IBN ଓଡ଼ିଶା ବ୍ୟୁରୋ

ୱକଫ୍ ବିଲ୍‌କୁ ନେଇ ଅଧ୍ୟକ୍ଷଙ୍କୁ ଭଙ୍ଗା କାଚ ବୋତଲ ପିଙ୍ଗିବା ଘଟଣା: ଟିଏମସି ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ୱବକଫ୍‌ (ସଂଶୋଧନ) ବିଲ୍‌ ଉପରେ ଆଲୋଚନା ପାଇଁ ମଙ୍ଗଳବାର ସଂସଦୀୟ କମିଟି ବୈଠକ ବସିଥିବା ବେଳେ ହୋଇଥିଲା ହଙ୍ଗାମା। ମୁହାଁମୁହିଁ ହୋଇଥିଲେ ବିଜେପି ଓ ଟିଏମ୍‌ସି। ଏହି ବୈଠକରେ ଟିଏମ୍‌ସି ସାଂସଦ କଲ୍ୟାଣ ବାନାର୍ଜୀ ରାଗିଯାଇ ଏକ କାଚ ବୋତଲ ଭାଙ୍ଗି ଅଧ୍ୟକ୍ଷଙ୍କ ଉପରକୁ ଫିଙ୍ଗିବା ବେଳେ ନିଜେ ଆହତ ହୋଇଛନ୍ତି। ଏହି ଆକ୍ରମଣରୁ କମିଟି ଅଧ୍ୟକ୍ଷ ଜଗଦମ୍ବିକା ପାଲ୍‌ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଏଭଳି ବ୍ୟବହାର ପାଇଁ କଲ୍ୟାଣଙ୍କୁ ସଂସଦୀୟ କମିଟିରୁ ଦିନକ ପାଇଁ ନିଲମ୍ବନ କରାଯାଇଛି।

ତାଙ୍କର ଏଭଳି କାର୍ଯ୍ୟକୁ ବିଜେପିର ବରିଷ୍ଠ ସାଂସଦ ଜଗଦମ୍ବିକା ନିନ୍ଦା କରିଛନ୍ତି। ଏହା ଅଭୂତପୂର୍ବ ଏବଂ ସବୁ ସୀମା ଟପିଯାଇଥିବା ଜଗଦମ୍ବିକା କହିଛନ୍ତି। ସାଂସଦମାନେ ସ୍ବାଧିକାର ଉପଭୋଗ କରିବା ଅର୍ଥ ନୁହେଁ, ଜଣେ ରିଭଲଭର ଧରି ଆସିବ ବୋଲି ବିଜେପି ସାଂସଦ କହିଛନ୍ତି। ବୈଠକରେ କଲ୍ୟାଣ ଏବଂ ବିଜେପି ସାଂସଦ ତଥା କୋଲକାତା ହାଇକୋର୍ଟର ପୂର୍ବତନ ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଉଭୟ ସାଂସଦ ପରସ୍ପରକୁ ବଙ୍ଗଳା ଭାଷାରେ ଗାଳିଗୁଲଜ କରିଥିଲେ।

ଏହାକୁ ନେଇ କଲ୍ୟାଣ ବାନାର୍ଜୀ ଓ ଅଭିଜିତଙ୍କ ମଧ୍ୟରେ ତୁତୁମେଁମେଁ ଆରମ୍ଭ ହୋଇଯାଇଥିଲା। ଏହାରି ଭିତରେ ଟିଏମ୍‌ସି ସାଂସଦ ରାଗି ଯାଇ ପାଖରେ ଥିବା କାଚ ପାଣି ବୋତଲକୁ ଉଠାଇ ତଳେ କଚାଡି ଦେଇଥିଲେ। ଏଥିସହ ଚେୟାରମେନ୍‌ ଉପରକୁ ଫିଙ୍ଗିବାକୁ ଚେଷ୍ଟା କରିଥିଲେ। ଜଗଦମ୍ବିକା ଓ ଅନ୍ୟ ସଦସ୍ୟମାନେ ସେମାନଙ୍କୁ ବୁଝାଶୁଝା କରି ଶାନ୍ତ କରିବାକୁ ଉଦ୍ୟମ କରୁଥିବାବେଳେ କଲ୍ୟାଣ କାଚ ବୋତଲ ଭାଙ୍ଗି ତାଙ୍କ ଉପରକୁ ଫିଙ୍ଗିଥିଲେ। ଏହି ସମୟରେ କଲ୍ୟାଣଙ୍କ ଡାହାଣ ହାତର ଦୁଇଟି ଆଙ୍ଗୁଠିରେ କ୍ଷତ ସୃଷ୍ଟି ହୋଇଥିଲା। ଏହି ଘଟଣା ପରେ କିଛି ସମୟ ପାଇଁ ବୈଠକକୁ ସ୍ଥଗିତ ରଖାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button