ମନୋରଞ୍ଜନ

ଉପସ୍ଥାପନାରୁ ଅଭିନୟ – Ibnodisha

[ad_1]

ନିକଟରେ ମୁକ୍ତିଲାଭ କରିଛି ଓଡ଼ିଆ ଚଳଚ୍ଚିତ୍ର ‘ଜହ୍ନ ରାତିର ସାଥୀ’। ଏଥିରେ ନାୟିକା ଭୂମିକାରେ ଦେଖିବାକୁ ମିଳିଛି ଅଭିନେତ୍ରୀ ପୁନମ୍‌ଙ୍କୁ। ଏବେ ପୁଣି ସୁଟିଂ ଚାଲିଛି ଚଳଚ୍ଚିତ୍ର ‘କଟକ’, ଯେଉଁଥିରେ ପୁନମ୍ ସାଜିଛନ୍ତି ମୁଖ୍ୟ ନାୟିକା। ତାଙ୍କ ବିପକ୍ଷର ନାୟକ ସାଜିଛନ୍ତି ଦେବାଶିଷ। ଏ ଦୁହିଙ୍କ ବ୍ୟତୀତ ଏଥିରେ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବେ ଚୌଧୁରୀ ବିକାଶ ଦାସ, ଶ୍ବେତା ଆଚାର୍ଯ୍ୟ, ଅମରେଶ ମହାନ୍ତି ଓ ଅନ୍ୟ କଳାକାରମାନେ। ଏହାର ନିର୍ଦ୍ଦେଶନା ଦେଉଛନ୍ତି ସୁଧାଂଶୁ ସାହୁ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ଅସାଦ ନିଜାମ। ଯୁବକ ଜଣକ ବିପଥଗାମୀ ହେଉଛି, ସେ କେବଳ ମାଡ଼ଗୋଳ ଓ ଗୁଣ୍ଡାଗିରିରେ ଲିପ୍ତ ରହୁଛି, ହେଲେ ତା’ର ପ୍ରେମିକା ତାକୁ ଭଲ ବାଟକୁ ଆଣିବାକୁ ଚେଷ୍ଟା କରୁଛନ୍ତି।

ଏହା ପୂର୍ବରୁ ପୁନମ୍‌ଙ୍କ ଅଭିନୀତ ଫିଲ୍ମ ‘ଲଭ୍ ଇମ୍ପସିବ୍‌ଲ’, ‘ମହାବାହୁ’, ‘ଲାଇଫ୍‌ରେ କିଛି ବି ହେଇପାରେ’, ‘ଟିକେ ଲଭ୍ ଟିକେ ଟ୍ବିଷ୍ଟ’, ‘ଫେରି ଆସୁଥିବି କୋଳକୁ’, ‘ଲଭ୍ ମାଷ୍ଟର’, ‘ରକ୍‌ଷ୍ଟର’, ‘ଫୋର ଇଡିଅଟ୍‌ସ’ ଓ ‘ଟିକେ ଲଭ୍ ଟିକେ ଟ୍ବିଟ୍’ ଦର୍ଶକ ଦେଖିଛନ୍ତି। ପୁନମ୍‌ଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା ‘ବାଇଶି ପାହାଚେ ଖେଳୁଛି ମୀନ’। କିଟ୍ ବିଶ୍ବବିଦ୍ୟାଳୟରୁ ବି ଟେକ୍ କରିଥିବା ପୁନମ୍ ହୁଏତ କୌଣସି ନାମୀ ସଂସ୍ଥାନରେ ଚାକିରି କରିପାରିଥାନ୍ତେ, ହେଲେ ତାଙ୍କର ଚାକିରି କରିବାକୁ ଇଚ୍ଛା ନାହିଁ, ସେ ଅଭିନୟରେ ମତୁଆଲା ହୋଇଯାଇଛନ୍ତି। ବି ଟେକ୍ ଛାତ୍ରୀଙ୍କୁ କାହିଁକି ବା ଅଭିନୟ ଅଫର ମିଳିଥାନ୍ତା! ଏକ ଘରୋଇ ଚ୍ୟାନେଲ୍‌ରେ ‘ବେଷ୍ଟ ୱିଶେସ୍’ ଶୀର୍ଷକ କାର୍ଯ୍ୟକ୍ରମରେ ଉପସ୍ଥାପନା କରିବା ବେଳେ ପୁନମ୍‌ଙ୍କ ଦକ୍ଷତା ଉପରେ ନଜର ପଡ଼ିଥିଲା ନିର୍ମାତା ଓ ନିର୍ଦ୍ଦେଶକଙ୍କର। ଏହାପରେ ତାଙ୍କୁ ସିନେମାରେ ଅଭିନୟ କରିବାର ସୁଯୋଗ ମିଳିଥିଲା। ଏବେ ପୁନମ୍ ସିନେ ଦର୍ଶକଙ୍କ ପ୍ରିୟ ଅଭିନେତ୍ରୀ ପାଲଟି ଯାଇଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button