IBN ଓଡ଼ିଶା ବ୍ୟୁରୋ

ଷୋଡ଼ଶ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ, ୫ ବର୍ଷ ପରେ ମୋଦି-ଜିନ୍‌ପିଙ୍ଗ ଭେଟ

ସ୍କୋ: ରୁଷ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଷୋଡ଼ଶ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପାଇଁ ସେ ରୁଷର କଜାନ ସହରରେ ଅଛନ୍ତି। ୟୁକ୍ରେନ-ରୁଷ୍‌ ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ଦିଗରେ ଭାରତ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କହିଛନ୍ତି।

 

ହି ଅବସରରେ ଆଜି ମୋଦି ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କୁ ଭେଟିବେ। ଦୀର୍ଘ ୫ ବର୍ଷ ପରେ ଉଭୟ ଶୀର୍ଷ ନେତାଙ୍କ ଆଜି ହେବ ଭେଟ୍‌ଘାଟ। ଆଜି ରୁଷର କାଜାନ ସହରରେ ଏକ ଐତିହାସିକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଯାହା ଉପରେ ଆମେରିକା ସମେତ ସମଗ୍ର ବିଶ୍ୱର ନଜର ରହିଛି। ଏହି ବୈଠକରେ ଏସିଆର ଦୁଇ ଅଗ୍ରଣୀ ଦେଶର ପ୍ରମୁଖ ୫ ବର୍ଷ ପରେ ଗୋଟିଏ ଟେବୁଲରେ ବସି ଔପଚାରିକ ଆଲୋଚନା କରିବାକୁ ଯାଉଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ। ସମଗ୍ର ବିଶ୍ୱରେ ଚାଲିଥିବା ଅଶାନ୍ତି ଏବଂ ବିଭିନ୍ନ ଦେଶରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଏହି ବୈଠକ ବେଶ୍‌ ଗୁରୁତ୍ୱପୂର୍ଣ୍ଣ।

ଅନ୍ୟପଟେ ମଙ୍ଗଳବାର ପୁଟିନଙ୍କ ସହିତ ମୋଦି ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି। ପୁଟିନଙ୍କୁ ମୋଦି କହିଛନ୍ତି ଯେ ରୁଷ୍-ୟୁକ୍ରେନ ଯୁଦ୍ଧକୁ ନେଇ ସେ ତାଙ୍କ ସହିତ ନିୟମିତ ଯୋଗାଯୋଗରେ ରହିଛନ୍ତି। ଏହି ଯୁଦ୍ଧର ଯଥାଶୀଘ୍ର ଅନ୍ତ ଘଟାଇ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ଭାରତ ପୂର୍ଣ୍ଣ ସମର୍ଥନ କରିବ। ଭାରତର ସମସ୍ତ ଉଦ୍ୟମ ମାନବବାଦକୁ ଗୁରୁତ୍ବ ଦିଏ। ଭାରତ ବିଶ୍ବାସ କରେ ଯେ ପ୍ରତ୍ୟେକ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ କରାଯାଇପାରିବ। ରୁଷ୍-ୟୁକ୍ରେନ ଯୁଦ୍ଧକୁ ଦୁଇବର୍ଷ ଅତିକ୍ରାନ୍ତ ହୋଇସାରିଥିବାବେଳେ ଦୁଇ ଦେଶ ମଧ୍ୟରେ ବିବାଦର ସମାଧାନ ହୋଇପାରୁ ନାହିଁ। ତେଣୁ ଯୁଦ୍ଧ ପରିବର୍ତ୍ତେ କୂଟନୈତିକ ଆଲୋଚନା ଦ୍ବାରା ବିବାଦର ସମାଧାନ ପାଇଁ ଉଭୟ ଦେଶ ଆଗେଇ ଆସିବା ଦରକାର ବୋଲି ମୋଦି କହିଛନ୍ତି।

୨୦୧୯ ରେ ବ୍ରାଜିଲରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀରେ ଜିନପିଙ୍ଗ ଏବଂ ପିଏମ ମୋଦି ପରସ୍ପରର ମୁହାଁମୁହିଁ ହୋଇଥିଲେ। ବର୍ତ୍ତମାନ ୨୦୨୪ରେ ବ୍ରିକ୍ସ ଶିଖର ସମ୍ମିଳନୀରେ ଉଭୟ ନେତା ପୁନର୍ବାର ସାକ୍ଷାତ କରିବାକୁ ଯାଉଛନ୍ତି। ପୂର୍ବ ଲଦାଖରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ ପାଟ୍ରୋଲିଂ ସମ୍ପର୍କରେ ଭାରତ ଏବଂ ଚୀନ୍ ମଧ୍ୟରେ ଚୁକ୍ତି ହେବା ପରେ ଦୁଇ ଦେଶ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହେଉଛି। ଗତ କିଛି ବର୍ଷ ଧରି ପୂର୍ବ ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ସାମରିକ ବିବାଦ ବର୍ତ୍ତମାନ ଧୀରେ ଧୀରେ ଶାନ୍ତ ହେବାରେ ଲାଗିଛି। ଚୀନ୍ ସ୍ପଷ୍ଟ କରିଛି ଯେ ପୂର୍ବ ଲଦାଖରେ ଦୁଇ ସେନା ମଧ୍ୟରେ ଚାଲିଥିବା ବିବାଦକୁ ଶେଷ କରିବା ପାଇଁ ଭାରତ ସହ ଏକ ଚୁକ୍ତି ହୋଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button