭାଗ୍ୟଶାଳୀ ହୋଇଥାନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ !

Related Articles

Leave a Reply

Your email address will not be published. Required fields are marked *

Back to top button