ବିବାହର ୯ ବର୍ଷ ପରେ ମା’ ହେଲେ ‘ମଧୁବାଲା’ ଫେମ୍ ଦ୍ରଷ୍ଟୀ ଧାମି, ଜନ୍ମ ଦେଲେ ଶିଶୁ କନ୍ୟା

ବିବାହର ୯ ବର୍ଷ ପରେ ମା’ ହେଲେ ‘ମଧୁବାଲା’ ଫେମ୍ ଦ୍ରଷ୍ଟୀ ଧାମି । ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଦ୍ରଷ୍ଟୀ ଧାମି ଗତ କିଛି ଦିନ ହେବ ତାଙ୍କ ପ୍ରେଗ୍ନେନ୍ସିକୁ ନେଇ ବେଶ ଚର୍ଚ୍ଚାରେ ଥିଲେ । ଗୋଟିଏ ଦିନ ପୂର୍ବରୁ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ ଯେ ପ୍ରେଗ୍ନେନ୍ସିର ୪୧ ସପ୍ତାହ ବିତିଯାଇଛି ଏବଂ ଏପର୍ଯ୍ୟନ୍ତ ସେ ମା’ ହୋଇପାରିନାହାନ୍ତି ।
କିନ୍ତୁ ବର୍ତ୍ତମାନ ଦ୍ରଷ୍ଟୀଙ୍କ ବିଷୟରେ ଏକ ଖୁସି ଖବର ଆସିଛି, କାରଣ ଦୀର୍ଘ ସମୟ ଅପେକ୍ଷା କରିବା ପରେ ଲୋକପ୍ରିୟ ଟିଭି ଅଭିନେତ୍ରୀ ଏକ ସନ୍ତାନ ଜନ୍ମ ଦେଇଛନ୍ତି ଏବଂ ମା’ ହେବାର ସୌଭାଗ୍ୟ ପାଇଛନ୍ତି ।
ଶିଶୁର ଜନ୍ମ ସମ୍ପର୍କରେ ଦ୍ରଷ୍ଟୀ ଧାମି ସୋସିଆଲ ମିଡିଆରେ ଏକ ନୂତନ ଅଫିସିଆଲ ପୋଷ୍ଟ ସେୟାର କରିଛନ୍ତି । ତେବେ ଆସନ୍ତୁ ଜାଣିବା ଦ୍ରଷ୍ଟୀଙ୍କର ପୁଅ ହୋଇଛି କି ଝିଅ? ଛୋଟ ପରଦାର ଫେମସ୍ ଅଭିନେତା ଭିଭିଆନ୍ ଡେସେନଙ୍କ ସହ ଟିଭି ସିରିଏଲ୍ ‘ମାଧୁବାଲା’ରେ ଫ୍ୟାନ୍ସଙ୍କ ହୃଦୟରେ ନିଜର ବିଶେଷ ସ୍ଥାନ ସୃଷ୍ଟି କରିଥିବା ଦ୍ରଷ୍ଟୀ ଧାମି ତାଙ୍କ ପ୍ରେଗ୍ନେନ୍ସିକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚାର ବିଷୟ ପାଲଟିଥିଲେ । ବର୍ତ୍ତମାନ ଅଭିନେତ୍ରୀ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଘୋଷଣା କରିଛନ୍ତି ଯେ ସେ ମା’ ହୋଇଛନ୍ତି ଏବଂ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ।
ଦ୍ରଷ୍ଟୀଙ୍କ ଏହି ଘୋଷଣା ପରେ ସୋସିଆଲ ମିଡିଆରେ ଅନେକ ସେଲିବ୍ରେଟି ଏବଂ ଫ୍ୟାନ୍ସ ଅଭିନେତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ନିଜ ପୋଷ୍ଟରେ ଶିଶୁ କନ୍ୟାର ଜନ୍ମ ତାରିଖ ସମେତ ଏକ ମୋସନ ଭିଡିଓ ସେୟାର କରିଛନ୍ତି । କ୍ୟାପସନରେ ଦ୍ରଷ୍ଟୀ ଧାମି ଲେଖିଛନ୍ତି- ‘SHE IS HERE 22-10-24′ । ଏହିପରି ଅଭିନେତ୍ରୀ ମା’ ହେବାର ଖୁସି ବ୍ୟକ୍ତ କରିଛନ୍ତି । କହିରଖୁଛୁ, ମଧୁବାଲା ବ୍ୟତୀତ ସେ ଅନେକ ଲୋକପ୍ରିୟ ଟିଭି ସିରିଏଲରେ ଅଭିନୟ କରିଛନ୍ତି ।
‘ମଧୁବାଲା ଏକ୍ ଇଶ୍କ୍ ଏକ୍ ଜୁନୁନ୍’, ‘ଏକ୍ ରାଜା ଏକ୍ ଥି ରାନୀ’, ‘ଗୀତ୍ ହୁଇ ସବସେ ପରାଇ’ ଏବଂ ‘ସିଲସିଲା ବଦଲତେ ରିସ୍ତୋଁ କି’ ଭଳି ଟିଭି ଶୋ’ରେ ଦ୍ରଷ୍ଟୀ ତାଙ୍କ ଭୂମିକା ପାଇଁ ବେଶ ଲୋକପ୍ରିୟ । ଏହା ବ୍ୟତୀତ ସେ ବଲିଉଡ ଅଭିନେତା ଗୁଲଶନ ଦବେୟାଙ୍କ ୱେବ୍ ସିରିଜ୍ ‘ଦୁରଙ୍ଗା’ରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ସୂଚନାଯୋଗ୍ୟ, ଜଣେ ସଫଳ ଅଭିନେତ୍ରୀ ଭାବରେ ଦ୍ରଷ୍ଟୀ ଧାମି ୨୦୧୫ ମସିହାରେ ନୀରଜ ଖେମକାଙ୍କୁ ବିବାହ କରିଥିଲେ । ଏଭଳି ପରିସ୍ଥିତିରେ, ବିବାହର ୯ ବର୍ଷ ପରେ ପ୍ରଥମ ଥର ପାଇଁ ଏହି ଦମ୍ପତି ସେମାନଙ୍କର ପ୍ରଥମ ସନ୍ତାନର ପିତାମାତା ହୋଇଛନ୍ତି । ବର୍ତ୍ତମାନ, ଏହି ମୁହୂର୍ତ୍ତ ଉଭୟଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର, କାରଣ ଜୀ