ମନୋରଞ୍ଜନ

‘ଗଦର-୨’କୁ ନେଇ ସନ୍ତୁଷ୍ଟ ନାହାନ୍ତି ଅମିଷା ପଟେଲ୍‌, ଚାହୁଁଥି‌ଲେ ପରିବର୍ତ୍ତନ – Ibnodisha

[ad_1]

ମୁମ୍ବାଇ: ରିଲିଜ୍‌ ହେବା ପୂର୍ବରୁ ଚର୍ଚ୍ଚାରେ ରହିଥିଲା ଅମିଷା ପଟେଲ୍‌ଙ୍କ ଅଭିନୀତ ସିନେମା ‘ଗଦର-୨’। ମାତ୍ର ୮ ଦିନ ଭିତରେ ୩୦୦ କୋଟି ଟଙ୍କାର ବେପାର କରି ରେକର୍ଡ ସୃଷ୍ଟି କରି ସାରିଲାଣି ସନି ଦେଓଲଙ୍କର ଏହି ଫିଲ୍ମ। ଅମିଷାଙ୍କ ପାଇଁ ଏହି ଫିଲ୍ମଟି ବଡ଼ କମ୍‌ବ୍ୟାକ୍‌ ସାବ୍ୟସ୍ତ ହୋଇଥିବା ବେଳେ ମାତ୍ର ସେ ନିଜେ ଏହି ସିନେମାକୁ ନେଇ ଖୁସି ନାହାନ୍ତି।

ଅଭିନେତ୍ରୀଙ୍କର ଏକ ବୟାନ ପାଇଁ ଏପରି ଚର୍ଚ୍ଚା ହେଉଛି। ଇ-ଟାଇମ୍ସରେ ଏକ ସାକ୍ଷାତ୍‌କାର ବେଳେ ଯେତେବେଳେ ଅମିଷାଙ୍କୁ ପଚରାଗଲା କି ‘ଆପଣ ଏହି ସିନେମାର କିଛି ପରିବର୍ତ୍ତନ ଚାହାନ୍ତି କି?’ ଏହାର ଉତ୍ତରରେ ଅମିଶା ‘ହଁ’ କହିଥିଲେ।

ଅମିଷା ପୂର୍ବରୁ ଅଭି‌ଯୋଗ ଆଣିଥିଲେ ଯେ ନିର୍ଦ୍ଦେଶକ ଅନୀଲ୍ ଶର୍ମା ଆବଶ୍ୟକୀୟ ସୁବିଧା ପ୍ରଦାନ କରିନଥିଲେ। ଏପରିକି ସେ କନିଷ୍ଠ କଳାକାରମାନଙ୍କୁ ପାରିଶ୍ରମିକ ବି ଦେଇନାହାନ୍ତି ବୋଲି ଅଭିନେତ୍ରୀ କହିଥିଲେ।

ଯେତେବେଳେ ଅମିଷାଙ୍କୁ ଫିଲ୍ମର ପରିବର୍ତ୍ତନ ବିଷୟରେ ପଚରାଗଲା ତ ସେ ‘କାସ୍‌ ମୁଁ ଫିଲ୍ମର ଏଡିଟର୍‌ ହୋଇଥାନ୍ତି କି!’ ବୋଲି ଉତ୍ତର ଦେଇଥିଲେ। ସେ ଫିଲ୍ମଟି ରି-ଏଡିଟ୍‌ କରି କିଛି ଜିନିଷ କାଟିଥାନ୍ତେ ଓ କିଛି ଜିନିଷ ଯୋଡ଼ିଥାନ୍ତେ ବୋଲି ପ୍ରକାଶ କରିଛନ୍ତି।

ତେବେ ‘ଗଦର-୨’ ବକ୍ସ ଅଫିସ୍‌ରେ ବ୍ଲକ୍‌ବଷ୍ଟର୍‌ ପ୍ରମାଣିତ ହେବା ପରେ ଅମିଷାଙ୍କର ଏହି ବୟାନ ସାମ୍ନାକୁ ଆସିଛି। ତେବେ ସେ ‘ଗଦର-୨’ ରିଲିଜ୍‌ ପୂର୍ବରୁ ନିର୍ଦ୍ଦେଶକ ଓ ଫିଲ୍ମର ଅନ୍ୟ କିଛି ସଦସ୍ୟଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଥିଲେ। ହେଲେ ପରେ ସେ ପୁଣି ଚୁପ୍‌ ହୋଇଗଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button