ମନୁଷ୍ୟର ଏହି 4 ଟି ଜିନିଷ ପ୍ରତି ଭୋକ କେବେବି ପୁରା ହୋଇ ନଥାଏ

ଚାଣକ୍ୟ ନୀତି ଚାଣକ୍ୟ ଦ୍ଵାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ । ଯେଉଁଥିରେ ଜୀବନକୁ ସୁଖମୟ ଓ ସଫଳ କରିବା ପାଇଁ କିଛି ଉପଦେଶ ଦିଆ ଯାଇଛି । ଯେମିତି କି ସମସ୍ତେ ଜାଣିଛନ୍ତି କି ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ । ଯିଏ ନିଜର ନୀତି ଗୁଡିକ ଦ୍ଵାରା ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କୁ ରାଜା କରିଥିଲେ । ତାଙ୍କର ଏହି ନୀତିବାଣୀ ମନୁଷ୍ୟକୁ ସମାଜରେ ପ୍ରତିଷ୍ଠିତ ହେବା ପାଇଁ କିମ୍ବା ଅନ୍ୟ କୌଣସି କାମରେ ନିଶ୍ଚିତ ଦରକାର ହୋଇଥାଏ । ଆସନ୍ତୁ ଜାଣିବା ତାଙ୍କର କିଛି ନୀତି ଗୁଡିକ ବିଷୟରେ ।
ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି କି ମନୁଷ୍ୟର ଏହି ୪ଟି ଜିନିଷ ପ୍ରତି ଭୋକ କେବେ ବି ସମାପ୍ତ ହୁଏ ନାହିଁ । ସେ ଗୁଡିକ ହେଲା ଧନ, ଜୀବନ, ବାସନା, ଭୋକ । ଏହି ସମସ୍ତ ଜିନିଷ ଗୁଡିକ ତାକୁ ଯେତେ ମାତ୍ରାରେ ମିଳିଲେ ବି ତାହାର ଲାଳସା କେବେ ବି ପୁରା ହୁଏ ନାହିଁ ।

ଚାଣକ୍ୟ ଆଗକୁ କୁହନ୍ତି କି ଜୀବନରେ କେବେ ବି ଅସମୟ ଆସିପାରେ ସେଥିପାଇଁ ଏହିଭଳି ପରିସ୍ଥିତି ପାଇଁ କିଛି ଧନ ସଞ୍ଚିତ କରି ରଖିବା ଉଚିତ । ଯେତେବେଳେ ବି ମନୁଷ୍ୟର ଖରାପ ସମୟ ଆସିଥାଏ ସେତେବେଳେ ତାହାର ନିଜ ଲୋକମାନେ ବି ପର ହୋଇ ଯାଆନ୍ତି । କିନ୍ତୁ ଯଦି ତାହା ପାଖରେ ଟଙ୍କା ଥିବ ତେବେ ସେ ଏହି ସମୟର ସାମ୍ନା କରି ପାରିବ ।

ଚାଣକ୍ୟ କୁହନ୍ତି କି ମଣିଷକୁ ବହୁତ ସିଧା ସାଧ ହେବା ଉଚିତ ନୁହେଁ କାରଣ ସିଧା ଲୋକଙ୍କୁ ଅନ୍ୟମାନେ ବହୁତ ହଇରାଣ କରନ୍ତି ଓ ଲୋକ ତାକୁ ପାଗଳ ବୋଲି ବି କହନ୍ତି । ଯେମିତି ଜଙ୍ଗଲରେ ବଙ୍କା ଗଛ ଅପେକ୍ଷା ସିଧା ଗଛକୁ କାଟିବାରେ ସହଜ ହେଉଥିବାରୁ ଲୋକମାନେ ତାକୁ ହିଁ ଆଗ କାଟନ୍ତି । ଠିକ ସେହିଭଳି ଆପଣ ଏତେ ବି ସିଧା ସାଧା ହୁଅନ୍ତୁ ନାହିଁ କି ଲୋକମାନେ ଆପଣଙ୍କୁ ଲୁଟିକି ଖାଇଯିବେ । ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି କି ପେଚା ଦିନରେ ଦେଖି ପାରେ ନାହିଁ କିନ୍ତୁ ଏଥିରେ ସୂର୍ଯ୍ୟର କଣ ଦୋଷ ଅଛି । ଚାତକ ମୁଂହରେ ବର୍ଷର ଗୋଟିଏ ବି ବୁନ୍ଦା ପାଣି ପଡେନି ଏଥିରେ ବାଦଲର କଣ ଦୋଷ । ଏହା ସବୁ ବିଧାତାର ଇଛା ଅଟେ ।

ଚାଣକ୍ୟ କହନ୍ତି ଈଶ୍ୱର ହିଁ ସବୁକିଛି ସେ ଚାହିଁଲେ ରାଜାକୁ ଚାକର ଓ ଚାକରକୁ ରାଜା କରି ପାରିବେ ଓ ଗରିବଙ୍କୁ ଧନୀ ଓ ଧନୀକୁ ଗରିବ କରି ପାରିବେ । ସେଥିପାଇଁ ଇଶ୍ଵରଙ୍କ ଉପରେ ବିଶ୍ଵାସ କରିବା ଉଚିତ । ସେ ସମସ୍ତଙ୍କର ଯତ୍ନ ନିଅନ୍ତି । ଚାଣକ୍ୟ କହନ୍ତି ସବୁ ପାହାଡ଼ ଭିତରେ ହୀରା ନ ଥାଏ କି ସବୁ ହାତୀ ମସ୍ତକରେ ମୁକ୍ତା ନ ଥାଏ । ସେହିଭଳି ସବୁ ଜାଗାରେ ଭଲ ମଣିଷ ନ ଥାନ୍ତି ଓ ସବୁ ଚମକୁ ଥିବା ଜିନିଷ ସୁନା ନୁହେଁ । ଚାଣକ୍ୟ କୁହନ୍ତି କିଛି ପାଗଳ ଲୋକ କିଛି ପଥରକୁ ହିଁ ରତ୍ନ ମାନି ନେଇଛନ୍ତି ।




